କରୋନା ଓ ଯୁବପିଢ଼ି

ଡା. ବାସୁଦେବ ପ୍ରଧାନ

 

ମଣିଷ ତିନିଟି ଅବସ୍ଥା ଦେଇ ଗତି କରେ- ବାଲ୍ୟ, ଯୌବନ ଓ ଜରା। ଏଇ ତିନିଟି ଅବସ୍ଥା ମଧ୍ୟରେ ଯୌବନାବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବୟସରେ ପୂର୍ଣ୍ଣରୂପେ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ। ଏହି ସମୟ ବେଳକୁ ମଣିଷ ସରକାରୀ ହେଉ କି ବେସରକାରୀ ଯେଉଁଠି ହେଲେ ନିଜର ବୃତ୍ତି ସ୍ଥିର କରିଥାଏ। କିଏ ପୁଣି ବେପାର କରେ ତ ଆଉ କିଏ ନିଜ ନିଜର କୌଳିକ ବୃତ୍ତିକୁ ଆପଣାଇଥାଏ। ରୋଜଗାରକ୍ଷମ ହେଲା ପରେ ସେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ସ୍ଥିର କରିଥାଏ।
ଅତୀତ ଆଉ ବର୍ତ୍ତମାନ ଭିତରେ ଆକାଶ ପାତାଳ ଫରକ। ଆଗକାଳରେ ସମସ୍ତେ କୌଳିକ ବୃତ୍ତିରେ ରହୁଥିଲେ। ଚଷାପୁଅ ଚାଷକାମ କରୁଥିଲା, କମାର ପୁଅ ଶାଳକାମ କରୁଥିଲା, କୁମ୍ଭାର ପୁଅ ହାଣ୍ଡି, ମାଠିଆ ଗଢ଼ୁଥିଲା। ସମୟକ୍ରମେ ବହୁ ଲୋକ କୌଳିକ ବୃତ୍ତିକୁ ଘୃଣା କଲେ- ସମାଜରେ ଅଧିକ ସମ୍ମାନ ଓ ପ୍ରତିଷ୍ଠା ସହ ଅଧିକ ରୋଜଗାର ପାଇଁ ଅନ୍ୟ ବୃତ୍ତି ଆପଣାଇଲେ। ଅଧିକ ରୋଜଗାର ଆଶାରେ ଯୁବକମାନେ ପରଦେଶୀ ହେଲେ। ଆମ ଦେଶରେ ୭୦ ଭାଗ ଲୋକ ଗ୍ରାମାଞ୍ଚଳରେ ରୁହନ୍ତି। ସେମାନଙ୍କର ମୁଖ୍ୟ ବୃତ୍ତି ଚାଷ। ଆଉ ୩୦ ଭାଗ ଲୋକ ମଧ୍ୟରେ ରହିଲେ ଚାକିରିଆ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ କୌଳିକ ବୃତ୍ତିଧାରୀ। କିନ୍ତୁ କୌଳିକ ବୃତ୍ତିରୁ ମୁହଁ ଫେରାଇ ଯୁବକମାନେ ଅଧିକ ରୋଜଗାର ପାଇଁ ସହର ମୁହଁ। ହେଲେ। ଅନେକ ବିଦେଶ ଗଲେ। କେହି କେହି ସେଠାରେ ନାଗରିକତ୍ୱ ଗ୍ରହଣ କରି ରହିଗଲେ। ଆଉ କେହି କିଛି ଦିନ ରହି ଭଲ ଦୁଇ ପଇସା କମେଇ ନିଜ ଦେଶକୁ ଫେରିଲେ। ଏହା ଏକ ଅଭ୍ୟାସଗତ ବ୍ୟବସ୍ଥାରେ ପରିଣତ ହେଲା। ସେହିପରି ଚଷା ପୁଅ ଚାଷକୁ ଭରସା ନ କରି ମାଟିକାଦୁଅରୁ ଦୂରେଇ ପାଠ ପଢ଼ି ଚାକିରି କରିବାକୁ ପସନ୍ଦ କଲା। ଅଧାପାଠୁଆ ଚଷା ପୁଅ ସୁରଟ, ଦିଲ୍ଲୀ, ଅହମଦାବାଦରେ ଦାଦନ ହେଉ କି ସୂତାକଳରେ କାମ ପାଇଁ ଘର ଛାଡ଼ିଲେ। ଏମାନଙ୍କ ମଧ୍ୟରୁ ଅନେକେ ଆରବ ଦେଶରେ ବିଭିନ୍ନ କମ୍ପାନୀରେ କାମ କରିବାକୁ ବାହାରିଗଲେ। ବିଦେଶକୁ ଯାଇ ରୋଜଗାର କରିବା ଫଳରେ ପରିବାରର ଆବଶ୍ୟକତା ସହଜରେ ପୂରଣ ହୋଇପାରିଲା। କିନ୍ତୁ କରୋନା ସଙ୍କଟରେ ସବୁ ଦୃଶ୍ୟପଟ ବଦଳିଗଲା। କାମ ଛାଡି ସଂଖ୍ୟାଧିକ ଯୁବକ ଜନ୍ମ ମାଟିକୁ ଫେରି ଆସିଲେ।
କରୋନା ଯୋଗୁ ଓଡ଼ିଶା ବାହାରେ କେତେ ଓଡ଼ିଆ ରହୁଥିଲେ ଜାଣିହେଲା। ଯୁବଶକ୍ତି ନିଜ ପରିବାର, ରାଜ୍ୟର ସର୍ବୋପରି ଦେଶର ଅସଲ ଶକ୍ତି। ସେମାନେ ଯେଉଁ ରାଜ୍ୟ ବା ଦେଶରେ କାମ କରିବେ ସେ ରାଜ୍ୟ ବା ଦେଶ ସମୃଦ୍ଧ ହେବ, ଯେମିତି ହୋଇଛି ଗୁଜରାଟ। କୁଶଳୀ ଓଡ଼ିଆ କାରିଗରମାନେ ସୁରଟରେ କାମ କରୁଛନ୍ତି। ସେଠାରେ ସୂତାକଳ ବସାଇଥିବା ମାଲିକମାନେ ସମୃଦ୍ଧ ହେଉଛନ୍ତି। ତେବେ ନିଜର ଯୋଗ୍ୟତା ଅନୁସାରେ ନିଜ ରାଜ୍ୟରେ କାମଧନ୍ଦାର ଅଭାବ ଯୋଗୁ ସେମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। କରୋନା ସମସ୍ତଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପରେ ସେମାନଙ୍କ ପାଖରେ ଥିବା ସଞ୍ଚିତ ଧନ ଧୀରେ ଧୀରେ ସରିଆସିଲାଣି। ନିଜ ରାଜ୍ୟରେ କାମ ପାଇବା ଏବେ ମୁସ୍କିଲ। ଅଜାତିକି ବଣିଜ ଅଡୁଆ ପରି ଏଠାରେ ନୂଆବୃତ୍ତି ଆପଣାଇ ପାରୁନାହାନ୍ତି। ତେଣୁ ନିଜ ନିଜର ପୁରୁଣା ଜାଗାକୁ ଫେରିବାକୁ ଚାହୁଁଛନ୍ତି। କିନ୍ତୁ ପରିସ୍ଥିତି ସେ ସୁଯୋଗ ଏତେଶୀଘ୍ର ଦେବ ନାହିଁ।
ଆଜିକାଲିର ଯୁବପିଢ଼ି ଭଲ ଚାକିରି ଆଶାରେ ବ୍ୟୟବହୁଳ ପାଠ ପଢ଼ୁଛନ୍ତି। ପାଠ ସରିବା ପରେ ସମସ୍ତଙ୍କୁ ଚାକିରି ମିଳୁନାହିଁ। ଏହାଯୋଗୁ ସେମାନେ ମାନସିକ ଅବସାଦ ଭୋଗୁଛନ୍ତି। ଯଦିବା ଚାକିରି ମିଳୁଛି ସେମାନେ ଆଶାକରୁଥିବା ବେତନଠାରୁ କମ୍‌ ପାଉଛନ୍ତି। ରୋଜଗାର ଅଣ୍ଟୁନି। ଅଧିକ ରୋଜଗାର ଆଶାରେ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ବିଳମ୍ବ କରିବା ଲକ୍ଷ୍ୟ କରାଯାଉଛି। ଅର୍ଥ ଚିନ୍ତା ବିବାହ ବୟସ ଗଡ଼ାଇ ଦେଉଛି। ଚାକିରି ଓ ବାହାଘର ଚିନ୍ତାରେ ସେମାନଙ୍କ ମା’ବାପା ମଧ୍ୟ ବିଷାଦଗ୍ରସ୍ତ ହୋଇଯାଉଛନ୍ତି।
ଯୁବପିଢ଼ି ନିଜେ ଚାହୁଁଥିବା ପାଠ ନ ପଢ଼ି ଯଦି ପିତାମାତାଙ୍କ ରୁଚି ଅନୁସାରେ ପଢନ୍ତି ତେବେ ସେମାନେ ଶତ ପ୍ରତିଶତ ସଫଳତା ପାଇବେ ନାହିଁ। ସେହିପରି ପାଠ ସରିବା ପରେ ପରେ ଯଦି ଉପଯୁକ୍ତ ବୃତ୍ତି ନ ପାଇ ରୋଜଗାର ନ କରିପାରିଲେ ସେମାନେ ଅଧିକରୁ ଅଧିକ ବିଷାଦଗ୍ରସ୍ତ ହେବା ଦେଖାଯାଉଛି। ଏବେ କରୋନା କଟକଣା ଭିତରେ ଯୁବକମାନେ ବାହାରେ ବୁଲି ମନ ଫୁର୍ତ୍ତି କରିପାରୁନାହାନ୍ତି। ଜିମ୍‌ ଯାଇପାରୁ ନାହାନ୍ତି। ଏହା ମଧ୍ୟ ସେମାନଙ୍କ ମନରେ ଆଘାତ ଦେଇଛି। ଅବଶ୍ୟ ଏହାର ଅନ୍ୟ ସଫଳ ଦିଗଟି ହେଲା ଆବଶ୍ୟକତା ନ ଥାଇ ବାହାରେ ବୁଲିବା, ବଦଖର୍ଚ୍ଚ କରିବା, କୁସଙ୍ଗରେ ପଡ଼ି ନିଶାଗ୍ରସ୍ତ ହେବା- ଏସବୁ କମି ଯାଇଛି। ସେହିପରି ମଧ୍ୟ ରାସ୍ତା ଦୁର୍ଘଟଣା କମିଯାଇଛି। ଚାକିରି ପ୍ରସ୍ତୁତି ପାଇଁ କୋଚିଂ ସେଣ୍ଟରକୁ ଯାଇପାରୁ ନାହାନ୍ତି ସେମାନେ। ସେହିପରି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁବତୀଯୁବକ ଶିକ୍ଷାନୁଷ୍ଠାନ ଯାଇପାରୁ ନାହାନ୍ତି। ତେଣୁ ଯୁବପିଢ଼ି ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ପରିସ୍ଥିତି ଜୀବନଶୈଳୀ ବଦଳେଇଦିଏ। ଆମେ ସମସ୍ତେ ପରିସ୍ଥିତିର ଦାସ। ଭାଙ୍ଗିପଡ଼ିବା ଅନୁଚିତ। କରୋନା ସହିତ ସଂଘର୍ଷ ସବୁବେଳେ ରହିବ ନାହିଁ। ଝଡ଼ ଚାଲିଗଲାପରେ ସବୁ ପୁଣିଥରେ ଠିକ୍‌ଠାକ୍‌ ହୋଇଯିବ। ବିକାଶର ନୂଆ ଦିଗ ଦେଖାଯିବ। ଆମମାନଙ୍କର ନୀରୋଗ ଓ ନିରାପଦ ରହିବାର ସମସ୍ତ ଦାୟିତ୍ୱ ସରକାର ବହନ କରୁଛନ୍ତି। ଆମକୁ ସହଯୋଗ କରିବାକୁ ପଡ଼ିବ। ଗଣମାଧ୍ୟମରୁ ଆମେ ଦେଶ ବିଦେଶର ସ୍ଥିତି ଜାଣିପାରୁଛେ। ଆମକୁ ନଇଁ ନ ଯାଇ ସିଧାହୋଇ ଛିଡ଼ାହେବାକୁ ପଡ଼ିବ। କରୋନା ସହିତ ଲଢ଼ିବାକୁ ହେବ। ଯୁବାବସ୍ଥା ମଣିଷର ସବୁଠାରୁ ଶ୍ରେଷ୍ଠ ସମୟ। ଭାଙ୍ଗି ନ ପଡ଼ି ନିଜ ନିଜର ପରିବାର ସହ ରହି ଭାଇ, ଭଉଣୀ, ମାତାପିତାଙ୍କ ସହ ହସଖୁସିରେ ସମୟ ବିତେଇବାକୁ ପଡ଼ିବ। ନିଜ ପରିବାରର ରୋଜଗାର କେତେ ସେହି ଅନୁସାରେ ଖର୍ଚ୍ଚକୁ ଉଚିତ ଢଙ୍ଗରେ କରିବା ଭଲ। ବାହାରକୁ ନ ଯାଇ ଅଧ୍ୟୟନ କରିହେବ। ବାହାର ଖାଦ୍ୟ ଖାଇ ରୋଗ କିଣୁଥିବା ଯୁବତୀଯୁବକଙ୍କ ପାଇଁ କରୋନା ସମୟଟି ସ୍ବାସ୍ଥ୍ୟପ୍ରଦ ସାବ୍ୟସ୍ତ ହୋଇଛି। ଘରେ ପ୍ରସ୍ତୁତ ଖାଦ୍ୟ ସେମାନଙ୍କ ପ୍ରିୟ ହୋଇଯାଇଛି। କେହି କେହି ଆସନ, ପ୍ରାଣାୟାମ, ଯୋଗ କରୁଛନ୍ତି। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହୁଛି। ଘର କାମରେ ସାହାଯ୍ୟ କରୁଛନ୍ତି। ନିଜ ସିଲାବସ୍‌ ବାହାରେ ଅନ୍ୟ ଉପାଦେୟ ପୁସ୍ତକ ପଢ଼ୁଛନ୍ତି। ଟିଭି ଏବେ ପାଠଶାଳାରେ ପରିଣତ ହୋଇଛି। ମନୋରଞ୍ଜନ ସହିତ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ କରିହେଉଛି। ତେବେ ପୁସ୍ତକ ଅଧ୍ୟୟନ ପାଇଁ ଅଧିକ ସମୟ ଦେବା ଉଚିତ। କାରଣ ପୁସ୍ତକ ପରି ମିତ୍ର ନାହିଁ। ଏସବୁ ସତ୍ତ୍ୱେ ଆଜିର ଯୁବପିଢ଼ି କରୋନା ପାଇଁ ଅବସାଦରେ ରହୁଥିବାର ଦେଖାଯାଉଛି। ଅବସାଦରେ ରହିବାର ଆବଶ୍ୟକତା ନାହିଁ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଦିଆଯାଉଥିବା ପରାମର୍ଶ ଅନୁସାରେ ନିଜକୁ ଫିଟ୍‌ ରଖିପାରିବେ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ: ୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?