ଏଇ ଭାରତରେ

ବିଲୁପ୍ତପ୍ରାୟ ବାଘ ଓ ଶାଗୁଣାଙ୍କୁ ରକ୍ଷା କରିଆସୁଛନ୍ତି ରାଜସ୍ଥାନର ପରିବେଶବିତ୍‌ ଡ. ଧର୍ମେନ୍ଦ୍ର ଖଣ୍ଡାଲ। ସେ ‘ଟାଇଗର ଓ୍ବାଚ୍‌’ ସଂସ୍ଥା ଗଠନ କରି ରାଜସ୍ଥାନର ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ବାଘ ଓ ଶାଗୁଣାଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ଆଜକୁ ୧୭ ବର୍ଷ ହେବ କରିଆସୁଛନ୍ତି। ୨୦୦୨ରେ ଡ.ଖଣ୍ଡାଲ ମୁମ୍ବାଇ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି( ବିଏଚ୍‌ଏନ୍‌ଏସ୍‌)ରେ ପରିବେଶ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଶାଗୁଣା ଉପରେ ସର୍ଭେ କରିବା ନିମନ୍ତେ ମୁମ୍ବାଇରୁ ରାଜସ୍ଥାନର ଚୁର୍‌ ସହର ଯାଏ ୧୨୦୦ କି.ମି. ମୋଟର ସାଇକେଲ ଯାତ୍ରା ମଧ୍ୟ କରିଥିଲେ। ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ଶିକାର କରି ଚଳୁଥିବା ମୋଜିିିୟା ସମ୍ପ୍ରଦାୟର ଆଦିବାସୀମାନଙ୍କୁ ‘ଟାଇଗର ଓ୍ବାଚ’ ମାଧ୍ୟମରେ ଥଇଥାନ କରିବା ସହ ନୂତନ ପିଢିକୁ ପ୍ରଭାବିତ କରି ବାଘ ଓ ଅନ୍ୟ ବିରଳ ପ୍ରାଣୀ ଶିକାରଠାରୁ ଦୂରେଇ ପାରିଛନ୍ତି। ଏହି ସଂସ୍ଥାରେ ସ୍ବେଚ୍ଛାସେବୀ ଓ ସଂଯୋଜକଙ୍କୁ ନେଇ ୪୦ ଜଣ କାମ କରୁଛନ୍ତି। ଶିକାର ବଦଳରେ ସେମାନଙ୍କ ପିଲାମାନଙ୍କୁ ନୂଆ ଜୀବିକା ପାଇଁ କୌଶଳ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶିକ୍ଷାର ପ୍ରସାର ଲାଗି ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଏକ ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି ଖଣ୍ଡାଲ। ଏଠାରେ ୪୦ ଜଣ ପିଲା ହଷ୍ଟେଲ୍‌ରେ ରହି ପଢ଼ୁଛନ୍ତି। ପରିବାରରେ ପିଲାମାନେ ରହିଲେ ସେମାନଙ୍କୁ ଶିକାରକୁ ଯିବା ଲାଗି ବାଧ୍ୟ କରାଯାଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ପଢ଼ାଇବା ଲାଗି ୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଲକ୍‌ଡାଉନ ସମୟରେ ସେମାନେ ପାଖରେ ଥିବା ୧୨ଟି ଗାଁକୁ ଯାଇ ପିଲାମାନଙ୍କୁ ପଢ଼ାଉଛନ୍ତି । ଏହି ସମ୍ପ୍ରଦାୟରେ ଜଗୁ ବାଓ୍ବାରିୟା ନାମକ ଜଣେ ଛାତ୍ର ବାଣିଜ୍ୟ ସ୍ନାତକରେ ନାମ ଲେଖାଇବା ପ୍ରଥମ ଓ ଏହା ସେମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶବ୍ଦ ନୁହେଁ ମନ୍ତ୍ରଟିଏ

ସଂଗ୍ରାମ କେଶରୀ ପୃଷ୍ଟି ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ...

ଏକ ଅବାସ୍ତବ ପ୍ରୟାସ

ଲିଲି ଫୁହର୍‌   ଜଳବାୟୁ ପରିବର୍ତ୍ତନର ଅନିଶ୍ଚିତ ସ୍ଥିତି ପାଶ୍ଚାତ୍ୟ ଦେଶ ଓ ବିଶ୍ୱର ଅତି ଧନୀମାନଙ୍କ ଜୀବନଶୈଳୀ ପ୍ରତି ବିପଦ ସୃଷ୍ଟି କରିଛି। ଏହି...

ଏଇ ଭାରତରେ

ବୁଢ଼ା ବୟସରେ ସନ୍ତାନମାନେ ସାହାରା ହୋଇଥାନ୍ତି। କିନ୍ତୁ ଜଣେ ବୃଦ୍ଧ ଅନ୍ୟ ଅସହାୟ ବୃଦ୍ଧଙ୍କ ପାଇଁ ଆଶାବାଡି ପାଲଟିବା କିଛି କମ୍‌ କଥା ନୁହେଁ। ପଶ୍ଚିମବଙ୍ଗର...

ଅବାସ୍ତବ ଚାଷୀଙ୍କ ଆୟବୃଦ୍ଧି ଲକ୍ଷ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ଚାଷୀଙ୍କ ଆୟ ୬ ବର୍ଷରେ ଦୁଇଗୁଣା ବଢ଼ିବ କି ନାହିଁ ତାହାକୁ ନେଇ ଚିନ୍ତା କରିବା ପ୍ରାୟ ସମସ୍ତେ...

ଗରିବଙ୍କ କାଳ ଉତ୍ତାପ ବୃଦ୍ଧି

କଥାରେ ଅଛି, “ଖରା ସହେ ତରୁ, ଖରା ସହେ ମେରୁ, ଖରା ସହେ ଚାଷୀ ଭାଇ, ଖରା ସହେ ଗୋରୁ।” ଏହି ଚାରି ମଧ୍ୟରୁ ମେରୁ...

ନଗଦକୁ ଫେର

ଭାରତ ଦିନକୁଦିନ ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତି କରୁଛି ଓ ‘ଡିଜିଟାଲ ଇଣ୍ଡିଆ’ ଦେଶକୁ ନୂଆ ଦିଶା ଦେଖାଇଛି ବୋଲି କେନ୍ଦ୍ର ସରକାର କହି ବୁଲୁଛନ୍ତି। କିନ୍ତୁ...

ପରିବର୍ତ୍ତନର ଆଶା

ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହି ଉପନିବେଶିକ ଯୁଗର ଆଇନକୁ ହଟାଇଦେବାକୁ ଚାହାନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି।...

ୟୁକ୍ରେନ୍‌ ସଙ୍କଟ ଓ ଭାରତର ଆଭିମୁଖ୍ୟ

ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍‌ ସଙ୍କଟ...

Advertisement
Archives

Model This Week