ଏଇ ଭାରତରେ

ଶିକ୍ଷା ସମ୍ପର୍କିତ ୟୁଟ୍ୟୁବ୍‌ ଚ୍ୟାନେଲ ‘କଥଡି’ ମାଧ୍ୟମରେ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବାରେ ଲାଗିଛନ୍ତି ଦୀପକ ଚନ୍ଦ୍ର ଓ ମାୟା ନାଥନ୍‌। ଏହି ଦମ୍ପତି ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲ କରିବା ପରେ ଗତ ଦୁଇବର୍ଷ ହେବ ବିଶ୍ୱଭାରତୀ ବିଦ୍ୟୋଦୟା ଟ୍ରଷ୍ଟ (ଭିବିଭିଟି) ସହ ସାମିଲ ହୋଇ ଏହି କାର୍ଯ୍ୟ କରୁଛନ୍ତି। ଭିବିଭିଟି ତାମିଲନାଡୁ ଗୁଡାଲୁର୍‌ର ଆଦିବାସୀଙ୍କ ପିଲାମାନଙ୍କୁ ମାଗଣାରେ ବିଦ୍ୟୋଦୟା ସ୍କୁଲ ମାଧ୍ୟମରେ ଶିକ୍ଷା ଦେଉଛିି। ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ଦୀପକ ଓ ମାୟା ଟିଚ୍‌ ଫର୍‌ ଇଣ୍ଡିଆ ଫେଲୋଶିପରେ ଚେନ୍ନାଇର ଏକ ସରକାରୀ ସ୍କୁଲରେ ପଢାଇବା ସମୟରେ ଗାଁ ଓ ସହରର ଶିକ୍ଷା ବ୍ୟବସ୍ଥାରେ ଥିବା ପାର୍ଥକ୍ୟକୁ ଜାଣିପାରିଥିଲେ। ଏହାପରେ ସେମାନେ ଗୁଡାଲୁରସ୍ଥିତ ବିଦ୍ୟୋଦୟା ସ୍କୁଲ ସହ ସାମିଲ ହୋଇଥିଲେ। ୧୯୯୬ରେ ଏହି ସ୍କୁଲ ପ୍ରତିଷ୍ଠା ହେବା ପରେ ଆଦିବାସୀ ସମ୍ପ୍ରଦାୟରୁ ୧୫ ଜଣ ଲୋକଙ୍କୁ ପଢାଇବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। ଭାଷାଗତ ବାଧକ ଥିବାରୁ ପିଲାମାନେ ଗଣିତ ଓ ବିଜ୍ଞାନ ବୁଝିପାରୁ ନ ଥିଲେ। ଏଣୁ ୨୦୧୯ରେ ଏହି ଦମ୍ପତି କଥଡି ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରି ବିଭିନ୍ନ ପରୀକ୍ଷା ଓ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଦେବା ଆରମ୍ଭ କରିଛନ୍ତି। ଉକ୍ତ ଚ୍ୟାନେଲରେ ୯୦ଟି ଭିଡ଼ିଓ ରହିଛି ଓ ଏହାର ୪୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ତାମିଲନାଡୁ ସରକାରଙ୍କ ସିଲାବସ୍‌ ଅନୁଯାୟୀ ଏମାନେ ଶିକ୍ଷା ଦେଉଛନ୍ତି। ଲକ୍‌ଡାଉନରେ ସବୁ ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇଦେବା ସମ୍ଭବ ନ ହେବାରୁ ଏବେ ୭୦ ପ୍ରତିଶତ ପିଲା ଉପକୃତ ହେଉଛନ୍ତି। ଏହି ଦମ୍ପତି ଦଶମରୁ ଦ୍ୱାଦଶ ପିଲାଙ୍କୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ଦେବା ପାଇଁ ଯୋଜନା କରିଛନ୍ତି। ସ୍କୁଲରେ ତିନୋଟି ଆଦିବାସୀ ସମ୍ପ୍ରଦାୟର ୮୩ ପିଲା ପଢୁଛନ୍ତି। ୫ ଜଣ ଶିକ୍ଷକ ଓ ୩ ଜଣ ସ୍ବେଚ୍ଛାସେବୀ ଶିକ୍ଷକ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ...

ଏଇ ଭାରତରେ

ଭୟରେ ଥାନା ଦୁଆରମୁହଁ ମାଡୁ ନ ଥିବା ଆଦିବାସୀଙ୍କ ବିଶ୍ୱାସଭାଜନ ହୋଇପାରିିଛି ରାଜସ୍ଥାନ ପୋଲିସ। ଉଦୟପୁର ରେଞ୍ଜର ମହାନିରୀକ୍ଷକ ବିନୀତା ଠାକୁର୍‌ ଓ ଡୁଙ୍ଗରପୁର ଜିଲା...

ପ୍ଲାଜ୍‌ମା ଚିକିତ୍ସାକୁ ଗୁରୁତ୍ୱ

ଡା. ଉମେଶ ଚନ୍ଦ୍ର ପାତ୍ର ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫୯ ଜଣ କରୋନା ରୋଗୀଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ସାରିଲାଣି। ୪୮୨ ଜଣ ଗୁରୁତର କୋଭିଡ...

ଗିଲ୍‌ଗିଟ-ବଲ୍‌ତିସ୍ତାନର ଗୁରୁତ୍ୱ

ଡ. ବାଞ୍ଛାନିଧି ପଣ୍ଡା ଜମ୍ମୁ-କଶ୍ମୀର ସମସ୍ୟାକୁ ସମୁଚିତ ଭାବରେ ବୁଝିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରର ମହତ୍ତ୍ୱ ଅନ୍ୟତମ। ୧୯୪୭ରେ ପାକିସ୍ତାନ...

ବିଜ୍ଞାନ ଓ ଈଶ୍ୱର

ଉପେନ୍ଦ୍ର ବିଶ୍ୱାଳ   ଆଲେଖ୍ୟଟିକୁ ଆରମ୍ଭ କରିବା, ବିଶ୍ୱକବିଙ୍କ ବିଶ୍ୱାସ ଏବଂ ତତ୍‌ସଂକ୍ରାନ୍ତ ଗୋଟେ ଘଟଣାରୁ। ଏକଦା ରବୀନ୍ଦ୍ରନାଥ ଟାଗୋରଙ୍କ ମୁଣ୍ଡବିନ୍ଧାର କାରଣ ଥିଲେ ପାଖ...

ଏଇ ଭାରତରେ

ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ...

ଋଣ ଏକ ଧାରୁଆ ଅସ୍ତ୍ର

ନଟବର ଖୁଣ୍ଟିଆ ଋଣକରି ବିକାଶକୁ ତ୍ୱରାନ୍ବିତ କରିବା ପ୍ରକ୍ରିୟା ଆଜିର ନୁହେଁ- ମଣିଷ ସଭ୍ୟତା ଆରମ୍ଭରୁ ଏହା ରହିଆସିଛି। ପ୍ରାଚୀନ ଗ୍ରୀସ୍‌ ଓ ରୋମ୍‌ ସଭ୍ୟତା...

ସିଭିଲ ସର୍ଭ୍ୟାଣ୍ଟରୁ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍‌ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ୩ ଜୁଲାଇରେ ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ...

Advertisement
Archives

Model This Week