କେମିତି ବଢ଼ିବ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

କରୋନାର ଭୟାବହତା ସମୟରେ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ବିଶେଷକରି ଶିଶୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଦ୍‌ବେଗ ପ୍ରକାଶ ପାଉଛି। ପିଲାଙ୍କ ରୋଗପ୍ରତିରୋଧକ ସାମର୍ଥ୍ୟ ନେଇ ମାତାପିତାମାନେ ଏକ ପ୍ରକାର ଆତଙ୍କିତ ମଧ୍ୟ ହୋଇପଡ଼ୁଛନ୍ତି। ଶିଶୁମାନେ ଖୁସିରେ ରହିଲେ ସେମାନଙ୍କ ରୋଗପ୍ରତିରୋଧକ କ୍ଷମତା ସ୍ବତଃ ବଢ଼ିବ। ଶିଶୁଟିଏ ବାସ୍ତବରେ ଚାହେଁ ତା’ ପରିବାର ଲୋକଙ୍କ ସହିତ ସେ ସବୁବେଳେ କିପରି ରହିବ। ତେଣୁ ପିଲାକୁ ଘର ଭିତରେ ଖେଳାଇବା ଶିକ୍ଷା ଦିଅନ୍ତୁ। ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟମାନଙ୍କ ଠାରୁ ଅଧିକ କିନ୍ତୁ କରୋନା ସଂକ୍ରମିତ ପିଲା ବା ବଡ଼ଲୋକଙ୍କ ସହିତ ରହିବାବେଳେ ଯଥେଷ୍ଟ ସତର୍କତା ରହିବା ଅତ୍ୟନ୍ତ ଜରୁରୀ। କରୋନା ଆକ୍ରାନ୍ତ ଶିଶୁ ମଧ୍ୟ ମାଆ କ୍ଷୀର ଖାଇବା ପାଇଁ ପ୍ରତିବନ୍ଧକ ନାହିଁ କିନ୍ତୁ ମାଆମାନେ ସ୍ତନ୍ୟପାନ ବେଳେ ମାକ୍ସ ପିନ୍ଧି ସତର୍କତାର ସହିତ ଦାୟିତ୍ୱ ନିର୍ବାହ କରନ୍ତୁ। ବର୍ଷକରୁ କମ୍‌ ଶିଶୁର ମୁଖ୍ୟଖାଦ୍ୟ ମାଆ କ୍ଷୀର ହୋଇଥିବାରୁ ମାଆମାନେ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ମାଆକ୍ଷୀରରେ ପିଲାଟିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କରୋନା ସମୟରେ ମାଆ କ୍ଷୀର ଶିଶୁ ପାଇଁ ଅତ୍ୟନ୍ତ ଜରୁରୀ, ଯାହା କି କରୋନା ମୁକାବିଲା ପାଇଁ ସାହାଯ୍ୟ କରିଥାଏ। ମାତ୍ର ଯେଉଁ ମାଆ କରୋନା ଆକ୍ରାନ୍ତ ହୋଇ ନ ଥିବେ ସେମାନେ ହିଁ କରୋନା ଆକ୍ରାନ୍ତ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏହାଦ୍ୱାରା ଶିଶୁ ଖୁବ୍‌ଶୀଘ୍ର ସୁସ୍ଥ ହୋଇପାରିବ। ଅନେକ ହୁଏତ ଜାଣି ନ ଥାନ୍ତି ପିଲା ପାଇଁ ସବୁଠାରୁ ବଡ଼ ପ୍ରତିରୋଧକ ହେଉଛି ମାଆ କ୍ଷୀର।
ଟିକା ଶିଶୁ ଦେହରେ ଆଣ୍ଟିବଡ଼ି ସୃଷ୍ଟି କରିଥାଏ। ଟିକା ନ ନେଇଥିବା ଶିଶୁର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ସେହିଭଳି ଟିକା ନେଇ ନ ଥିବା ଶିଶୁକୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ପିଲାମାନଙ୍କୁ ଟିକା ଦିଆଯିବା ଜରୁରୀ। ବଡ଼ ଲୋକଙ୍କ ପରି ପିଲାମାନେ ମଧ୍ୟ ପୃଥକବାସରେ ରହିପାରିବେ କିନ୍ତୁ ତାଙ୍କ ଖାଦ୍ୟପେୟ, ଭଲମନ୍ଦ ଓ ରକ୍ଷଣାବେକ୍ଷଣ ପାଇଁ ଜଣେ ସ୍ବତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯିବା ଦରକାର। ପିଲାଟିର ମାଆ କିମ୍ବା ଜେଜେ ମାଆ କିମ୍ବା ସେ ଅଧିକ ଆଦର ପାଉଥିବା ତା’ ଆତ୍ମୀୟ ଲୋକ ହେଲେ ଭଲ। ପିଲାଟି ଅଲଗା ରହି ଅଲଗା ଶୌଚାଳୟ ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଘରର ଶୌଚାଳୟ ବ୍ୟବହାର କରିବାକୁ ପଡ଼ୁଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କରି ନିୟମିତ ଓ ବାରମ୍ବାର ପରିଷ୍କାର ଓ ସାନିଟାଇଜ୍‌ ଦରକାର।
ଛୋଟଶିଶୁ ମୁହଁ ବନ୍ଦ କରି ରଖିବାକୁ ତାକୁ ଆଦୌ ଭଲ ଲାଗେନା ତେଣୁ ଏକ ବର୍ଷରୁ ପାଞ୍ଚ ବର୍ଷ ବୟସର ଶିଶୁଙ୍କୁ ଭଲ ଭାବେ ଆଦର ଯତ୍ନ ସହ ବୁଝାଇ ମାସ୍କ ପିନ୍ଧାଇଲେ ଭଲ। ହୋମ ଆଇସୋଲେସନରେ ରହୁଥିବା ଶିଶୁଙ୍କ ଜ୍ୱର ମାପିବା ଦରକାର। ଛାତିର ମାଂସପେଶୀ ଟାଣି ହେଉଥିବା ନଜରକୁ ଆସିଲେ ଶିଶୁର ଅବସ୍ଥା ଗୁରୁତର ଆଡ଼କୁ ଗତି କରୁଥିବା ଜଣାପଡ଼େ। ତେଣୁ ସେମାନଙ୍କୁ ଡାକ୍ତରଖାନା ନେବାକୁ ଦରକାର ପଡ଼େ। ଶିଶୁ ମାନଙ୍କ ଶ୍ୱାସଜନିତ ରୋଗ ଅଧିକ ଦେଖାଯାଏ। କାଶିବା, ଖାଇବା ବନ୍ଦ କରିବା, ପାଣି ପିଇବା ବେଳେ କାଶିବା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦରକାର।
ଛୋଟପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ପ୍ରୋଟିନ୍‌ ତଥା କ୍ୟାଲସିୟମଯୁକ୍ତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପିଲାମାନଙ୍କୁ ମାଛ, ମାଂସ, ଅଣ୍ଡା, କ୍ଷୀର ଆଦି ଦେଲେ ତାହା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ବଢ଼ାଇଥାଏ । ଛୋଟପିଲାଙ୍କୁ ଥଣ୍ଡା ହେବା ସାଧାରଣ କଥା । ଏହା ଅର୍ଥ ସେମାନଙ୍କ ଶରୀର ଭିତରେ ବ୍ୟାକ୍ଟେରିଆ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଥାଏ । କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇ ଚାଲିଥିବାବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟି ଯାଏ ନିକଟରେ ଏକ ରିସର୍ଚ୍ଚ ତଥ୍ୟର ରିପୋର୍ଟ ପ୍ରସିଦ୍ଧ ‘ଲାନ୍‌ସେଟ୍‌’ ପତ୍ରିକାରେ ପ୍ରକାଶ ପାଇଛି। ମଣିଷର ରୋଗପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରିପାରି ନ ଥାଏ। କିନ୍ତୁ ବେଳେ ବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡ଼ି ଆଣ୍ଟିଜେନ୍‌ ସହିତ ମିଶି ଶରୀର ବିରୋଧରେ ଲଢ଼ିଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇ ରହିଥାଏ; ଯାହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୂକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ, ଯାହାଦ୍ୱାରା ଶରୀରର ରକ୍ତଚାପ କମିଯାଇ ଏହ ପ୍ରଭାବରେ ଲିଭର, କିଡ୍‌ନୀ, ହାର୍ଟ ଓ ଫୁସ୍‌ଫୁସ୍‌ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡ଼େ। ଏଭଳି ସ୍ଥିତିରେ କରୋନା ସଂକ୍ରମଣର ପ୍ରଭାବ ବଢ଼ିଯାଏ। ଦେହରେ ତାପମାତ୍ରା ବଢ଼ିବା ସହ ମୁଣ୍ଡ ବିନ୍ଧିଥାଏ। କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ୍‌ ସମୟ ମଧ୍ୟରେ ନଷ୍ଟ କରିଦେଇଥାଏ। ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଓ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁ ରୋଗପ୍ରତିରୋଧକ ଶକ୍ତି ଶରୀରର କ୍ଷତି କରିଥିଲା। ଏଚ୍‌-୧ଏନ୍‌-୧ ସ୍ବାଇନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବାର ବିଶ୍ୱାସ ହେଉଛି। ସାଧାରଣତଃ ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ବାଭାବିକ କରିବା ଲାଗି ଷ୍ଟିରଏଡର ବ୍ୟବହାର କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡର ବ୍ୟବହାରର ସଫଳତା ଗବେଷଣା ସାପେକ୍ଷ। ଶରୀରରେ ସାଇଟୋକାଇନ୍‌ ଷ୍ଟର୍ମ ସୃଷ୍ଟି ହୋଇଥିବା ବିଷୟରେ ସହଜରେ ଜଣାପଡ଼ି ନ ଥାଏ। ଏହା ଜଣାପଡ଼ିଲା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏ କ୍ଷେତ୍ରରେ ଟୋସିଲିଜୁମାଚ୍‌ ବେଶ୍‌ ସଫଳତାର ସହିତ କାମ କରିଥାଏ ବୋଲି ଗବେଷକ ମତ ଦେଉଛନ୍ତି। ତେବେ ପିଲାମାନଙ୍କ ରୋଗପ୍ରତିରୋଧକ କ୍ଷମତା ଯଥେଷ୍ଟ ରହୁଥିବାରୁ ପିତାମାତା ଓ ପିଲାର ଅଭିଭାବକମାନେ ଭୟଭୀତ ହେବା ଉଚିତ ନୁହେଁ। ପିଲାଟିକୁ କୌଣସି ଥଣ୍ଡା, ଜ୍ୱର ବା କାଶ ହେଲେ ଏହା ଯେ କରୋନାର ଲକ୍ଷଣ ତାହା ଭାବିବା ଠିକ୍‌ ନୁହେଁ। ଯଥେଷ୍ଟ ଭାବରେ ପିଲାଟିକୁ ସ୍ବାସ୍ଥ୍ୟ ସଚେତନ କରି ସଫାସୁତୁରା ରଖନ୍ତୁ, ତା’ର ଖାଦ୍ୟପେୟକୁ ଗୁରୁତ୍ୱ ଦିଅନ୍ତୁ ଓ ଦଶବର୍ଷ ବୟସରୁ କମ ବୟସର ପିଲାକୁ ବାହାରକୁ ଛାଡ଼ନ୍ତୁ ନାହିଁ। ସରକାର ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ସତର୍କତାକୁ ମାନି ଚଳନ୍ତୁ।

ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri