Posted inଜାତୀୟ

ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ

କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍‌ନାକୁ ଆସିଛି। ପ୍ରଫେସର ଜଣକ ସୁଇମ୍‌ସୁଟ୍‌ରେ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଅପ୍‌ଲୋଡ୍‌ କରିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେବଳ ଏତିକି ନୁହେଁ, ୟୁନିଭର୍ସିଟିର ପ୍ରତିଷ୍ଠା ହାନି କରିବା ଅଭିଯୋଗରେ ତାଙ୍କୁ ୯୯ କୋଟି ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏପରି କରି ସମ୍ପୃକ୍ତା ପ୍ରଫେସରଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରିଭେସିରେ ୟୁନିଭର୍ସିଟି ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି।

ଜଣକ ଇନ୍‌ଷ୍ଟାରେ ସୁଇମ୍‌ ପୋଷାକ ପିନ୍ଧି ଫଟୋ ଅପ୍‌ଲୋଡ କରିଥିବା ସମ୍ପର୍କରେ ଜଣେ ଛାତ୍ରଙ୍କ ବାପା ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଫେସରଙ୍କ ଇନ୍‌ଷ୍ଟା ଆକାଉଣ୍ଟ ପ୍ରାଇଭେଟ ଥିବା ସତ୍ତ୍ୱେ ତାହାକୁ ହ୍ୟାକ୍‌ କରାଯାଇ ଲକ୍‌ ଥିବା ପ୍ରୋଫାଇଲ ଫଟୋକୁ ଛାତ୍ର ଜଣକ ହାସଲ କରିବା ପରେ ଭାଇରାଲ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏହାର ଯାଞ୍ଚ କରି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ୟୁନିଭର୍ସିଟି ପ୍ରଫେସରଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଘଟଣା ଅନେକଙ୍କୁ ଚକିତ କରିଛି। ଛାତ୍ରଙ୍କ ବାପା କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ପୁଅ ମୋବାଇଲରେ ପ୍ରଫେସରଙ୍କ ଫଟୋ ଦେଖୁଥିବା ସେ ଜାଣିବାକୁ ପାଇଥିଲେ। ଜଣେ ଶିକ୍ଷୟିତ୍ରୀ ଅନ୍ତଃବସ୍ତ୍ରରେ ଏଭଳି ଫଟୋ ଅପ୍‌ଲୋଡ୍‌ କରିବା ଲଜ୍ଜାକର କଥା ବୋଲି ଛାତ୍ରଙ୍କ ବାପା ୟୁନିଭର୍ସିଟିକୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ।

ଅପରପକ୍ଷେ ପ୍ରଫେସର ଏହା ବିରୋଧରେ ଆସନ୍ତା ସପ୍ତାହରେ କାଲ୍‌କାଟା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିବେ ବୋଲି କହିଛନ୍ତି। ସେ ଗତ ବର୍ଷ ଅଗଷ୍ଟରେ ୟୁନିଭର୍ସିଟିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଏହି ଫଟୋ ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଅପ୍‌ଲୋଡ୍‌ କରିଥିଲେ। ୨୪ ଘଣ୍ଟା ପରେ ଉକ୍ତ ଷ୍ଟୋରି ଇନ୍‌ଷ୍ଟାରୁ ଆପେ ଗାଏବ ହୋଇଯାଇଥିଲା। କିନ୍ତୁ ଗତ ଅକ୍ଟୋବର ୭ରେ ତାଙ୍କୁ ୟୁନିଭର୍ସିଟିରୁ ଫୋନ ଯାଇଥିଲା। ସେହିଦିନ ଅପରାହ୍ନରେ ବିଶ୍ୱବିଦ୍ୟାଳୟ କୁଳପତି ଫେଲିକ୍ସ ରାଜ, ରେଜିଷ୍ଟ୍ରାର ଆଶିଷ ମିତ୍ରାଙ୍କ ଉପସ୍ଥିତିରେ କଙ୍ଗାରୁକୋର୍ଟ ବସିଥିଲା। ସେଠାରେ ତାଙ୍କୁ ଅପମାନିତ କରାଯିବା ସହ ଧମକ ଦିଆଯାଇଛି। ତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଇଛି। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ପ୍ରାଇଭେଟ ହୋଇଥିବାବେଳେ କିପରି ଛାତ୍ର ଜଣକ ଉକ୍ତ ଫଟୋ ପାଇଲେ ତାହାର ତଦନ୍ତ ହେବା ଜରୁରୀ। ତାଙ୍କ ଅଜାଣତରେ ୟୁନିଭର୍ସିଟିରେ ମଧ୍ୟ ଉକ୍ତ ଫଟୋ ଭାଇରାଲ ହୋଇଛି। ଏସବୁ ତାଙ୍କୁ ମାନସିକ ଭାବେ ଆଘାତ ଦେଇଥିବା ପ୍ରଫେସର ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?