Posted inଖେଳ

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଏହି ଲିଗ୍‌ର ପ୍ରଥମ ସପ୍ତାହରେ ଖେଳିବା ସମ୍ଭାବନା କମ୍‌ ବୋଲି ନଜରକୁ ଆସିଛି। କାରଣ ଅଷ୍ଟ୍ରେଲିଆ ଦଳର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ଇଂଲଣ୍ଡ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଓଲ୍ଡ ଟ୍ରାଫୋଡରେ ସେପ୍ଟେମ୍ବର ୧୬ରେ ଖେଳାଯିବ। ତେଣୁ ଏହି ଦୁଇ ଦଳର ଖେଳାଳି ସେହି ଦିନ କିମ୍ବା ପରଦିନ ଲଣ୍ଡନରୁ ଦୁବାଇ ବିମାନଯାତ୍ରା କରିବେ। ସେମାନେ ୟୁଏଇରେ ପହଞ୍ଚତ୍ବାପରେ ସ୍ଥାନୀୟ ସରକାରଙ୍କ ନିର୍ଦ୍ଦେଶାବଳି ଅନୁସାରେ କୋଭଡ-୧୯ ଟେଷ୍ଟ ଦେବେ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଯାଇ ଖେଳାଳି ୟୁଏଇ ସରକାରଙ୍କ ଆଇସୋଲେଶନ ଜୋନ୍‌ରୁ ବାହାରକୁ ଆସିପାରିବେ। ଏହି ପ୍ରକ୍ରିୟା ପାଇଁ ୪୮ରୁ ୭୨ ଘଣ୍ଟା ଲାଗିବ। ଏହା ବ୍ୟତୀତ ଆଇପିଏଲ ୨୦୨୦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଧାର୍ଯ୍ୟ କରିଥିବା ଏସଓପିକୁ ଖେଳାଳି ଓ ଫ୍ରାଞ୍ଚାଇଜ୍‌କୁ ଅନୁସରଣ କରିବାକୁ ପଡ଼ିବ। ଏହି ସବୁ ପ୍ରକ୍ରୟା ସରିବା ପାଇଁ ୭ରୁ ୧୦ ଦିନ ସମୟ ଲାଗିଯିବ। ଏହା ପରେଯାଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ଦଳରେ ଯୋଗ ଦେଇ ପାରିବେ। ତେଣୁ ସେମାନେ ପ୍ରଥମ ସପ୍ତାହ ମିସ୍‌ କରିବା ଏକପ୍ରକାର ନିଶ୍ଚିତ। ବିସିସିଆଇ ଓ ଆଇପିଏଲ ଗଭର୍ନିଂ କାଉନ୍‌ସିଲ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ୍‌, ଖେଳାଳି ଓ ଅଂଶୀଦାର ଗୁଡ଼ିକ ପାଇଁ ଏସଓପି ଜାରି କରିବାକୁ ଯାଉଛି। ଏହାକୁ କଡ଼ାକଡ଼ି ପାଳନ କରାଯିବ। ବ୍ୟୟବହୁଳ ଆଇପିଏଲରେ ଅଷ୍ଟ୍ରେଲିଆର ୧୭ ଓ ଇଂଲଣ୍ଡର ୧୧ ଖେଳାଳି ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟିଭ୍‌ ସ୍ମିଥ, ଡେଭିଡ ଓ୍ବାର୍ନର, ପ୍ୟାଟ୍‌ କୁମିନ୍ସ, ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚରଙ୍କ ପରି ନାମୀ ଖେଳାଳି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ବିଜୟ ଦେଲା ଗୁରଜିତ୍‌ଙ୍କ ଗୋଲ

ମାର୍‌ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍‌ରେ ଗୁରଜିତ୍‌ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ...

ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ

ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍‌ଗୁଡ଼ିକରେ...

ସ୍ତ୍ରୀଙ୍କ ଚମତ୍କାର ଶତକ ଦେଖି ଝୁମିଉଠିଲେ ଏହି ପ୍ରସିଦ୍ଧ ଖେଳାଳି

ବିଗ୍‌ ବାସ୍‌ ଲିଗ୍‌ରେ ରବିବାର ଏଲିସା ହିଲିଙ୍କ ଚମତ୍କାର ଶତକୀୟ ଇନିଂସ ଯୋଗୁ ସିଡନୀ ସିକ୍ସର୍ସ ମେଲବୋର୍ଣ୍ଣକୁ ୫ ଉଇକେଟ୍‌ରେ ବିଜୟ ହାସ କରିଛି। ଏହି...

ରିୟଲ ମାଡ୍ରିଡ୍‌ ଛାଡ଼ିବେ ଜିଡାନ

ମାଡ୍ରିଡ୍‌,୧୭।୫: ଫ୍ରାନ୍ସ କିମ୍ବଦନ୍ତୀ ଫୁଟ୍‌ବଲର ଜିନେଡାଇ ଜିଡାନ ରିୟଲ ମାଡ୍ରିଡ୍‌ କ୍ଲବର କୋଚ୍‌ ପଦ ଛାଡିବେ ବୋଲି ସୂଚନା ଦେଇଛନ୍ତି। ଚଳିତ ସେସନ ଶେଷ ଆଡକୁ...

ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍‌ ପଜିଟିଭ୍‌

ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି।...

ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ: ପିଟରସନ

ମୁମ୍ବାଇ,୧୮।୪ (ପି.ଟି.)- ଇଂଲଣ୍ଡ ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଧୋନୀ ବିଶ୍ୱରେ...

୪୮,୩୯୦ କୋଟି ଟଙ୍କାରେ ବିକ୍ରି ହେଲା ଆଇପିଏଲ୍‌ ମିଡିଆ ରାଇଟ୍‌

ନୂଆଦିଲ୍ଲୀ,୧୪।୬: ଆଗାମୀ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରସାରଣ ଅଧିକାର ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଭାରତରେ ଟିଭି ଓ ଡିଜିଟାଲ ସମେତ ପୂରା...

କୋପା ଆମେରିକା: ଆର୍ଜେଣ୍ଟିନା- କଲମ୍ବିଆ ସେମିଫାଇନାଲ ଆଜି

ବ୍ରାସିଲିଆ,୭।୭: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା...

Advertisement
Archives

Model This Week