ଏଇ ଭାରତରେ

ବିଲୁପ୍ତପ୍ରାୟ ବାଘ ଓ ଶାଗୁଣାଙ୍କୁ ରକ୍ଷା କରିଆସୁଛନ୍ତି ରାଜସ୍ଥାନର ପରିବେଶବିତ୍‌ ଡ. ଧର୍ମେନ୍ଦ୍ର ଖଣ୍ଡାଲ। ସେ ‘ଟାଇଗର ଓ୍ବାଚ୍‌’ ସଂସ୍ଥା ଗଠନ କରି ରାଜସ୍ଥାନର ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ବାଘ ଓ ଶାଗୁଣାଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ଆଜକୁ ୧୭ ବର୍ଷ ହେବ କରିଆସୁଛନ୍ତି। ୨୦୦୨ରେ ଡ.ଖଣ୍ଡାଲ ମୁମ୍ବାଇ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି( ବିଏଚ୍‌ଏନ୍‌ଏସ୍‌)ରେ ପରିବେଶ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଶାଗୁଣା ଉପରେ ସର୍ଭେ କରିବା ନିମନ୍ତେ ମୁମ୍ବାଇରୁ ରାଜସ୍ଥାନର ଚୁର୍‌ ସହର ଯାଏ ୧୨୦୦ କି.ମି. ମୋଟର ସାଇକେଲ ଯାତ୍ରା ମଧ୍ୟ କରିଥିଲେ। ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ଶିକାର କରି ଚଳୁଥିବା ମୋଜିିିୟା ସମ୍ପ୍ରଦାୟର ଆଦିବାସୀମାନଙ୍କୁ ‘ଟାଇଗର ଓ୍ବାଚ’ ମାଧ୍ୟମରେ ଥଇଥାନ କରିବା ସହ ନୂତନ ପିଢିକୁ ପ୍ରଭାବିତ କରି ବାଘ ଓ ଅନ୍ୟ ବିରଳ ପ୍ରାଣୀ ଶିକାରଠାରୁ ଦୂରେଇ ପାରିଛନ୍ତି। ଏହି ସଂସ୍ଥାରେ ସ୍ବେଚ୍ଛାସେବୀ ଓ ସଂଯୋଜକଙ୍କୁ ନେଇ ୪୦ ଜଣ କାମ କରୁଛନ୍ତି। ଶିକାର ବଦଳରେ ସେମାନଙ୍କ ପିଲାମାନଙ୍କୁ ନୂଆ ଜୀବିକା ପାଇଁ କୌଶଳ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶିକ୍ଷାର ପ୍ରସାର ଲାଗି ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଏକ ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି ଖଣ୍ଡାଲ। ଏଠାରେ ୪୦ ଜଣ ପିଲା ହଷ୍ଟେଲ୍‌ରେ ରହି ପଢ଼ୁଛନ୍ତି। ପରିବାରରେ ପିଲାମାନେ ରହିଲେ ସେମାନଙ୍କୁ ଶିକାରକୁ ଯିବା ଲାଗି ବାଧ୍ୟ କରାଯାଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ପଢ଼ାଇବା ଲାଗି ୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଲକ୍‌ଡାଉନ ସମୟରେ ସେମାନେ ପାଖରେ ଥିବା ୧୨ଟି ଗାଁକୁ ଯାଇ ପିଲାମାନଙ୍କୁ ପଢ଼ାଉଛନ୍ତି । ଏହି ସମ୍ପ୍ରଦାୟରେ ଜଗୁ ବାଓ୍ବାରିୟା ନାମକ ଜଣେ ଛାତ୍ର ବାଣିଜ୍ୟ ସ୍ନାତକରେ ନାମ ଲେଖାଇବା ପ୍ରଥମ ଓ ଏହା ସେମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri