ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୦.୭୯%

ଭୁବନେଶ୍ୱର,୧।୭: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ମେ ମାସରେ ୩୩୦ ପଏଣ୍ଟ ଥିଲା। ଜୁନ୍‌ରେ ଏହା ୨ ପଏଣ୍ଟ ବଢି ୩୩୨ ପଏଣ୍ଟ ଛୁଇଁଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୫୦ ପଏଣ୍ଟ ଥିଲା। ଏଥିରେ ୫ ପଏଣ୍ଟ ବୃଦ୍ଧି ପାଇ ୩୫୫ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୨୭ ପଏଣ୍ଟ ଥିବା ବେଳେ ଏଥିରେ ୨ ପଏଣ୍ଟ ବୃଦ୍ଧି ପାଇ ୩୨୯ ପଏଣ୍ଟ ରହିିଛି। ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୭% ଭତ୍ତା ବୃଦ୍ଧି ହୋଇ ୨୪% ହୋଇଛି। ବର୍ଦ୍ଧିତ ଡିଏ ମଧ୍ୟରୁ ୪% ପିଛିଲା ଭାବେ ଚଳିତ ବର୍ଷ ଜାନୁୟାରୀ ଏବଂ ଅବଶିଷ୍ଟ ୩% ଜୁଲାଇ ପହିଲାରୁ କର୍ମଚାରୀ ପାଇବେ।
ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନେ ୭୬.୧% ମହଙ୍ଗା ଭତ୍ତା ପାଉଛନ୍ତି। ସଂଶୋଧିତ ହାରରେ ଅଗଷ୍ଟ ପହିଲାରୁ ସେମାନେ ୨୦.୭୯% ଭତ୍ତା ପାଇବେ। ସେହିଭଳି ବୀମା କର୍ମଚାରୀମାନେ ବର୍ତ୍ତମାନ ୬୯.୪% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୧.୪% ବୃଦ୍ଧି ଘଟି ୭୦.୮% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ଅଗଷ୍ଟ ପହିଲାରୁ ପାଇବେ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ୧୫୯.୯% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୨.୯% ହ୍ରାସ ଘଟି ୧୬୨.୮% ହୋଇଛି। ଏହି ଡିଏ ସେମାନେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ପାଇବେ। ରିଜର୍ଭ ବ୍ୟାଙ୍କର ପ୍ରାୟ ୩ ହଜାର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ବର୍ତ୍ତମାନ ପେନ୍‌ସନ ପାଉନାହାନ୍ତି। ନିକଟରେ କେନ୍ଦ୍ର ସରକାର ଏମାନଙ୍କ ପେନ୍‌ସନ ମଞ୍ଜୁର କରି ଆର୍‌ବିଆଇ ଗଭର୍ନରଙ୍କ ନିକଟକୁ ପଠାଇଛନ୍ତି। ଅବସରପ୍ରାପ୍ତ ଅଫିସର ଏବଂ କର୍ମଚାରୀମାନେ ଗଭର୍ନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri