ଏଇ ଭାରତରେ

ପରିବେଶ ସ୍ବଚ୍ଛ ରହିଲେ ସଭିଙ୍କୁ ଉପକାର, ଏହା ଭଲ ଭାବେ ବୁଝିଛନ୍ତି ମହାରାଷ୍ଟ୍ରର ରାନମାଲା ଗାଁର ପୋପାଟ ସିନ୍ଦେ। ସେ ଶିକ୍ଷକ ଥିଲେ ଓ ସେଥିରୁ ସ୍ବେଚ୍ଛାକୃତ ଅବସର ନେଇ ଗଛ ଲଗାଇବା କାମରେ ଲାଗିଛନ୍ତି। ସମସ୍ତ ଗ୍ରାମବାସୀଙ୍କୁ ଏହି ଅଭିଯାନରେ ସାମିଲ କରିପାରିଛନ୍ତି। ସିନ୍ଦେଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଲକ୍ଷାଧିକ ଗଛ ଲଗାଇ ସାରିଲେଣି। ଯିଏ ଗଛ ଲଗାଉଛନ୍ତି ସେ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରି ସେଥିରେ ତାଙ୍କ ନାମ ଲେଖୁଛନ୍ତିି। ସେହି ବ୍ୟକ୍ତି ବି ତା’ର ଯତ୍ନ ନେଉଛନ୍ତି। ୨୫ ବର୍ଷ ଚାକିରି କରିବା ପରେ ୧୯୯୬ରେ ସିନ୍ଦେ ସ୍ବେଚ୍ଛାକୃତ ଅବସର ନେଇ ସେବେଠାରୁ ଗଛ ଲଗାଇ ଆସୁଛନ୍ତି। ସିନ୍ଦେ ପ୍ରଥମେ ଗାଁର ଲୋକମାନଙ୍କୁ ଚାରା ଦେଇ ସେମାନଙ୍କ ବାଡିରେ ଲଗାଇବା ଲାଗି ଉତ୍ସାହିତ କରିଥିଲେ । ପରେ ବାହାରେ ମଳତ୍ୟାଗ ରୋକି ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ପଡିଆ ଜମିରେ ଗ୍ରାମବାସୀଙ୍କ ସହଯୋଗରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଗାଁର ମହିଳାମାନେ ଗଛ ଲଗାଇବା ଅଭିଯାନରେ ଯୋଗ ଦେଇଛନ୍ତି। ପରିବାରରେ ଯଦି କାହାର ଦେହାନ୍ତ ହେଉଛି ତାଙ୍କ ସ୍ମୃତିରେ ଲୋକେ ଗଛ ଲଗାଇ ସେଥିରେ ଫଳକ ଝୁଲାଇ ଦେଉଛନ୍ତି। ଏବେସୁଦ୍ଧା ଗ୍ରାମବାସୀ ଗାଁ ଓ ଆଖପାଖ ତିନୋଟି ପାହାଡରେ ୧.୮ ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri