Posted inଖେଳ

ଆଇପିଏଲ୍‌: କୋଲକାତାର ପ୍ରଥମ ବିଜୟ

ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୨ ଓଭର ବାକି ଥାଇ ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହିତ କୋଲକାତା ପ୍ରଥମ ବିଜୟର ସ୍ବାଦ ଚାଖିଛି। ଟସ୍‌ ଜିତି ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୪୨ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୮ ଓଭରରେ ୩ ଉଇକେଟ ବିନିମୟରେ ୧୪୫ ରନକରି ବିଜୟୀ ହୋଇଥିଲା। ସୁନୀଲ ନାରିନ ଓ ଅଧିନାୟକ ଦୀଦେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ନୀତୀଶ ରାଣା ୧୩ ବଲରୁ ୬ ଚୌକା ସହ ଦ୍ରୁତ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଶୁବମନ ଗିଲ୍‌ ଓ ଅଭିଜ୍ଞ ଇଅନ ମୋର୍ଗାନ ୭୦ ବଲରୁ ଅପରଜିତ ୯୨ ରନ କରି ଦଳକୁ ଜିତାଇଥିଲେ। ଶୁବମନ ୭୦ (୬୨ ବଲ, ୫ ଚୌକା, ୨ ଛକା) ଓ ମୋର୍ଗାନ ୪୨ (୨୯ ବଲ, ୩ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଖଲିଲ ଅହମ୍ମଦ, ରସିଦ ଖାନ୍‌ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଜନି ବେୟାରଷ୍ଟୋଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ବେୟାରଷ୍ଟୋ ମାତ୍ର ୫ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ପ୍ୟାଟ୍‌ କୁମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଟାଇମ୍‌ ଆଉଟ୍‌ ପରେ ଅନ୍ୟତମ ଓପନର ତଥା ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୨ ଚୌକା ଓ ୧ ଛକା ସହ ୩୬ ରନକରି ଜମି ଆସୁଥିବା ବେଳେ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଫ୍ଲିକ୍‌ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ବଲ ବ୍ୟାଟ୍‌ ଅଗରେ ବାଜିଥିଲା ଓ ସିଧା ବରୁଣଙ୍କ ନିକଟକୁ ଯାଇଥିଲା। କୌଣସି ତ୍ରୁଟି ନ କରି ବରୁଣ କ୍ୟାଚ୍‌ ନେଇଥିଲେ। ଓ୍ବାର୍ନର ଏପର୍ଯ୍ୟନ୍ତ ଚମକ ଦେଖାଇପାରି ନାହାନ୍ତି। ଏହାପରେ ତୃତୀୟ ଉଇକେଟରେ ମନୀଷ ପାଣ୍ଡେ ଓ ରିଦ୍ଧିମାନ ଶାହା ୫୧ ବଲରୁ ୬୨ ରନକରି ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ତେବେ ପାଣ୍ଡେ ୩୮ ବଲରୁ ୩ ଚୌକା ଓ ୨ ଛକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଜଙ୍ଘଠାରୁ ଉଚ୍ଚରେ ଥିବା ଏକ ହାଇ ଫୁଲଟସ୍‌ ବଲ୍‌କୁ ଖେଳିବାକୁ ଯାଇ ସେ ବୋଲର ଆନ୍ଦ୍ରେ ରସେଲଙ୍କୁ ସିଧା କ୍ୟାଚ୍‌ ଦେଇ କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଏହାପରେ ରିଦ୍ଧିମାନ ଲଙ୍ଗ୍‌ଅଫ୍‌କୁ ଶଟ୍‌ମାରି ଦ୍ୱିତୀୟ ରନ ନେବାକୁ ଯାଉଥିବା ବେଳେ ମହମ୍ମନ ନବିଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୩୦ (୩୧ ବଲ୍‌, ୧ ଚୌକା, ୧ ଛକା) ରନ ସଂଗ୍ରହ କରିଥିଲେ। ଶେଷରେ ନବି ୧୧ ଓ ଅଭିଷେକ ଶର୍ମା ୨ ରନକରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ କୁମିନ୍ସ, ରସେଲ ଓ ବରୁଣ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୨/୪(ପାଣ୍ଡେ-୫୧, ଓ୍ବାର୍ନର-୩୬, ରିଦ୍ଧିମାନ-୩୦, ନବି- ୧୧*, କୁମିନ୍ସ- ୧/୧୯, ରସେଲ-୧/୧୬, ବରୁଣ ଚକ୍ରବର୍ତ୍ତୀ- ୧/୨୫ )।
କୋଲକାତା ନାଇଟ ରାଇଡର୍ସ ୧୮ ଓଭରରେ ୧୪୫/୩(ନୀତୀଶ- ୨୬, ଶୁବମନ- ୭୦*, ମୋର୍ଗାନ- ୪୨*, ଖଲିଲ- ୧/୨୮ , ନଟରାଜନ-୧/୨୭, ରସିଦ୍‌- ୧/୨୫)।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri