‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି ବି ଜନମାନସକୁ ଆନ୍ଦୋଳିତକରେ। ସ୍ବଦେଶୀ ଆନ୍ଦୋଳନର ଯୁଦ୍ଧଭେରୀ ବାଜି ଉଠିଥିବା ବେଳେ ଅଗଣିତ ଭାରତୀୟଙ୍କୁ ସାହସ ଓ ଉଦ୍ଦୀପନା ଯୋଗାଇଥିଲା ଏହି ପଂକ୍ତି। ନିଜେ ମହାମତ୍ା ଗାନ୍ଧୀ ଗଭୀର ଭାବରେ ପ୍ରଭାବିତ ହୋଇ ଏକା ଚାଲିବା ଆଦର୍ଶରେ ବିଶ୍ୱାସ ରଖିଥିଲେ। ନ୍ୟାୟ ଓ ସତ୍ୟର ଲଢ଼େଇ ବେଳେ ନୈତିକ ସାହସକୁ ବଳି ନ ଦେଇ ନିଜସ୍ବ ସ୍ବରକୁ ଶାଣିତ କରିବାକୁ ପ୍ରେରଣା ଦେଇଛନ୍ତି ରବୀନ୍ଦ୍ରନାଥ ଏହି କବିତାରେ। ଭୟ କିମ୍ବା ଚାପର ବଶବର୍ତ୍ତୀ ହୋଇ ତୁମ ଡାକରାରେ ଯଦି କେହି ସାମିଲ ନ ହୁଅନ୍ତି, ତୁମକୁ ସମର୍ଥନ ନ ଦିଅନ୍ତି, ତେବେ ଏକେଲା ଚାଲିବାକୁ ଏଥିରେ ଅଭୟ ବାର୍ତ୍ତା ଦିଆଯାଇଛି। ଦୁର୍ଗମ ଜୀବନଯାତ୍ରାରେ ନିଃସଙ୍ଗତାକୁ ଦୂରକରି ଆମତ୍ବିଶ୍ୱାସ ଓ ନୈତିକ ସାହସକୁ ସୁଦୃଢ଼ କରିବା ପାଇଁ ଏହା ପ୍ରେରଣା ଦେଇଥାଏ।
ସ୍ତମ୍ଭକାର ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ‘ଚେତନାର ଉଦ୍‌ଭାସନ’ ପୁସ୍ତକ ପାଠ କଲାବେଳେ ଏହି ‘ଏକ୍‌ଲା ଚଲୋରେ’ ଶୀର୍ଷକ ଉପରେ ନିବନ୍ଧଟିଏ ପାଇଲି।
ଶୀର୍ଷକଟି ମନକୁ ଛୁଇଁବାରୁ ବିରାମ ନ ନେଇ ୧୨ମିନିଟ୍‌ରେ ପଢ଼ି ଶେଷକଲି। ରବୀନ୍ଦ୍ରନାଥଙ୍କ ଉକ୍ତିରେ ନିହିତଥିବା ତତ୍ତ୍ୱର ବଳିଷ୍ଠତା ଉପରେ ଡ. ଷଡ଼ଙ୍ଗୀ ସୁନ୍ଦର ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ସମାଜରେ ଏହି ଉକ୍ତିର ମର୍ମକୁ ଭିନ୍ନ ରୂପରେ ଲୋକମାନେ ବୁଝୁଛନ୍ତି। ସ୍ବାର୍ଥ ଓ ହିଂସାର ବଶବର୍ତ୍ତୀ ହୋଇ ଏକା ଚାଲିବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଅନେକ କ୍ଷେତ୍ରରେ ଅଧିକ ଲୋକଙ୍କୁ ଡାକି ଭିଡ଼ କରିବା ପରିବର୍ତ୍ତେ ଏକା ଏକା ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଜି କେହି ଡାକରା ଦେଉନାହାନ୍ତି ା
ସଂକୀର୍ଣ୍ଣ ଭାବନା ରଖି ଏକା ଏକା ଚାଲିବାକୁ ଅନେକେ ଇଚ୍ଛା କରୁଛନ୍ତି। କିନ୍ତୁ ଏହାର ଫଳାଫଳ ଯେ ଭୟାବହ, ଏକଥା ବୁଝିବାର ସମୟ ଓ ଶକ୍ତି କାହା ପାଖରେ ଅବା ଅଛି? ଏହି ମର୍ମରେ କାହାଣୀଟିଏ ା
ଜୀବନର ଅପରାହ୍ନରେ ପହଞ୍ଚତ୍ ଧନୀ ବ୍ୟକ୍ତି ଜଣକ କିଛି ପୁଣ୍ୟ ଅର୍ଜନ କରିବାକୁ ଇଚ୍ଛା ପ୍ରକାଶକଲେ। ସ୍ବଭାବତଃ ବ୍ୟକ୍ତି ଜଣକ କୃପଣ। ତେଣୁ ବ୍ୟାପକ ଦାନଧର୍ମର ବ୍ୟବସ୍ଥା ନ କରି ମାତ୍ର ଶହେ ମହିଳାଙ୍କ ପାଇଁ ଖାଦ୍ୟ ଓ ବସ୍ତ୍ର ଦାନକରିବାର ଘୋଷଣାକଲେ। ତାଙ୍କ ଘରେ ବଗିଚା କାମ କରୁଥିବା ମାଳୀ ଜଣକ ବାବୁଙ୍କର ଏହି ନିଷ୍ପତ୍ତି ଶୁଣିଲା। ବାବୁ ସିନା କୃପଣ; ମାଳୀ ଜଣକ ଭାରି ସଂକୀର୍ଣ୍ଣମନା ଓ ସ୍ବାର୍ଥପର। ସେଦିନ ଘରକୁ ଫେରି ନିଜ ସ୍ତ୍ରୀ ପାଖେ ସବୁ କହିଲା। ସପ୍ତାହକ ପରେ ଯାଇ ଧନୀବାବୁଙ୍କର ଦାନକାର୍ଯ୍ୟ ା ରାଣ ନିୟମ ଦେଇ କଥାଟି ଗୋପନ ରଖିବା ପାଇଁ ସ୍ତ୍ରୀକୁ ପରାମର୍ଶ ଦେଲେ ମାଳୀ ଜଣକ। ସଂକୀର୍ଣ୍ଣତା ଓ ସ୍ବାର୍ଥ ତା’ ଉପରେ ଏମିତି ସବାର ହୋଇଥିଲା ଯେ ପ୍ରତ୍ୟହ ରାତିରେ ଶେଯକୁ ଗଲାବେଳେ ସ୍ତ୍ରୀ ପାଖେ ପରାମର୍ଶର ପୁନରାବୃତ୍ତି କରନ୍ତି। ସ୍ତ୍ରୀକୁ ବୁଝାଇ କହେ – ”ତୁ ଏକା ଏକା ଯାଆ ବାବୁଙ୍କ ଘରକୁ। ଗାଁର ଅନ୍ୟ ସ୍ତ୍ରୀଲୋକମାନଙ୍କୁ ଡାକି ସାଥୀକରି ନେଇଗଲେ ଲାଭ ବିଶେଷ ହେବ ନାହିଁ। ଶହେରୁ ଯଦି କମ୍‌ ସ୍ତ୍ରୀଲୋକ ଯିବେ ତା’ହେଲେ ଦାନ ଭାଗ ଅଧିକ ହୋଇପାରେ।“ ସ୍ବାମୀର ଭାବନା ଅନୁସାରେ ସ୍ତ୍ରୀ ବି ବୁଝିଗଲା। ନିର୍ଦ୍ଧାରିତ ଦିନ ସ୍ତ୍ରୀ ଜଣକ ଏକା ଏକା ୪ କିଲୋମିଟର ଚାଲିଚାଲି ସାଆନ୍ତଙ୍କ ଘରେ ପହଞ୍ଚତ୍ଲା। ଦାନ କାର୍ଯ୍ୟ ଚାଲିଲା। ବାବୁ ଜଣକ ପରେ ଜଣେ ସ୍ତ୍ରୀଲୋକଙ୍କୁ ନିଜ ହାତରେ ଖାଦ୍ୟ ଓ ବସ୍ତ୍ର ଦାନକଲେ। ମାଳୀର ଭାବନା ଅନୁସାରେ ସତକୁ ସତ ଶହେ ସ୍ତ୍ରୀଲୋକ ଆସି ନ ଥିଲେ। ଏଣୁ ସମସ୍ତେ ଅଧିକ ମଧ୍ୟ ପାଇଲେ। ନିଜକୁ ତାଙ୍କ ଘରେ କାମ କରୁଥିବା ମାଳୀର ସ୍ତ୍ରୀ ବୋଲି ପରିଚୟ ଦେଇ ଅଧିକ ପାଇବାରେ ସଫଳ ହେଲା ନିର୍ଦ୍ଦିଷ୍ଟ ସ୍ତ୍ରୀଲୋକ ଜଣକ। ଖୁସି ମନରେ ଶୀଘ୍ର  ଘରେ ପହଞ୍ଚତ୍ବା ପାଇଁ ମୁଖ୍ୟ ରାସ୍ତାରେ ନ ଯାଇ ସେ  ଜଙ୍ଗଲ ରାସ୍ତାରେ ଯିବାରୁ ଦୁର୍ବୃତ୍ତମାନଙ୍କର ଶିକାର ହେଲା। ଦାନରେ ପାଇଥିବା ସବୁ ଖାଦ୍ୟ ଓ ବସ୍ତ୍ର ଲୁଟିନେଲେ ଦୁର୍ବୃତ୍ତମାନେ। ଅନ୍ୟ ସ୍ତ୍ରୀଲୋକମାନଙ୍କୁ ଡାକରା ନ ଦେଇ  ଏକା ଏକା ଚାଲିବାର ନିଷ୍ପତ୍ତି ଭୟାବହ ହେଲା।
ରବୀନ୍ଦ୍ରନାଥଙ୍କ ଉକ୍ତିରେ କୁହାଯାଇଥିବା ଡାକରା ବୃହତ୍ତର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା। ଆଉ ସେଭଳି ଡାକରାରେ ଯଦି ସମର୍ଥନ ନ ମିଳେ, ତେବେ ଏକା ଚାଲିବା ଲାଗି ପ୍ରେରଣା ଦିଆଯାଇଥିଲା। ମାତ୍ର କାହାଣୀରେ ଥିବା ସ୍ତ୍ରୀଲୋକ ଜଣକର ନା ଥିଲା ଡାକରା ନା ଥିଲା ବୃହତ୍ତର ସ୍ବାର୍ଥ। ସଂକୀର୍ଣ୍ଣ ମନୋଭାବ ପୋଷଣ କରି ଏକା ଚାଲିବା ତା’ ପାଇଁ ମହଙ୍ଗା ପଡ଼ିଲା। କଲିକତାର ସାମ୍ପ୍ରଦାୟିକ ଦଙ୍ଗା, ସ୍ବଦେଶୀ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବିଭାଜନ ବିରୋଧୀ ସଂଗ୍ରାମ ବେଳେ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଗାନ୍ଧିଜୀ ଡାକରା ଦେଇ ବିପୁଳ ଜନ ସମର୍ଥନ ପାଇଥିଲେ; ଯଦିବା ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଏକା ଚାଲିବାକୁ ପଡ଼ିଥିଲା। ଆଜି ପରିବର୍ତ୍ତନ, ସଂସ୍କାର, ନ୍ୟାୟ, ସତ୍ୟର ପ୍ରତିଷ୍ଠା ପାଇଁ ଲଢ଼େଇର ଡାକରା ନାହିଁ କହିଲେ ଚଳେ। ଯଦି ବି ଅଛି, ସେଥିରେ ବୃହତ୍ତର ସ୍ବାର୍ଥସାଧନର ଲକ୍ଷ୍ୟ ନାହିଁ। ଏଣୁ ଡାକ ଶୁଣି ସମର୍ଥନର ହାତ ବଢ଼ାଇବା ପାଇଁ କାହାର ଇଚ୍ଛା ନାହିଁ।
ଏହାଛଡ଼ା ଆଜିର ଏହି ବସ୍ତୁବାଦୀ ଦୁନିଆରେ ସମସ୍ତେ ଏକା ଏକା ଚାଲି ସମ୍ବଳ ଠୁଳ କରିବାରେ ବ୍ୟସ୍ତ। ସମୂହ କାର୍ଯ୍ୟରେ ଯୋଗଦେଇ ସାମୂହିକ ସ୍ବାର୍ଥ ପାଇଁ ନିଜ ସ୍ବାର୍ଥକୁ ବଳିଦେଇ ସମୟ ନଷ୍ଟକରିବାକୁ କେହି ପସନ୍ଦ କରୁନାହାନ୍ତି।
ରବୀନ୍ଦ୍ରନାଥଙ୍କ ‘ଏକ୍‌ଲା ଚଲୋ’ ନୀତିକୁ ବିକୃତକରି ଆଜି ଅନେକ ବହିର୍ଡାକକୁ    କର୍ଣ୍ଣପାତ କରୁନାହାନ୍ତି। ଡାକରା ଦେବା ବ୍ୟକ୍ତି ଓ ଡାକ ଶୁଣିବା ବ୍ୟକ୍ତି ସମସ୍ତେ ଏକେଲା ଚାଲିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ପସନ୍ଦକୁ ସୁଗମ କରୁଛି ଆଜିର ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଇତ୍ୟାଦି। କାନରେ ବ୍ଲୁଟୁଥ୍‌ ଡିଭାଇସ୍‌ ଗେଞ୍ଜି ଅନେକ ବହିର୍ଜଗତର ଶବ୍ଦକୁ କାନକୁ ନ ନେଇ ମନୋରଞ୍ଜନ ଦୁନିଆ ଭିତରେ ହଜିଯାଉଛନ୍ତି। ହେଡ୍‌ଫୋନ୍‌, ନେକ୍‌ବେଣ୍ଡ, ଇଅରଫୋନ୍‌, ଇଅରବୋର୍ଡ ଏମିତି ଅନେକ ଯନ୍ତ୍ର ମଷିଣକୁ ଏକେଲା ଚାଲିବାର ଅଭ୍ୟାସ କରିଦେଲାଣି। ବ୍ୟାଙ୍କ, କର୍ପୋରେଟ୍‌ ଓ କମ୍ପାନୀ ଚାକିରିରେ ଅତ୍ୟଧିକ କାର୍ଯ୍ୟ ଚାପରୁ ସାମୟିକ ମୁକ୍ତି ପାଇବା ପାଇଁ ଯୁବକମାନେ ଏହି ଯନ୍ତ୍ର ବ୍ୟବହାର କରୁଛନ୍ତି। ଏକା ଏକା ଚାଲିବା ପାଇଁ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରୁଛି। ନିଃସଙ୍ଗତାର ସାଥୀ ହିସାବରେ ଏହି ଯନ୍ତ୍ରଗୁଡ଼ିକ ସେମାନଙ୍କୁ କାଳେ କାର୍ଯ୍ୟକ୍ଷମ କରୁଛି ଓ ରୋଜଗାର ପାଇଁ ସାହାରା ଯୋଗାଉଛି।
ଆଜିକାର ଡାକରା ଭିନ୍ନ ଶୈଳୀରେ। ନ୍ୟାୟ, ସଂସ୍କାର, ପରିବର୍ତ୍ତନ ପାଇଁ ଅନ୍‌ଲାଇନ ଡାକରା ଶୁଣିବାକୁ ମିଳୁଛି। ଡାକ ଶୁଣି ସମର୍ଥନକାରୀମାନେ କମେଣ୍ଟ ଜରିଆରେ ମତ ପ୍ରକାଶ କରିଥାନ୍ତି। ଏଠି ସମସ୍ତେ ଏକା ଏକା ଚାଲିଛନ୍ତି। ଡାକ ଦେଇଥିବା ବ୍ୟକ୍ତି ଓ ଡାକ ଶୁଣୁଥିବା ବ୍ୟକ୍ତି ସମସ୍ତେ ନିଜ ନିଜ ନିରାପଦ ସ୍ଥାନରେ ଥାଇ ସ୍ବାର୍ଥ ସିଦ୍ଧିରେ ବ୍ୟସ୍ତ ଅଛନ୍ତି। ଭୁଲିଯାଉଛନ୍ତି ଯେ ଏ ପ୍ରକାର ଆଚରଣ ସେମାନଙ୍କୁ ଅନେକ କ୍ଷତି ପହଞ୍ଚାଉଛି। ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ନିଜସ୍ବ ସ୍ବର, ଅଭିନୟ, ଅଭିବ୍ୟକ୍ତି ବହୁ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣକରି ନ ପାରିଲେ ବିଷାଦ ଓ ନୈରାଶ୍ୟ ଘାରିଦିଏ। ମାନସିକ ଚାପ ଓ ନିମ୍ନ ଆମତ୍ସମ୍ମାନର ଶିକାର ହେବାକୁ ପଡ଼େ। ଏଣୁ ଆଜି ସମାଜରେ ଶୁଭୁଥିବା ପରିବର୍ତ୍ତନ, ସଂସ୍କାର ଓ ନ୍ୟାୟ ପ୍ରତିଷ୍ଠାର ଡାକରା ଓ ‘ଏକ୍‌ଲା ଚଲୋ’ ନୀତି ରବୀନ୍ଦ୍ରନାଥଙ୍କର କାଳଜୟୀ ପଂକ୍ତିକୁ ପରିହାସକଲା ପରି ମନେହୁଏ। ତେବେ ତା’ର ଯଥାର୍ଥ ମହତ୍ତ୍ୱକୁ ଉପଲବ୍ଧିକରି ଶିକ୍ଷାବିତ୍‌, ରାଜନେତା, ଧର୍ମଗୁରୁ ଓ ସମସ୍ତ ସଂସ୍କରକାମୀ ବ୍ୟକ୍ତି କାର୍ଯ୍ୟକଲେ ସୁଫଳ ଯେ ନିଶ୍ଚୟ ମିଳିବ ଏଥିରେ ସନ୍ଦେହ ନାହିଁ।
ଡ. ବିଜୟ କୁମାର ଦେ
 ଅବସରପ୍ରାପ୍ତ ଇଂଲିଶ ବିଭାଗ ମୁଖ୍ୟ,
ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱର
ମୋ: ୯୯୩୭୮୬୧୭୭୪

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?