କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ଦିଗରେ ଦଳ ଆଗକୁ ବଢ଼ୁଛି । ଏହି ପ୍ରକ୍ରିୟାରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରାୟ ୧୩୦ ଜଣ ନେତାଙ୍କ ଇଣ୍ଟରଭ୍ୟୁ ନେଇଛନ୍ତି । ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ସୂଚନା ଅନୁସାରେ, ଆଗାମୀ ଦିନରେ AICC ସ୍ତରରେ କିଛି ବଡ଼ ପରିବର୍ତ୍ତନ କରିବାକୁ କଂଗ୍ରେସ ଯୋଜନା କରୁଛି । ବର୍ତ୍ତମାନର ସଚିବମାନଙ୍କ ମଧ୍ୟରୁ ପ୍ରାୟ ଅଧା ନେତାଙ୍କୁ ଦାୟିତ୍ୱରୁ ହଟାଇ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇପାରେ ।

ଗତ ସପ୍ତାହରେ ପ୍ରାୟ ୧୩୦ ଜଣ ସମ୍ଭାବ୍ୟ ଦାବିଦାରଙ୍କ ସ୍କ୍ରିନିଂ କରାଯାଇଥିଲା। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ନେତାମାନଙ୍କ ସାଙ୍ଗଠନିକ ଅଭିଜ୍ଞତା, ପୂର୍ବ କାର୍ଯ୍ୟକଳାପ, ମାଟିସ୍ତରରେ ସକ୍ରିୟତା ଓ ନିର୍ବାଚନୀ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ପଚରାଯାଇଥିଲା। ପ୍ରତ୍ୟେକ ନେତାଙ୍କର ଏକ ବିସ୍ତୃତ ଡୋଜିୟର ମଧ୍ୟ ପ୍ରସ୍ତୁତ ଥିଲା। ଯଦି କୌଣସି ଦୁର୍ବଳ ପ୍ରଦର୍ଶନ କରୁଥିବା ରାଜ୍ୟର ଦାୟିତ୍ୱ ଦିଆଯାଏ, ତେବେ ସଂଗଠନକୁ କିପରି ମଜବୁତ କରିବେ, ଆଗାମୀ ନିର୍ବାଚନ ପାଇଁ କି ରଣନୀତି ରହିବ ଏବଂ କର୍ମୀଙ୍କୁ କିପରି ସକ୍ରିୟ କରିବେ—ଏଭଳି ପ୍ରଶ୍ନ ମଧ୍ୟ ପଚରାଯାଇଥିଲା।

ସୂଚନା ଅନୁସାରେ, ମଙ୍ଗଳବାର, ସେପ୍ଟେମ୍ବର ୧୫ରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବର୍ତ୍ତମାନର AICC ସଚିବମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏଥିରେ ସଚିବମାନଙ୍କ ଏପର୍ଯ୍ୟନ୍ତର କାର୍ଯ୍ୟକଳାପ ଓ ପ୍ରଦର୍ଶନର ସମୀକ୍ଷା କରାଯିବ। ନେତାମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ସିଧାସଳଖ ଫିଡ୍‌ବ୍ୟାକ୍‌ ମଧ୍ୟ ଦିଆଯାଇପାରେ। ଏହି ବୈଠକ ପରେ କଂଗ୍ରେସ ନୂଆ ସଚିବ ତାଲିକାକୁ ଚୂଡ଼ାନ୍ତ ରୂପ ଦେଇପାରେ। ଦଳରେ ଦୁର୍ବଳ ପ୍ରଦର୍ଶନ କରିଥିବା ଅନେକ ପଦାଧିକାରୀଙ୍କୁ ଦାୟିତ୍ୱରୁ ହଟାଇ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି।

ବର୍ତ୍ତମାନ କଂଗ୍ରେସରେ ୬୪ ଜଣ AICC ସଚିବ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ରାଜ୍ୟର ଦାୟିତ୍ୱ ଦିଆଯାଇଛି। ସେମାନେ ସମ୍ପୃକ୍ତ AICC ମହାସଚିବ କିମ୍ବା ରାଜ୍ୟ ପ୍ରଭାରୀଙ୍କ ସହ ମିଶି କାମ କରନ୍ତି। ରାଜ୍ୟ ସଂଗଠନର କାର୍ଯ୍ୟକଳାପ ତଦାରଖ କରିବା, ସ୍ଥାନୀୟ ସଂଗଠନକୁ ସହଯୋଗ କରିବା ଓ ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବା ସେମାନଙ୍କ ପ୍ରମୁଖ ଦାୟିତ୍ୱ।

ନୂଆ ଦାୟିତ୍ୱ ପାଇଁ ଚୟନ ହେଉଥିବା ନେତାମାନଙ୍କୁ ପ୍ରାୟ ୧୨ରୁ ୧୪ ଜଣିଆ ଗ୍ରୁପ୍‌ରେ ଇଣ୍ଟରଭ୍ୟୁ କରାଯାଇଥିଲା। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କେ.ସି. ବେଣୁଗୋପାଳ ନେତାମାନଙ୍କ ପୂର୍ବ ସାଙ୍ଗଠନିକ କାର୍ଯ୍ୟ, ଅଭିଜ୍ଞତା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ପ୍ରଶ୍ନ କରିଥିଲେ। ରିପୋର୍ଟ ଅନୁସାରେ, ଇଣ୍ଟରଭ୍ୟୁ ଆରମ୍ଭରେ ପ୍ରତ୍ୟେକ ନେତାଙ୍କୁ ପ୍ରାୟ ଏକ ମିନିଟ୍‌ରେ ନିଜର ପରିଚୟ ଦେବାକୁ କୁହାଯାଇଥିଲା। ଏହାପରେ ନିଜ ଦାୟିତ୍ୱ କିପରି ତୁଲାଇଛନ୍ତି, କେଉଁ ନିଷ୍ପତ୍ତି କାହିଁକି ନେଇଥିଲେ, ଦଳ ପାଇଁ କଣ ଅବଦାନ ରହିଛି ଏବଂ କେଉଁ କ୍ଷେତ୍ରରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି—ସେନେଇ ପ୍ରଶ୍ନ କରାଯାଇଥିଲା। ଏବେ ଏହି ସମସ୍ତ ମୂଲ୍ୟାୟନ ପରେ କଂଗ୍ରେସ ଖୁବଶୀଘ୍ର AICC ସଚିବଙ୍କ ନୂଆ ଟିମ୍‌ ଘୋଷଣା କରିପାରେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?