ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫,୯୩୮.୧୫ କୋଟି ଟଙ୍କାର ୨୬,୩୮୫ଟି ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନାହିଁ। ଏଥିମଧ୍ୟରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୯,୩୦୭ଟି ୟୁସି ବାବଦରେ ୨୩,୦୯୭.୭୧ କୋଟି ଟଙ୍କା ବକେୟା ରହିଥିବା ବେଳେ ୨୦୨୫-୨୬ ବର୍ଷର ୭,୦୭୮ଟି ୟୁସି ବାବଦରେ ୨,୮୪୦.୪୪ କୋଟି ଟଙ୍କା ଅଟକି ରହିଛି। ସରକାରଙ୍କ ଜଣେ ବରିଷ୍ଠ ଅର୍ଥ ପରାମର୍ଶଦାତାଙ୍କ ସୂଚନା ଅନୁଯାୟୀ, ପୂର୍ବ ବର୍ଷଗୁଡ଼ିକରେ ବିଶେଷକରି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗରେ ଯୋଜନାର ସର୍ତ୍ତାବଳୀ ଉଲ୍ଲଂଘନ କରାଯାଇ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ବହୁବର୍ଷ ଧରି ଏହି ୟୁସିଗୁଡ଼ିକ ଗଡ଼ିଚାଲିଛି। ବକେୟା ୟୁସି ମାମଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବାଗ୍ରେ ରହିଛି, ଯେଉଁଥିରେ ୮,୧୯୭.୮୦ କୋଟି ଟଙ୍କା (ମୋଟ ବକେୟାର ୩୨%) ରହିଛି। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗର ୭,୭୩୧.୮୦ କୋଟି ଟଙ୍କା (୩୦%), ଯୋଜନା ଓ ସମନ୍ବୟ ବିଭାଗର ୨,୮୫୭.୫୩ କୋଟି ଟଙ୍କା (୧୧%), ସ୍କୁଲ ଓ ଗଣଶିକ୍ଷା ବିଭାଗର ୨,୦୮୩.୯୪ କୋଟି ଟଙ୍କା (୮%) ଏବଂ ମିଶନ ଶକ୍ତିର ୨,୦୩୫.୫୦ କୋଟି ଟଙ୍କା (୮%) ୟୁସି ବକେୟା ପଡ଼ିଛି। କେବଳ ଏହି ୫ଟି ବିଭାଗରେ ମୋଟ ୨୨,୯୦୬.୪୮ କୋଟି ଟଙ୍କା ଅର୍ଥାତ୍‌ ସମୁଦାୟ ବକେୟା ୟୁସିର ୮୯ ପ୍ରତିଶତ ଅର୍ଥ ଅଟକି ରହିଛି।
ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୦୮-୨୦୦୯ରୁ ୨୦୨୩-୨୪ ମଧ୍ୟରେ ଅଧିକାରୀମାନେ ବହୁ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର ଦେଇପାରି ନାହାନ୍ତି। ପିଏଜିଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ପୂର୍ବରୁ ଦିଆଯାଇଥିବା ୬୯ଟି ‘ପାରା’ କମେଣ୍ଟର ଜବାବ ମିଳି ନ ଥିବା ବେଳେ ୬୩୧ଟି ‘ସ୍ପେଶାଲ୍‌ ଫର୍ମାଟ ଇନ୍ସପେକ୍ସନ ରିପୋର୍ଟ (ଏସ୍‌ଏଫ୍‌ଆଇଆର୍‌)-ପାରା’ ଏବଂ ୧୩,୪୯୨ଟି ଇନ୍ସପେକ୍ସନ ରିପୋର୍ଟ (ଆଇଆର୍‌) ବାବଦରେ ମୋଟ ୫୭,୨୫୩ଟି ପାରା ବକେୟା ରହିଛି। ସୂଚନାଥାଉ କି ସରକାରୀ ହିସାବ ନିରୀକ୍ଷା (ଅଡିଟ୍‌) ପ୍ରକ୍ରିୟାରେ ‘ଏସ୍‌ଏଫ୍‌ଆଇଆର୍‌-ପାରା’ ଅତି ଗୁରୁତ୍ୱପୂର୍ଣ୍ଣ ଆପତ୍ତି ବା ଅନିୟମିତତାକୁ ଦର୍ଶାଇଥାଏ। ରାଜ୍ୟ ପ୍ରମୁଖ ମହାଲେଖାକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ବିଭାଗ, ପ୍ରକଳ୍ପ କିମ୍ବା ସଂସ୍ଥାର ଅଡିଟ କରାଯିବା ସମୟରେ ଯେତେବେଳେ କୌଣସି ବୃହତ୍‌ ଆର୍ଥିକ ଅନିୟମିତତା, ବେନିୟମ ଖର୍ଚ୍ଚ, ବଜେଟ ଅନୁଦାନର ଅବ୍ୟବହାର କିମ୍ବା ଗୁରୁତର ନିୟମ ଉଲ୍ଲଂଘନ ନଜରକୁ ଆସେ, ସେତେବେଳେ ତାହାକୁ ଏକ ‘ସ୍ପେସାଲ ଫର୍ମାଟ ଇନ୍ସପେକ୍ସନ ରିପୋର୍ଟ’ (ଏସ୍‌ଏଫ୍‌ଆଇଆର୍‌) ଆକାରରେ ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ବିଭାଗକୁ ପଠାଯାଇଥାଏ। ଏହି ‘ଏସ୍‌ଏଫ୍‌ଆଇଆର୍‌-ପାରା’ ସାଧାରଣ ଅଡିଟ୍‌ ଆପତ୍ତି (ଆଇଆର୍‌-ପାରା)ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଭିନ୍ନ ବିଭାଗର ଏହି ବେନିୟମ ଖର୍ଚ୍ଚ ନେଇ ପିଏଜି ବାରମ୍ବାର ତାଗିଦ କରୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉ ନ ଥିବା ସ୍ପଷ୍ଟ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?