Posted inଖେଳ

ଟୋକିଓ ଉପରେ ଶ୍ରାବଣୀଙ୍କ ନଜର

ନୂଆଦିଲ୍ଲୀ, ୨୭।୭(ପି.ଟି.)- ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖିଥିବା ତାରକା ଆଥଲେଟ୍‌ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି। ବର୍ଷ ଆରମ୍ଭରୁ ଜାମାଇକାରେ ଟ୍ରେନିଂ କରୁଥିବାରୁ ଭାରତର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ସେ କୋଭିଡ-୧୯ ପରେ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାର ସୁଯୋଗ ପାଇଥିଲେ। କିଙ୍ଗଷ୍ଟନରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟ ମିଟ୍‌ର ମହିଳା ୧୦୦ ମିଟରରେ ଭାଗ ନେଇଥିଲେ ୨୯ ବର୍ଷୀୟା ଶ୍ରାବଣୀ।
୨୦୧୭ରୁ ଜାମାଇକାରେ ଆଥଲେଟିକ୍ସ ମିଟ୍‌ ଗୁଡ଼ିକରେ ଭାଗ ନେଇ ଆସୁଛନ୍ତି ଶ୍ରାବଣୀ। ଭଲ ସ୍ଥାନରେ ଟ୍ରେନିଂ କରିବାକୁ ହେଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସମ୍ପ୍ରତି ସେ ଜାମାଇକାର ଏମଭିପି ଟ୍ରାକ୍‌ କ୍ଲବରେ ଟ୍ରେନିଂ ନେଉଛନ୍ତି। ତେଣୁ ପ୍ରତିଦ୍ୱନ୍ଦ୍ୱିତାରେ ଏହି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ଭେଲୋସିଟି ଫେଷ୍ଟ ୧୦୦ ମିଟର ହିଟ୍‌ରେ ୧୧.୭୮ ସେକେଣ୍ଡ ସମୟ ନେଇଥିବା ଶ୍ରାବଣୀ ଓଭରଅଲ୍‌ ତୃତୀୟ ସ୍ଥାନରେ ରହିଥିଲେ। ଏଥିରେ ଅଲିମ୍ପିକ୍ସ ଚାମ୍ପିୟନ ଏଲିନେ ଥମ୍ପସନ, ତାରକା ଧାବିକା ଶେଲୀ-ଆନ୍‌ ଫ୍ରାସର-ପିୟର୍ସ ପ୍ରମୁଖ ଭାଗ ନେଇଥିଲେ। ଶ୍ରାବଣୀ ଶେଷଥରପାଇଁ ୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୪x୧୦୦ ମିଟର ରିଲେରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ଏହାପରେ ସେ ଆଉ ଭାରତୀୟ ଦଳର ସଦସ୍ୟା ହୋଇ ନାହାନ୍ତି। ୨୦୧୯ରେ ଭାରତୀୟ ପ୍ରତିଯୋଗୀମାନେ ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପରି ବଡ଼ ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇଥିଲେ ହେଁ ଶ୍ରାବଣୀ ଏଥିରୁ ଦୂରେଇ ରହିଥିଲେ। ଏବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ସହଜ ନୁହେଁ। ମହିଳା ୧୦୦ ମିଟରରେ ୧୧.୧୫ ଓ ୨୦୦ ମିଟରରେ ୨୨.୮୦ ସେକେଣ୍ଡ ସମୟକୁ ଯୋଗ୍ୟତାର ମାନଦଣ୍ଡରୂପେ ଧାର୍ଯ୍ୟ କରାଯାଇଛି। ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ଊର୍ଦ୍ଧ୍ୱରେ ହୋଇଥିଲେ ହେଁ ସେ ୨ଟି ଯାକ ଇଭେଣ୍ଟ ଉପରେ ଫୋକସ କରୁଛନ୍ତି ଏବଂ ଆଶା ରଖିଛନ୍ତି ବୋଲି କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସର ୨୦୦ ମିଟରରେ ଭାଗ ନେଇଥିଲେ ଏହି ଓଡ଼ିଆ ଆଥଲେଟ୍‌। ତେବେ ସେ ନିଜ୍‌ ହିଟ୍‌ରେ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୧୦୦ ଓ ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ଯଥାକ୍ରମେ ୧୧.୪୫ ଓ ୨୩.୦୭ ସେକେଣ୍ଡ।
ବିଶ୍ୱର ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଥଲେଟ୍‌ମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜାମାଇକାରେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ହୋଇଥିବାବେଳେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ସୁଯୋଗ ନାହିଁ। କରୋନା ଭାଇରସ ସଂକ୍ରମଣରେ ସବୁଠାରୁ କମ୍‌ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଜାମାଇକା ଅନ୍ୟତମ। ମୋଟ ୮୩୭ ଜଣ ସଂକ୍ରମିତ ହୋଇଥିବାବେଳେ ୭୧୧ ସୁସ୍ଥ ହୋଇଛନ୍ତି। ଏବେ ମାତ୍ର ୧୧୬ ଆକ୍ଟିଭ୍‌ କେସ୍‌ ରହିଛି। ଚଳିତ ବର୍ଷ ଶେଷଭାଗରେ ଭାରତକୁ ଫେରି ଘରୋଇ ପ୍ରତିଯୋଗିତାରେ ଭାଗ ନେବା ସମ୍ପର୍କରେ ସେ କିଛି ଯୋଜନା କରି ନାହାନ୍ତି। ପରିସ୍ଥିତିକୁ ଦେଖି ଯାହାକିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫଆଇ) ପକ୍ଷରୁ ସେପ୍ଟେମ୍ବର ୧୨ରେ ଘରୋଇ ସିଜନ ଆରମ୍ଭ କରାଯିବା ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଡ୍‌ ଡିଲ୍‌କୁ ନେଇ ଭାରତ ପାଇଁ ହୋଇପାରେ ସକାରାତ୍ମକ ସ୍ଥିତି

ଭୁବନେଶ୍ୱର,୫ା୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରିପ୍ଲବିକାନ୍‌ ପାର୍ଟି ତୁଳନାରେ ଡେମୋକ୍ରାଟ୍‌ ଦଳକୁ ଅଧିକ ସଫଳତା ମିଳିବା ପରେ ଏବେ ଆମେରିକୀୟ କଂଗ୍ରେସର ଉଭୟ…

କୋହଲିଙ୍କ ପ୍ରଥମ ବ୍ୟାଟ୍‌ର ମୂଲ୍ୟ କେତେ ଜାଣନ୍ତି, ଯାହା ସ୍ବପ୍ନ ଦେଖଥିଲେ ଗୋଟି ଗୋଟି ହେଲା ସତ, ଜାଣନ୍ତୁ ତାଙ୍କ ବିଷୟରେ ୩୮ ରୋଚକ କଥା

ନୂଆଦିଲ୍ଲୀ,୫।୧୧:ନଭେମ୍ବର ୫ ଭାରତୀୟ କ୍ରିକେଟ ସମେତ ବିଶ୍ୱ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। କାରଣ ଏହି ଦିନ ଜନ୍ମ ନେଇଥିଲେ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ମହାନ…

ମାତ୍ର ୨ ଉଇକେଟ୍‌ ନେଇ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଲେ ଅଂଶୁଲ କାମ୍ବୋଜ: ଦିନିକିଆରେ ରଚିଲେ ଇତିହାସ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆ ୫ ଉଇକେଟରେ ବିଜୟୀ ହୋଇଛି।…

ଦ୍ୱିତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! ଏହି ଷ୍ଟାର୍‌ ବୋଲରଙ୍କ ହେବ ଏଣ୍ଟ୍ରି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଆରମ୍ଭ ଧମାକାଦାର ରହିଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ଉଇକେଟ୍‌ରେ ବିଜୟ ହାସଲ…

ଅକଲାଣ୍ଡରେ କୋହଲିଙ୍କ ଶେଷ ଦିନିକିଆ ମ୍ୟାଚ! ବ୍ୟାଟ ଉଠାଇ ଫ୍ୟାନ୍ସଙ୍କୁ ଦେଲେ ଏମିତି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୫।୧୧: ବିରାଟ କୋହଲି ୫୧ଟି ବଲରୁ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନର ଚମତ୍କାର ଇନିଂସ ଖେଳି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା କଲେ ସନାତନ: ବାନ୍ଧିଲା ପୋଲିସ

ଦେବଗଡ଼, ୫।୧୧(ଶଶାଙ୍କ ଶେଖର ଝାଙ୍କର):ଫେସବୁକ୍‌ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭିତ କରିବା…

ବିରାଟ ଏତେ ରନ୍‌ କରିକି ବି ବିଜୟ ଶ୍ରେୟ ଦେଲେନି ଗିଲ୍‌, ଜାଣନ୍ତୁ କାହାକୁ ଦେଲେ, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୫।୧୧: ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ପରେ ଟିମର ବୋଲିଂ ଓ ଫିଲ୍ଡିଂକୁ ନେଇ…

ବିରାଟଙ୍କ ବିଶ୍ୱ ରେକର୍ଡ, SENA ଦେଶରେ ଏଭଳି କମାଲ କରିଥିବା ଏକମାତ୍ର କ୍ରିକେଟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୫।୧୧: ଅକଲାଣ୍ଡ ଦିନିକିଆ ମ୍ୟାଚରେ ବିରାଟ କୋହଲି ୭୪ ରନର ଧୂଆଁଧାର ଇନିଂସ ଖେଳି ଟିମ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ଏହା ସହିତ ସେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?