ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା ପ୍ରାପ୍ତ ଟଙ୍କାକୁ ସମାଜର କଲ୍ୟାଣ ପାଇଁ ଦାନ କରିଦେଉଛନ୍ତି। ସେମାନଙ୍କ ମଧ୍ୟରୁ ଆସାମର ଏକ ଦମ୍ପତି ଅନ୍ୟତମ। ପାନ୍ନାଲାଲ ଓ ତାଙ୍କ ସ୍ତ୍ରୀ ନନ୍ଦିତା ଭଟ୍ଟାଚାର୍ଯ୍ୟ ଗୋସ୍ବାମୀ ୧ କୋଟି ଟଙ୍କା ପ୍ରାଚୀନ ବେଦବେଦାନ୍ତ ଗବେଷଣା କରିବା ଲାଗି ଦେଇଛନ୍ତି। ଟଙ୍କା ଦାନ କରିବା ସମୟରେ କୌଣସି ବଡ଼ ଉତ୍ସବ ଆୟୋଜନ ନ କରି ସେମାନେ କଲେଜ କର୍ତ୍ତୃପକ୍ଷଙ୍କୁ ହାତରେ ଚେକ୍‌ ଦେଇ ଆସିଥିଲେ। ଗୁଆହାଟୀର କଟନ ବିଶ୍ୱବିଦ୍ୟାଳୟରେ ୪ ଦଶନ୍ଧି ଧରି ପାନ୍ନାଲାଲ ରସାୟନ ବିଜ୍ଞାନ ଏବଂ ନନ୍ଦିତା ସଂସ୍କୃତ ପଢ଼ାଉଥିଲେ। ସେମାନେ ଅବସର ନେବା ପରେ ପାଇଥିବା ୧ କୋଟି ଟଙ୍କାକୁ ବ୍ୟକ୍ତିଗତ କାମରେ ନ ଲଗାଇ ତାହାକୁ ନଳବାରିର କୁମାର ଭାସ୍କର ବର୍ମା ସାଂସ୍କ୍ରିଟ ଆଣ୍ଡ ଆନ୍‌ସିଏଣ୍ଟ ଷ୍ଟଡିଜ ବିଶ୍ୱବିଦ୍ୟାଳୟକୁ ଦାନ କରିଦେଇଛନ୍ତି। ବ୍ୟକ୍ତିଗତ ଭାବେ କୌଣସି ଶିକ୍ଷକ ପୂର୍ବରୁ କେବେ ବି ସରକାରୀ ବିଶ୍ୱବିଦ୍ୟାଳୟକୁ ଏତେ ଅଧିକ ରାଶି ଦାନ କରି ନ ଥିଲେ। ନନ୍ଦିତା କହନ୍ତି, ଲୋକଙ୍କ ଟଙ୍କା ସେମାନଙ୍କ କାର୍ଯ୍ୟରେ ଲାଗିଲେ ଭଲ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri