ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁକି ସମ୍ପ୍ରଦାୟ ‘କଳା ଦିବସ’ ପାଳନ କରୁଥିବା ବେଳେ ଏଭଳି ହିଂସା ଘଟାଯାଇଥିବା ଖବର ମିଳିଛି। ସୂଚନାଯୋଗ୍ୟ ଯେ, ୧୯୯୦ରେ କୁକି ଓ ନାଗା ସଂଘର୍ଷ ସମୟରେ କୁକିମାନେ ସବୁଠାରୁ ଅଧିକ ଶିକାର ହୋଇଥିଲେ। ଏଠାରେ ଆହୁରି ମନେପକାଇ ଦିଆଯାଇପାରେ ଯେ ୨୦୨୩ରେ କୁକି ଓ ମେଇତିମାନଙ୍କ ମଧ୍ୟରେ ଜାତିଗତ ହିଂସା ଘଟିଥିଲା, ଯାହା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ଦେଖିବାକୁ ଗଲେ ଉତ୍ତର-ପୂର୍ବାଞ୍ଚଳବାସୀଙ୍କ ବିଷୟକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ରଖିଛନ୍ତି। ମଣିପୁରରେ ହିଂସା ଘଟୁଥିବା ବେଳେ ତାହାକୁ ରୋକିବା ଲାଗି କେବଳ ରାଜ୍ୟ ସରକାର ଉପରେ ଦାୟିତ୍ୱ ଦିଆଯାଉଥିବାର ବାରମ୍ବାର ପ୍ରମାଣ ମିଳୁଛି। ଅନ୍ତର୍ଜାତୀୟ ସୀମାକୁ ମଣିପୁର ଲାଗି ରହିଥିବାରୁ କେନ୍ଦ୍ରର ହସ୍ତକ୍ଷେପ ନିତାନ୍ତ ଦରକାର। ଏ ହେଲା ମଣିପୁରରେ ଜାତିଗତ ହିଂସାର କଥା। ୫ ଦିନ ତଳେ ଦକ୍ଷିଣ ଦିଲ୍ଲୀରେ ଥିବା ନିଜ ଘର ବାହାରେ କିଛି ଲୋକ ପାଟିତୁଣ୍ଡ କରୁଥିବାରୁ ତାହାକୁ ବିରୋଧ କରିବାରୁ ମଣିପୁରର ସଙ୍ଗୀତଜ୍ଞ ଚୋଙ୍ଗଥାମ ବିକ୍ରମ ସିଂହଙ୍କୁ ପିଟି ହତ୍ୟା କରାଯାଇଥିଲା। ଯେଉଁ ପରିମାଣରେ ଏ ବିଷୟରେ ଆଲୋଚନା ହେବା କଥା, ତାହା ବ୍ରିକ୍ସ ଖବର ଯୋଗୁ ଅଟକି ଯାଇଥିଲା। ଏପରି ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁମ୍ବାଇରେ କହିଛନ୍ତି ଯେ, ୨୦୨୯ ସୁଦ୍ଧା ୨୧ଟି ଏନ୍‌ଡିଏ ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରାଯିବ। ଅନ୍ୟତମ ଏନ୍‌ଡିଏ ଶାସିତ ରାଜ୍ୟ ଉତ୍ତରାଖଣ୍ଡ ଏହାକୁ ଲାଗୁ କରିସାରିଛି। ଯେତେବେଳେ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଉପୁଜୁଛି ସେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାହାକୁ ସର୍ବାଧିକ ଗୁରୁତ୍ୱ ଦେବା କଥା।
ଏଠାରେ ୟୁସିସିକୁ ବିରୋଧ କରାଯାଉ ନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ଅଣାଯିବା ଦରକାର। ହେଲେ ତାହାକୁ କେବଳ ଇଣ୍ଟରନେଟ୍‌ ମାଧ୍ୟମରେ ମତାମତ ଲୋଡ଼ି କାମ ସାରିଦେଲେ ହେବ ନାହିଁ। ସମାଜର ବିଭିନ୍ନ ଗୋଷ୍ଠୀର ମତ ନିଆଯାଇ ଏକ ଶକ୍ତିଶାଳୀ ନିୟମ ଅଣାଯିବାର ଆବଶ୍ୟକତା ରହିଛି। ଅସୁବିଧା ହେଉଛି କେନ୍ଦ୍ର ସରକାର ସବୁକିଛି ଲୋକ ସଭା ଭୋଟ ବର୍ଷକୁ ଲକ୍ଷ୍ୟକରି କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଆଜି ଭାରତର ଆଭ୍ୟନ୍ତରୀଣ ସ୍ଥିତିକୁ ଦେଖିଲେ ଛାତ୍ର ଓ ଯୁବକ ଏହି ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇପଡ଼ିଲେଣି। ଶିକ୍ଷାର ଅଧୋଗତି, ପରୀକ୍ଷା ପରିଚାଳନାରେ ଦୁର୍ନୀତି, ନିଯୁକ୍ତିର ଅଭାବ ସହ ଦରଦାମ ବୃଦ୍ଧି ଏବଂ ସାଧାରଣ ପ୍ରଶାସନିକ ବିଫଳତା ଯୋଗୁ ଭାଜପା ବିରୋଧରେ ସ୍ରୋତ ବୋହିବାକୁ ଆରମ୍ଭ କଲାଣି। ବାରମ୍ବାର ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଆସୁଥିବା ଏହି ଦଳ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆଣିପାରୁନାହିଁ। ସେଭଳି ପରିସ୍ଥିତିରେ ପୁରୁଣା ଢାଞ୍ଚାରେ ସାମାଜିକ ବିଭେଦକୁ ଲକ୍ଷ୍ୟରେ ରଖି ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ଝଗଡ଼ା ଲଗାଇପାରିଲେ ତାହା ସେହି ଦଳରେ ମୌଳିକ ପ୍ରସଙ୍ଗକୁ ପୁନର୍ଜୀବିତ କରିବା ସହିତ ଭୋଟ ଟାଣିଆଣିପାରିବ ବୋଲି ଆଶା ରଖାଯାଉଛି। ଏଥିରୁ ବୁଝିହେଉଛି ଯେ, ୨୦୨୮ ପରିବର୍ତ୍ତେ ଲୋକ ସଭା ନିର୍ବାଚନ ବର୍ଷ ୨୦୨୯କୁ ଟାର୍ଗେଟ ଭାବେ ରଖାଯାଉଛି।
ଏବର ସ୍ଥିତିକୁ ଦେଖିଲେ କେନ୍ଦ୍ର ପାଇଁ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ଗୁରୁତ୍ୱ ରଖେ। ତେବେ ଆଭ୍ୟନ୍ତରୀଣ ସମସ୍ୟାକୁ ଅଣଦେଖା କରିଦେଲେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିଯିବ। ଭିତର କନ୍ଦଳ ବିସ୍ଫୋରକ ସ୍ଥିତି ସୃଷ୍ଟି କଲେ ତାହାକୁ ନିୟନ୍ତ୍ରଣାଧୀନ କରିବା କଷ୍ଟକର ବ୍ୟାପାର। ଏନ୍‌ଡିଏ ଶାସିତ ରାଜ୍ୟ ହେଉ ବା ଅନ୍ୟ ଯେକୌଣସି ଦଳର ଶାସନରେ ଚାଲିଥିବା ପ୍ରଦେଶକୁ ସମାନ ଗୁରୁତ୍ୱ ଦିଆଯିବା କଥା। କୌଣସି ଦେଶରେ ଫାଳିକିଆ ଆଇନ ତିଆରି କଲେ ତାହାର କାର୍ଯ୍ୟକାରିତା ଅତ୍ୟନ୍ତ ଦୁର୍ବଳ ହୋଇଯିବ। ଭାଜପାର ଆଭିମୁଖ୍ୟ ଦେଖିଲେ ସେଥିରେ ମହିଳା, ମୁସଲମାନ, ଖ୍ରୀଷ୍ଟିଆନଙ୍କ ସମେତ ଦଳିତଙ୍କ ପ୍ରତି ଘୋର ଅବିଚାର ବାନ୍ଧି ହୋଇରହିିଛି। ଦଳିତ ସମ୍ପ୍ରଦାୟକୁ ସାଧାରଣ ହିନ୍ଦୁ ଆଇନ ଉପରେ ଆଧାରିତ ୟୁସିସି କେତେଦୂର ଗ୍ରହଣୀୟ ହେବ ସେ ସମ୍ପର୍କରେ କୌଣସି ଆଲୋଚନା କରାଯାଇ ନାହିଁ। ଦେଶବ୍ୟାପୀ ଭାଜପା କର୍ମୀଙ୍କ କାର୍ଯ୍ୟକଳାପ ଦେଖିଲେ ଅନେକ ସମୟରେ ସ୍ପଷ୍ଟ ଧାରଣା ଜନ୍ମନିଏ ଯେ, ସେହି ବ୍ୟକ୍ତିମାନେ ମୁସଲମାନଙ୍କଠାରୁ କାହିଁ ଅଧିକ ଦଳିତଙ୍କୁ ଘୃଣା କରିଥାଆନ୍ତି। ତେଣୁ ଆଜିର ପରିସ୍ଥିତିରେ କୌଣସି ପ୍ରକାରର ସାମାଜିକ ଆଇନ ପ୍ରଣୟନ କରି ଦେଶକୁ ଅଧିକ ବିଭାଜନାତ୍ମକ ଦ୍ୱନ୍ଦ୍ୱରେ ପକାଇବା ଦେଶବିରୋଧୀ ବୋଲି କହିହେବ।
ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଦାୟିତ୍ୱବାନ ମନ୍ତ୍ରୀ ଅମିତ ଶାହାଙ୍କ ୨୧ଟି ଏନ୍‌ଡିଏ ଶାସିତ ରାଜ୍ୟରେ ୟୁସିସିକୁ ଗୃହୀତ କରାଯିବ ବୋଲି ଘୋଷଣା ଏକ ବିଚିତ୍ର ଆଇନ ପରିସ୍ଥିତି ସୃଷ୍ଟି କରିପାରେ। ୟୁସିସି ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆଇନକୁ ଯଦି ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ଭାବେ ପ୍ରଣୟନ କରାଯାଏ, ତେବେ ମୀମାଂସା ପାଇଁ ସୁପ୍ରିମକୋର୍ଟରେ କୌଣସି ବିଚାରାଧୀନ ମାମଲା ପହଞ୍ଚତ୍ଲେ; ତାହାର ନିଷ୍ପତ୍ତି ରାଜନୈତିକ ଶାସକ ଦଳର ଆଭିମୁଖ୍ୟ ଉପରେ ନିର୍ଭରଶୀଳ ରହିବ। ଯଦି ଭାଜପା କୌଣସି ରାଜ୍ୟରେ ନିର୍ବାଚନ ହାରେ ତେବେ ଜିଣିଥିବା ଅନ୍ୟ ଦଳ ପ୍ରଥମେ ୟୁସିସିକୁ ରଦ୍ଦ କରିବା ଥୟ। ତେଣୁ ଏହାର ନାମକରଣରେ ‘ସମାନ’ ଶବ୍ଦ ଅକାମୀ ରହିଯାଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?