ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା ମୁଁ ଏହି ସମୟରେ ହୃଦୟଙ୍ଗମ କରିପାରିଥିଲି। ଏହାର କେତେକ ଅଂଶ ସୁସଂଗଠିତ ସାଧାରଣ ଜ୍ଞାନଠାରୁ ଅଧିକ କିଛି ନୁହେଁ। ସେହି କାରଣରୁ କୌଣସି ଆନୁଷ୍ଠାନିକ ପ୍ରଶିକ୍ଷଣ ନ ଥିବା ରାଜନୈତିକ ନେତାମାନେ ମଧ୍ୟ ବେଳେବେଳେ ବୃତ୍ତିଗତ ବିଶେଷଜ୍ଞଙ୍କ ଭଳି ସୁଦୃଢ଼ ନୀତିଗତ ନିଷ୍ପତ୍ତି ନେଇପାରନ୍ତି। ଏହାର ଅନ୍ୟ କେତେକ ଅଂଶ ଠିକ୍‌ ଇଞ୍ଜିନିୟରିଂ ଭଳି ସୂକ୍ଷ୍ମ ଏବଂ ଏସବୁ କ୍ଷେତ୍ରରେ ରାଜନେତାଙ୍କୁ ବିଶେଷଜ୍ଞଙ୍କ ବିନା ସହାୟତାରେ ନୀତି ନିର୍ଦ୍ଧାରଣ କରିବାକୁ ଅନୁମତି ଦେବା ମାନେ ଜଣେ ଆକାଉଣ୍ଟାଣ୍ଟଙ୍କୁ ସେତୁ ଡିଜାଇନ୍‌ କରିବାକୁ କହିବା ସହ ସମାନ। ଯେତେବେଳେ ରାଜନେତାମାନେ ବୃତ୍ତିଗତ ବିଶେଷଜ୍ଞତା ବା ଦକ୍ଷତା ଆବଶ୍ୟକ କରୁଥିବା କ୍ଷେତ୍ର ମଧ୍ୟକୁ ପ୍ରବେଶ କରନ୍ତି, ସେତେେବେଳେ ଗମ୍ଭୀର ନୀତିଗତ ତ୍ରୁଟି ଘଟିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୨୦୧୬ର ବିମୁଦ୍ରୀକରଣ ଏହାର ଏକ ଜ୍ୱଳନ୍ତ ଉଦାହରଣ। ମାତ୍ର ଚାରି ଘଣ୍ଟାର ନୋଟିସରେ ଦେଶରେ ପ୍ରଚଳିତ ଥିବା ୮୬% ମୁଦ୍ରାର ଆଇନଗତ ଭାବେ ଅଚଳ କରାଗଲା। କଳାଧନ ଏବଂ ଦୁର୍ନୀତିକୁ ରୋକିବା ପାଇଁ ଏହା କରାଯାଇଥିବା ଦର୍ଶାଯାଇଥିଲା। ହେଲେ ଏଥିରେ ଅତ୍ୟଧିକ ଅର୍ଥନୈତିକ କ୍ଷତି ହେଲା। ବଜାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲା। ଜିଡିପି ଅଭିବୃଦ୍ଧି ଚାରିବର୍ଷ ପାଇଁ ମନ୍ଥର ରହିଲା ଏବଂ ଯୁବ ବେକାରି ହାର ୨୬%କୁ ବୃଦ୍ଧି ପାଇଲା।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ ହେଉଛି ଏହାର ଆଉ ଏକ ଉଦାହରଣ। ଯଦି ଶୁଳ୍କ ପୂର୍ବାନୁମାନ ଅନୁଯାୟୀ କମ୍‌ ରହେ, ତେବେ କମ୍ପାନୀଗୁଡ଼ିକ ବୈଦେଶିକ ବାଣିଜ୍ୟକୁ ଆଧାର କରି ବ୍ୟବସାୟରେ ପୁଞ୍ଜିନିବେଶ କରିବେ। ଯଦି ଏହା ପୂର୍ବାନୁମାନ ଅନୁଯାୟୀ ଅଧିକ ରହେ, ତେବେ ସେମାନେ ଘରୋଇ ଉତ୍ପାଦନରେ ନିବେଶ କରିବେ ଏବଂ ସେମାନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ସୁରକ୍ଷିତ ଅଛନ୍ତି ବୋଲି ନିଶ୍ଚିତ ରହିବେ। କିନ୍ତୁ ଯେତେବେଳେ କୌଣସି ଦେଶଠାରୁ ସୁବିଧା ହାସଲ କରିବା ପାଇଁ ବା ଦଣ୍ଡିତ କରିବା ପାଇଁ ଏକ ରାଜନୈତିକ ଅସ୍ତ୍ର ଭାବରେ ଶୁଳ୍କକୁ ବାରମ୍ବାର ଘୋଷଣା, ସ୍ଥଗିତ, ପୁନର୍ବିଚାର, ହ୍ରାସ ଏବଂ ବୃଦ୍ଧି କରାଯାଏ, ସେତେବେଳେ ବ୍ୟବସାୟଗୁଡ଼ିକ କୌଣସିଥିରେ ନିବେଶ କରିବାକୁ କୁଣ୍ଠାବୋଧ କରନ୍ତି। ଏହି ନୀତିଗତ ଅନିଶ୍ଚିତତା ପାଇଁ ଆମେରିକାକୁ ଅଧିକ ମୁଦ୍ରାସ୍ଫୀତି ଏବଂ ମନ୍ଥର ଅର୍ଥନୈତିକ ଅଭିବୃଦ୍ଧିଜନିତ କ୍ଷତି ସହିବାକୁ ପଡ଼ିଛି।
ଅର୍ଥଶାସ୍ତ୍ରର ସୂକ୍ଷ୍ମତା ବାସ୍ତବରେ ନିଲାମ ପ୍ରକ୍ରିୟାର ରୂପରେଖରେ ସବୁଠାରୁ ଅଧିକ ସ୍ପଷ୍ଟ ଦେଖାଯାଏ। ସାଧାରଣତଃ ଅଧିକାଂଶ ନିଲାମରେ ବିଡର୍‌ (ନିଲାମରେ ଭାଗନେଇ ମୂଲ୍ୟ ଦେବାକୁ କହୁଥିବା ବ୍ୟକ୍ତି)ମାନେ ନିଜର ସର୍ବାଧିକ ଦେୟ କ୍ଷମତା ଅନୁଯାୟୀ ମୂଲ୍ୟ ଦେବାକୁ କହନ୍ତି ନାହିଁ। ଯଦି ଆପଣ ଏକ ଚିତ୍ରକଳାର ମୂଲ୍ୟ ୧,୦୦୦ ଡଲାର ବୋଲି ଭାବୁଛନ୍ତି, ତେବେ ଆପଣ ଏହାକୁ ନିଜ ଆକଳନଠାରୁ କମ୍‌ ମୂଲ୍ୟରେ କିଣିବା ଆଶାରେ ଯଥେଷ୍ଟ କମ୍‌ ମୂଲ୍ୟ ଦେବାକୁ କହିବାର ସମ୍ଭାବନା ଅଧିକ। ଏହା ଏକ ମୌଳିକ ପ୍ରଶ୍ନ ସୃଷ୍ଟି କରେ- ଏଭଳି ଏକ ନିଲାମ ପ୍ରକ୍ରିୟା ପ୍ରସ୍ତୁତ କରିବା ସମ୍ଭବ କି, ଯେଉଁଠାରେ ପ୍ରତ୍ୟେକ ବିଡର୍‌ ଜିନିଷର ପ୍ରକୃତ ମୂଲ୍ୟ ଅନୁଯାୟୀ ମୂଲ୍ୟ ଲଗାଇବେ? ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ୱିଲିୟମ୍‌ ଭିକ୍ରେ ୧୯୬୧ ମସିହାରେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ଏବେ ଏହାକୁ ‘ଭିକ୍ରେ ନିଲାମ’ କୁହାଯାଉଛି, ସେଥିରେ ବିଡରମାନେ ଅନ୍ୟମାନେ କେତେ ମୂଲ୍ୟ ଦେବାକୁ କହିଛନ୍ତି ତାହା ନ ଜାଣି ବନ୍ଦ ଲଫାପାରେ ନିଜର ନିଲାମ ମୂଲ୍ୟ ଦାଖଲ କରନ୍ତି। ସବୁଠାରୁ ଅଧିକ ନିଲାମ ମୂଲ୍ୟ ଲଗାଇଥିବା ବ୍ୟକ୍ତି ଜିତନ୍ତି, କିନ୍ତୁ ସେ କେବଳ ଡକାଯାଇଥିବା ଦ୍ୱିତୀୟ-ସର୍ବାଧିକ ମୂଲ୍ୟ ପ୍ରଦାନ କରନ୍ତି। ଭିକ୍ରେଙ୍କ ମଡେଲର ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଯେ, ପ୍ରତ୍ୟେକ ବିଡରଙ୍କ ପାଇଁ ସବୁଠାରୁ ଭଲ ରଣନୀତି ହେଉଛି ସେମାନେ ଦେବାକୁ ଚାହୁଁଥିବା ସର୍ବାଧିକ ମୂଲ୍ୟର ପ୍ରସ୍ତାବ ରଖିବା।
ଏହା କାହିଁକି ଘଟେ ବୁଝିବା ସହଜ। ଧରନ୍ତୁ ଆପଣ ଜଣେ ବିଡର୍‌। ନିଲାମରେ ବସ୍ତୁଟିର ମୂଲ୍ୟଠାରୁ ଅଧିକ ଦେବାକୁ କହିଲେ କୌଣସି ଲାଭ ନାହିଁ। ଆପଣ ଯାହା ଦେବାକୁ କହିଥିବେ, ଯଦି ଅନ୍ୟ କେହି ତାହାଠାରୁ ସାମାନ୍ୟ କମ୍‌ ମୂଲ୍ୟରେ ନେବାକୁ ଚାହାନ୍ତି, ତେବେ ଆପଣ ଜିତିବେ ସତ, କିନ୍ତୁ ନିଜ ଆକଳିତ ମୂଲ୍ୟଠାରୁ ଅଧିକ ଦାମ ଦେବାକୁ ପଡ଼ିପାରେ। ସେହିପରି ନିଜ ଆକଳିତ ପ୍ରକୃତ ମୂଲ୍ୟଠାରୁ କମ୍‌ ଦେବାକୁ କହିଲେ ମଧ୍ୟ କୌଣସି ଲାଭ ନାହିଁ। ଯଦି କେହି ଆପଣଙ୍କଠାରୁ ଅଧିକ, କିନ୍ତୁ ଆପଣ ଦେବାକୁ ପ୍ରସ୍ତୁତ ଥିବା ସର୍ବାଧିକ ମୂଲ୍ୟଠାରୁ କମ୍‌ରେ ନେବାକୁ ଚାହାନ୍ତି, ତେବେ ଆପଣ ମଧ୍ୟ ପରାଜିତ ହେବେ। ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧୀନରେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିବା ସମୟରେ ମୁଁ ନିଲାମ ପଦ୍ଧତିର ଶକ୍ତି ପ୍ରତ୍ୟକ୍ଷ ଭାବେ ଦେଖିଥିଲି। ୨୦୧୦ ମସିହାରେ ସରକାର ୩ଜି ସ୍ପେକ୍ଟ୍ରମ୍‌ ଲାଇସେନ୍ସ ବିକ୍ରି କରିବାକୁ ଯୋଗାଡ଼ କରୁଥିଲେ, ଯାହାଦ୍ୱାରା ୭ ବିଲିୟନ ଡଲାର ମିଳିବ ବୋଲି ଅଧିକାରୀମାନେ ଆକଳନ କରିଥିଲେ। ମୁଁ ପରାମର୍ଶ ଦେଇଥିଲି ଯେ, ପାରମ୍ପରିକ ପ୍ରଶାସନିକ ପ୍ରକ୍ରିୟା ଉପରେ ନିର୍ଭର କରିବା ବଦଳରେ ସରକାର ଏକ ବ୍ୟବସାୟିକ ଭାବେ ଡିଜାଇନ ହୋଇଥିବା ନିଲାମ ମାଧ୍ୟମରେ ଲାଇସେନ୍ସର ବଜାର ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ। ନିଜେ ଜଣେ ପ୍ରଶିକ୍ଷିତ ଅର୍ଥନୀତିଜ୍ଞ ଥିବା ସିଂହ ଏଥିରେ ସହମତ ହୋଇଥିଲେ। ଶେଷରେ ଏହି ନିଲାମରୁ ପ୍ରାୟ ୧୫ ବିଲିୟନ ଡଲାର ସଂଗ୍ରହ ହୋଇଥିଲା। ଯଦି ସ୍ପେକ୍ଟ୍ରମର ଚିରାଚରିତ ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ନିଲାମ କରାଯାଇଥା’ନ୍ତା, ତେବେ ସରକାର ପ୍ରାୟ ୮ ବିଲିୟନ ଡଲାର ହରାଇଥାନ୍ତେ, ଯାହା ଅଯଥାରେ ବେସରକାରୀ କମ୍ପାନୀଗୁଡ଼ିକ ପାଖକୁ ଚାଲିଯାଇଥାନ୍ତା।
ଭାରତରେ ଦୁର୍ନୀତି ବିରୋଧୀ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅର୍ଥନୈତିକ ଜ୍ଞାନ ଅପରିହାର୍ଯ୍ୟ। ଭାରତରେ ଦୀର୍ଘଦିନ ଧରି ଦୁର୍ନୀତି ଏକ ବଡ଼ ସମସ୍ୟା ଭାବେ ରହିଆସିଛି। ଅଯୋଧ୍ୟାର ରାମମନ୍ଦିରକୁ ଦିଆଯାଇଥିବା ଦାନ ଆତ୍ମସାତ୍‌ ଅଭିଯୋଗ ଦର୍ଶାଏ ଯେ, ଦେଶର ପୂଜାସ୍ଥଳୀଗୁଡ଼ିକ ମଧ୍ୟ ଦୁର୍ନୀତିମୁକ୍ତ ନୁହନ୍ତି। ଭାରତୀୟମାନେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦଣ୍ଡିତ ହେବାକୁ ଚାହାନ୍ତି। କିନ୍ତୁ ଦୁର୍ନୀତି ଦମନ କେବଳ ନୈତିକ ଉପଦେଶ କିମ୍ବା କଠୋର ଦଣ୍ଡ ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ପ୍ରୋତ୍ସାହନ, ବଜାର ବ୍ୟବସ୍ଥା ଏବଂ ପ୍ରତିଷ୍ଠାନଗତ ରୂପରେଖ ବିଷୟରେ ଗଭୀର ବୁଝାମଣା ଆବଶ୍ୟକ।
୧୯୫୦ ଦଶକ ଆରମ୍ଭରେ ତାଇୱାନର ଅନୁଭବ ଏହାର ଏକ ପ୍ରକୃତ ଉଦାହରଣ। ଅନ୍ୟ ଦେଶଗୁଡ଼ିକର ବ୍ୟବସାୟୀଙ୍କ ପରି ତାଇୱାନ୍‌ର ବ୍ୟବସାୟୀମାନେ ଟିକସ ଫାଙ୍କିବା ପାଇଁ ନିୟମିତ ଭାବେ ବିକ୍ରିର ରେକର୍ଡ ରଖୁ ନ ଥିଲେ। ଏହାର ମୁକାବିଲା ପାଇଁ ତାଇୱାନ ୧୯୫୧ ମସିହାରେ ‘ୟୁନିଫର୍ମ ଇନ୍‌ଭଏସ୍‌ ଲଟେରି’ ଆରମ୍ଭ କରିଥିଲା। ଚିଙ୍ଗ୍‌ ରାଜବଂଶ ସମୟରୁ ଚାଲିଆସୁଥିବା ଫାପିଆଓ (କାରବାର ରସିଦ) ପ୍ରଥାକୁ ଆଧାର କରି ପ୍ରତ୍ୟେକ ସରକାରୀ ରସିଦକୁ ଲଟେରି ଟିକେଟରେ ପରିଣତ କରାଗଲା। ଏହାର ବିଜେତାମାନେ ନିୟମିତ ଭାବେ ନଗଦ ପୁରସ୍କାର ପାଉଥିଲେ। କେବଳ କଠୋର ନିୟମ ଉପରେ ନିର୍ଭର କରିବା ବଦଳରେ, ଏହି ଯୋଜନା ଅନେକ ଲକ୍ଷ ଲୋକଙ୍କୁ ରସିଦ ମାଗିବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରୋତ୍ସାହିତ କଲା। ଫଳରେ ସେମାନଙ୍କୁ ଟିକସ ନିୟମ ଲାଗୁ କରିବାରେ ସକ୍ରିୟ ଅଂଶୀଦାର କରାଇଲା।
ଏହାର ପରିଣାମ ଚମତ୍କାର ଥିଲା। ଗ୍ରାହକମାନେ ରସିଦ ନେବାକୁ ଜୋର ଦେବାରୁ ବ୍ୟବସାୟୀମାନେ ଆଉ ରସିଦ ନଦେଇ ଟିକସ ଫାଙ୍କି ପାରିଲେ ନାହିଁ। ବର୍ଷକ ମଧ୍ୟରେ, ତାଇୱାନ୍‌ରେ ଟିକସ ଆଦାୟ ୭୫% ବୃଦ୍ଧି ପାଇଲା। ରାଜନୀତି ଯେତିକି ପରିମାଣରେ ବୈଷୟିକ ଜ୍ଞାନ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକରେ ପ୍ରବେଶ କରୁଛି, ସେତିକି ଅଧିକ ଅର୍ଥନୈତିକ ଭୁଲ୍‌ ହେବାର ଆଶଙ୍କା ବଢ଼ୁଛି। ଯଦି ମୋଦି ଏବଂ ଟ୍ରମ୍ପ୍‌ଙ୍କ ବିଫଳତା ଆମକୁ କିଛି ଶିଖାଇଛି, ତାହା ହେଉଛି ରାଜନୈତିକ ପ୍ରବୃତ୍ତିି କେବେହେଲେ କଠୋର ଅର୍ଥନୈତିକ ବିଶ୍ଳେଷଣର ବିକଳ୍ପ ହୋଇପାରିବ ନାହିଁ।

କୌଶିକ ବସୁ
ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା, ଭାରତ ସରକାର

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?