ଏଇ ଭାରତରେ

କୁହାଯାଏ ଅନ୍ନଦାନ ମହାପୁଣ୍ୟ। ସେଥିପାଇଁ କେରଳର ସୁରେଶ କୁମାର ଭୋକିଲା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ସେ ଏମିତି ୧୨ ବର୍ଷ ହେବ ଖାଇବାକୁ ଦେଉଛନ୍ତି। କନ୍ନୁର ଜିଲା ବାସିନ୍ଦା ସୁରେଶ ଏବେସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଇସାରିଲେଣିି। ଏହି ସେବା ଲାଗି ଲୋକମାନେ ବି ତାଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ସୁରେଶ ବେକରି ଓ ବିଭିନ୍ନ ଦୋକାନରେ କାମ କରି ଯାହା ରୋଜଗାର କରନ୍ତି ତାହାକୁ ଏଥିରେ ଖର୍ଚ୍ଚ କରିଥାନ୍ତି। ସେ ବସଷ୍ଟାଣ୍ଡଗୁଡ଼ିକରେ ଏହି କାର୍ଯ୍ୟ ସମ୍ପର୍କିତ ବିବରଣୀକୁ ଛପାଇ ଲୋକମାନଙ୍କୁ ଦେଉଛନ୍ତି ଓ ସାହାଯ୍ୟ ଲୋଡୁଛନ୍ତି। ଏହା ଲାଗି ଦେଶର ବିଭିନ୍ନ ସ୍ଥାନରୁ ବି ତାଙ୍କ ପାଖକୁ ଲୋକମାନେ ଟଙ୍କା ପଠାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯେଉଁମାନେ ଖାଦ୍ୟ ଦେବା ଲାଗି ଇଚ୍ଛୁକ ସେମାନେ କନ୍ନୁର ବ୍ଲକ୍‌ ଅଫିସ ନିକଟରେ ରନ୍ଧାଖାଦ୍ୟ ପହଞ୍ଚାଇବାକୁ ସେ ଅନୁରୋଧ କରିଥାନ୍ତି। ଘରେ ଯଦି ଅଧିକ ଖାଦ୍ୟ ରହିଥାଏ, ତେବେ ତାହାକୁ ଦିନ ୧ଟାରୁ ୨ଟା ମଧ୍ୟରେ ଏହି ଅଫିସ ନିକଟରେ ପହଞ୍ଚାଇବା ଲାଗି ଅନୁରୋଧ କରିଥାନ୍ତି ସୁରେଶ। ଉଭୟ ଆମୀଷ ଓ ନିରାମିଷ ଖାଦ୍ୟ ଲୋକମାନଙ୍କୁ ଦିଆଯାଇଥାଏ। ୧୨ ବର୍ଷ ତଳେ ପ୍ରଥମ ଦିନରେ ସେ ୨୫ଟି ମିଲ୍‌ ପାଇଥିଲେ ଓ ତାହାକୁ ୨୫ ଜଣଙ୍କୁ ଖାଇବାକୁ ଦେଇଥିଲେ। ତା’ପରଦିନଠାରୁ ଲୋକମାନେ ବେଶି ବେଶି ଖାଦ୍ୟ ଯୋଗାଇଦେବାରେ ଲାଗିଲେ। ଏମିତି କି ଗୋଟିଏ ଗୋଟିଏ ଦିନରେ ସେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଇପାରିଛନ୍ତି। ଏହି ସେବା ଆରମ୍ଭ ହେବା ଦିନଠାରୁ ଏଯାବତ୍‌ ଗୋଟିଏ ଦିନ ବି ବନ୍ଦ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri