Posted inଖେଳ

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଏହି ଲିଗ୍‌ର ପ୍ରଥମ ସପ୍ତାହରେ ଖେଳିବା ସମ୍ଭାବନା କମ୍‌ ବୋଲି ନଜରକୁ ଆସିଛି। କାରଣ ଅଷ୍ଟ୍ରେଲିଆ ଦଳର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ଇଂଲଣ୍ଡ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଓଲ୍ଡ ଟ୍ରାଫୋଡରେ ସେପ୍ଟେମ୍ବର ୧୬ରେ ଖେଳାଯିବ। ତେଣୁ ଏହି ଦୁଇ ଦଳର ଖେଳାଳି ସେହି ଦିନ କିମ୍ବା ପରଦିନ ଲଣ୍ଡନରୁ ଦୁବାଇ ବିମାନଯାତ୍ରା କରିବେ। ସେମାନେ ୟୁଏଇରେ ପହଞ୍ଚତ୍ବାପରେ ସ୍ଥାନୀୟ ସରକାରଙ୍କ ନିର୍ଦ୍ଦେଶାବଳି ଅନୁସାରେ କୋଭଡ-୧୯ ଟେଷ୍ଟ ଦେବେ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଯାଇ ଖେଳାଳି ୟୁଏଇ ସରକାରଙ୍କ ଆଇସୋଲେଶନ ଜୋନ୍‌ରୁ ବାହାରକୁ ଆସିପାରିବେ। ଏହି ପ୍ରକ୍ରିୟା ପାଇଁ ୪୮ରୁ ୭୨ ଘଣ୍ଟା ଲାଗିବ। ଏହା ବ୍ୟତୀତ ଆଇପିଏଲ ୨୦୨୦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଧାର୍ଯ୍ୟ କରିଥିବା ଏସଓପିକୁ ଖେଳାଳି ଓ ଫ୍ରାଞ୍ଚାଇଜ୍‌କୁ ଅନୁସରଣ କରିବାକୁ ପଡ଼ିବ। ଏହି ସବୁ ପ୍ରକ୍ରୟା ସରିବା ପାଇଁ ୭ରୁ ୧୦ ଦିନ ସମୟ ଲାଗିଯିବ। ଏହା ପରେଯାଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ଦଳରେ ଯୋଗ ଦେଇ ପାରିବେ। ତେଣୁ ସେମାନେ ପ୍ରଥମ ସପ୍ତାହ ମିସ୍‌ କରିବା ଏକପ୍ରକାର ନିଶ୍ଚିତ। ବିସିସିଆଇ ଓ ଆଇପିଏଲ ଗଭର୍ନିଂ କାଉନ୍‌ସିଲ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ୍‌, ଖେଳାଳି ଓ ଅଂଶୀଦାର ଗୁଡ଼ିକ ପାଇଁ ଏସଓପି ଜାରି କରିବାକୁ ଯାଉଛି। ଏହାକୁ କଡ଼ାକଡ଼ି ପାଳନ କରାଯିବ। ବ୍ୟୟବହୁଳ ଆଇପିଏଲରେ ଅଷ୍ଟ୍ରେଲିଆର ୧୭ ଓ ଇଂଲଣ୍ଡର ୧୧ ଖେଳାଳି ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟିଭ୍‌ ସ୍ମିଥ, ଡେଭିଡ ଓ୍ବାର୍ନର, ପ୍ୟାଟ୍‌ କୁମିନ୍ସ, ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚରଙ୍କ ପରି ନାମୀ ଖେଳାଳି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?