କେମିତି ବଢ଼ିବ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

କରୋନାର ଭୟାବହତା ସମୟରେ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ବିଶେଷକରି ଶିଶୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଦ୍‌ବେଗ ପ୍ରକାଶ ପାଉଛି। ପିଲାଙ୍କ ରୋଗପ୍ରତିରୋଧକ ସାମର୍ଥ୍ୟ ନେଇ ମାତାପିତାମାନେ ଏକ ପ୍ରକାର ଆତଙ୍କିତ ମଧ୍ୟ ହୋଇପଡ଼ୁଛନ୍ତି। ଶିଶୁମାନେ ଖୁସିରେ ରହିଲେ ସେମାନଙ୍କ ରୋଗପ୍ରତିରୋଧକ କ୍ଷମତା ସ୍ବତଃ ବଢ଼ିବ। ଶିଶୁଟିଏ ବାସ୍ତବରେ ଚାହେଁ ତା’ ପରିବାର ଲୋକଙ୍କ ସହିତ ସେ ସବୁବେଳେ କିପରି ରହିବ। ତେଣୁ ପିଲାକୁ ଘର ଭିତରେ ଖେଳାଇବା ଶିକ୍ଷା ଦିଅନ୍ତୁ। ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟମାନଙ୍କ ଠାରୁ ଅଧିକ କିନ୍ତୁ କରୋନା ସଂକ୍ରମିତ ପିଲା ବା ବଡ଼ଲୋକଙ୍କ ସହିତ ରହିବାବେଳେ ଯଥେଷ୍ଟ ସତର୍କତା ରହିବା ଅତ୍ୟନ୍ତ ଜରୁରୀ। କରୋନା ଆକ୍ରାନ୍ତ ଶିଶୁ ମଧ୍ୟ ମାଆ କ୍ଷୀର ଖାଇବା ପାଇଁ ପ୍ରତିବନ୍ଧକ ନାହିଁ କିନ୍ତୁ ମାଆମାନେ ସ୍ତନ୍ୟପାନ ବେଳେ ମାକ୍ସ ପିନ୍ଧି ସତର୍କତାର ସହିତ ଦାୟିତ୍ୱ ନିର୍ବାହ କରନ୍ତୁ। ବର୍ଷକରୁ କମ୍‌ ଶିଶୁର ମୁଖ୍ୟଖାଦ୍ୟ ମାଆ କ୍ଷୀର ହୋଇଥିବାରୁ ମାଆମାନେ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ମାଆକ୍ଷୀରରେ ପିଲାଟିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କରୋନା ସମୟରେ ମାଆ କ୍ଷୀର ଶିଶୁ ପାଇଁ ଅତ୍ୟନ୍ତ ଜରୁରୀ, ଯାହା କି କରୋନା ମୁକାବିଲା ପାଇଁ ସାହାଯ୍ୟ କରିଥାଏ। ମାତ୍ର ଯେଉଁ ମାଆ କରୋନା ଆକ୍ରାନ୍ତ ହୋଇ ନ ଥିବେ ସେମାନେ ହିଁ କରୋନା ଆକ୍ରାନ୍ତ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏହାଦ୍ୱାରା ଶିଶୁ ଖୁବ୍‌ଶୀଘ୍ର ସୁସ୍ଥ ହୋଇପାରିବ। ଅନେକ ହୁଏତ ଜାଣି ନ ଥାନ୍ତି ପିଲା ପାଇଁ ସବୁଠାରୁ ବଡ଼ ପ୍ରତିରୋଧକ ହେଉଛି ମାଆ କ୍ଷୀର।
ଟିକା ଶିଶୁ ଦେହରେ ଆଣ୍ଟିବଡ଼ି ସୃଷ୍ଟି କରିଥାଏ। ଟିକା ନ ନେଇଥିବା ଶିଶୁର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ସେହିଭଳି ଟିକା ନେଇ ନ ଥିବା ଶିଶୁକୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ପିଲାମାନଙ୍କୁ ଟିକା ଦିଆଯିବା ଜରୁରୀ। ବଡ଼ ଲୋକଙ୍କ ପରି ପିଲାମାନେ ମଧ୍ୟ ପୃଥକବାସରେ ରହିପାରିବେ କିନ୍ତୁ ତାଙ୍କ ଖାଦ୍ୟପେୟ, ଭଲମନ୍ଦ ଓ ରକ୍ଷଣାବେକ୍ଷଣ ପାଇଁ ଜଣେ ସ୍ବତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯିବା ଦରକାର। ପିଲାଟିର ମାଆ କିମ୍ବା ଜେଜେ ମାଆ କିମ୍ବା ସେ ଅଧିକ ଆଦର ପାଉଥିବା ତା’ ଆତ୍ମୀୟ ଲୋକ ହେଲେ ଭଲ। ପିଲାଟି ଅଲଗା ରହି ଅଲଗା ଶୌଚାଳୟ ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଘରର ଶୌଚାଳୟ ବ୍ୟବହାର କରିବାକୁ ପଡ଼ୁଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କରି ନିୟମିତ ଓ ବାରମ୍ବାର ପରିଷ୍କାର ଓ ସାନିଟାଇଜ୍‌ ଦରକାର।
ଛୋଟଶିଶୁ ମୁହଁ ବନ୍ଦ କରି ରଖିବାକୁ ତାକୁ ଆଦୌ ଭଲ ଲାଗେନା ତେଣୁ ଏକ ବର୍ଷରୁ ପାଞ୍ଚ ବର୍ଷ ବୟସର ଶିଶୁଙ୍କୁ ଭଲ ଭାବେ ଆଦର ଯତ୍ନ ସହ ବୁଝାଇ ମାସ୍କ ପିନ୍ଧାଇଲେ ଭଲ। ହୋମ ଆଇସୋଲେସନରେ ରହୁଥିବା ଶିଶୁଙ୍କ ଜ୍ୱର ମାପିବା ଦରକାର। ଛାତିର ମାଂସପେଶୀ ଟାଣି ହେଉଥିବା ନଜରକୁ ଆସିଲେ ଶିଶୁର ଅବସ୍ଥା ଗୁରୁତର ଆଡ଼କୁ ଗତି କରୁଥିବା ଜଣାପଡ଼େ। ତେଣୁ ସେମାନଙ୍କୁ ଡାକ୍ତରଖାନା ନେବାକୁ ଦରକାର ପଡ଼େ। ଶିଶୁ ମାନଙ୍କ ଶ୍ୱାସଜନିତ ରୋଗ ଅଧିକ ଦେଖାଯାଏ। କାଶିବା, ଖାଇବା ବନ୍ଦ କରିବା, ପାଣି ପିଇବା ବେଳେ କାଶିବା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦରକାର।
ଛୋଟପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ପ୍ରୋଟିନ୍‌ ତଥା କ୍ୟାଲସିୟମଯୁକ୍ତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପିଲାମାନଙ୍କୁ ମାଛ, ମାଂସ, ଅଣ୍ଡା, କ୍ଷୀର ଆଦି ଦେଲେ ତାହା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ବଢ଼ାଇଥାଏ । ଛୋଟପିଲାଙ୍କୁ ଥଣ୍ଡା ହେବା ସାଧାରଣ କଥା । ଏହା ଅର୍ଥ ସେମାନଙ୍କ ଶରୀର ଭିତରେ ବ୍ୟାକ୍ଟେରିଆ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଥାଏ । କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇ ଚାଲିଥିବାବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟି ଯାଏ ନିକଟରେ ଏକ ରିସର୍ଚ୍ଚ ତଥ୍ୟର ରିପୋର୍ଟ ପ୍ରସିଦ୍ଧ ‘ଲାନ୍‌ସେଟ୍‌’ ପତ୍ରିକାରେ ପ୍ରକାଶ ପାଇଛି। ମଣିଷର ରୋଗପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରିପାରି ନ ଥାଏ। କିନ୍ତୁ ବେଳେ ବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡ଼ି ଆଣ୍ଟିଜେନ୍‌ ସହିତ ମିଶି