ଏଇ ଭାରତରେ

ଗାଡ଼ି ପଙ୍କ୍‌ଚର ମରାମତି କରୁଥିବା ମହିଳାଙ୍କୁ କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି, ତେବେ ଜାଣନ୍ତୁ ୫୫ ବର୍ଷୀୟା ମହିଳା ମେକାନିକ୍‌ କମଳା ନେଗିଙ୍କ କାହାଣୀ। କମଳା ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ପାଖାପାଖି ୧୫ ବର୍ଷ ହେବ ବାଇକ୍‌, କାର, ଟ୍ରକ୍‌, ବସ୍‌ ଆଦିର ପଙ୍କ୍‌ଚର ମାରୁଛନ୍ତି। କେବଳ ଏତିକି ନୁହେଁ, ଭାରିଯାନ ମରାମତି ସହ ସର୍ଭିିସିଂ ମଧ୍ୟ କରୁଛନ୍ତି। ଉତ୍ତରାଖଣ୍ଡର ନୈନିତାଲ ଜିଲା ରାମଗଡ଼-ମୁକ୍ତେଶ୍ୱର ରୋଡ୍‌ କଡ଼ରେ ତାଙ୍କ ଦୋକାନ। ଆଖପାଖର ଲୋକେ କମଳାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କୁ ‘ଟାୟାର ଡାକ୍ତର’ ବୋଲି ସମ୍ବୋଧନ କରୁଛନ୍ତି। ୨୦୦୪ରେ ସେ ଛୋଟ ଛୋଟ ପିଲାଙ୍କୁ ୨୦ରୁ ୨୫ ମିନିଟ୍‌ ପାଇଁ ସାଇକେଲ ଶିଖାଇ ୫ ଟଙ୍କା ନେଉଥିଲେ। ପାରିବାରିକ ଅବସ୍ଥା ଭଲ ନ ଥିବାରୁ ସେ ଏହା ଆରମ୍ଭ କରିଥିଲେ। ସେହି ସମୟରେ ସାଇକେଲ ପଙ୍କ୍‌ଚର ହେଲେ ତାହାକୁ ନିଜେ ମରାମତି କରୁଥିଲେ ସ୍ବାମୀ ହୟାତ୍‌ ସିଂ ନେଗିଙ୍କ ପଙ୍କ୍‌ଚର ଦୋକାନରେ। ଏହି ଅଭ୍ୟାସ ତାଙ୍କୁ ଜଣେ ମେକାନିକ୍‌ ଭାବେ ଗଢ଼ିତୋଳିଛି। ପରେ ୨୦୦୮ରେ ସେ ବ୍ୟବସାୟିକ ଭାବେ ଦୁଇଚକିଆ ଯାନ, କାର, ବସ୍‌, ଟ୍ରକ୍‌ ଆଦିର ପଙ୍କ୍‌ଚର ମରାମତି କାମ ଆରମ୍ଭ କରିଥିଲେ। କମଳାଙ୍କ ପୁଅ ସୀମା ସୁରକ୍ଷା ବଳରେ ଚାକିରି କରିଥିବାବେଳେ ଝିଅ ବିବାହ କରିଛନ୍ତି। ତଥାପି କମଳା ମେକାନିକ୍‌ ଭାବେ ବଞ୍ଚି ରହିବା ଲାଗି ଏହି କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?