ଶରୀର ବିରୋଧରେ ଲଢ଼ିଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇ ରହିଥାଏ; ଯାହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୂକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ, ଯାହାଦ୍ୱାରା ଶରୀରର ରକ୍ତଚାପ କମିଯାଇ ଏହ ପ୍ରଭାବରେ ଲିଭର, କିଡ୍‌ନୀ, ହାର୍ଟ ଓ ଫୁସ୍‌ଫୁସ୍‌ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡ଼େ। ଏଭଳି ସ୍ଥିତିରେ କରୋନା ସଂକ୍ରମଣର ପ୍ରଭାବ ବଢ଼ିଯାଏ। ଦେହରେ ତାପମାତ୍ରା ବଢ଼ିବା ସହ ମୁଣ୍ଡ ବିନ୍ଧିଥାଏ। କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ୍‌ ସମୟ ମଧ୍ୟରେ ନଷ୍ଟ କରିଦେଇଥାଏ। ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଓ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁ ରୋଗପ୍ରତିରୋଧକ ଶକ୍ତି ଶରୀରର କ୍ଷତି କରିଥିଲା। ଏଚ୍‌-୧ଏନ୍‌-୧ ସ୍ବାଇନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବାର ବିଶ୍ୱାସ ହେଉଛି। ସାଧାରଣତଃ ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ବାଭାବିକ କରିବା ଲାଗି ଷ୍ଟିରଏଡର ବ୍ୟବହାର କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡର ବ୍ୟବହାରର ସଫଳତା ଗବେଷଣା ସାପେକ୍ଷ। ଶରୀରରେ ସାଇଟୋକାଇନ୍‌ ଷ୍ଟର୍ମ ସୃଷ୍ଟି ହୋଇଥିବା ବିଷୟରେ ସହଜରେ ଜଣାପଡ଼ି ନ ଥାଏ। ଏହା ଜଣାପଡ଼ିଲା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏ କ୍ଷେତ୍ରରେ ଟୋସିଲିଜୁମାଚ୍‌ ବେଶ୍‌ ସଫଳତାର ସହିତ କାମ କରିଥାଏ ବୋଲି ଗବେଷକ ମତ ଦେଉଛନ୍ତି। ତେବେ ପିଲାମାନଙ୍କ ରୋଗପ୍ରତିରୋଧକ କ୍ଷମତା ଯଥେଷ୍ଟ ରହୁଥିବାରୁ ପିତାମାତା ଓ ପିଲାର ଅଭିଭାବକମାନେ ଭୟଭୀତ ହେବା ଉଚିତ ନୁହେଁ। ପିଲାଟିକୁ କୌଣସି ଥଣ୍ଡା, ଜ୍ୱର ବା କାଶ ହେଲେ ଏହା ଯେ କରୋନାର ଲକ୍ଷଣ ତାହା ଭାବିବା ଠିକ୍‌ ନୁହେଁ। ଯଥେଷ୍ଟ ଭାବରେ ପିଲାଟିକୁ ସ୍ବାସ୍ଥ୍ୟ ସଚେତନ କରି ସଫାସୁତୁରା ରଖନ୍ତୁ, ତା’ର ଖାଦ୍ୟପେୟକୁ ଗୁରୁତ୍ୱ ଦିଅନ୍ତୁ ଓ ଦଶବର୍ଷ ବୟସରୁ କମ ବୟସର ପିଲାକୁ ବାହାରକୁ ଛାଡ଼ନ୍ତୁ ନାହିଁ। ସରକାର ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ସତର୍କତାକୁ ମାନି ଚଳନ୍ତୁ।

ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?