ଖର୍ଚ୍ଚ ଜାରି ରଖିବେ ସରକାର

ନୂଆଦିଲ୍ଲୀ: ବଜେଟରେ ଧାର୍ଯ୍ୟ ହୋଇଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଟପିବାକୁ ନେଇ ସରକାର ବେଶି ଚିନ୍ତିତ ନୁହନ୍ତି। କାରଣ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଏଥିଲାଗି ସରକାର ଖର୍ଚ୍ଚ ଜାରି ରଖିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଏହାବାଦ୍‌ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଆଯାଉ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଏହାକୁ ବିଚାରକରି ଉଭୟ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାର ମିଳିତ ହୋଇ କାମ କରୁଥିବା ସେ ମତ ରଖିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚକୁ ବଢ଼ାଇବା ଲାଗି ପରାମର୍ଶ ଦିଆଯାଇଛି। ଅର୍ଥ ବ୍ୟବସ୍ଥା ଲାଗି ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ସହାୟତା ପଦକ୍ଷେପ ଘୋଷଣା କରାଯାଇଛି। ଏଭଳି ପଦକ୍ଷେପ ନେବା ବେଳେ ସରକାର ବିଭିନ୍ନ ଦିଗକୁ ମଧ୍ୟ ବିଚାର କରୁଛନ୍ତି। କାରଣ ବର୍ତ୍ତମାନ ଟିକସ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଦେଶର ଛୋଟ ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଚାହିଦାକୁ ଫେରିବା ଆଣିବା ଦିଗରେ ଯୋଗଦାନ ରଖୁଥିବା ସେ ମତ ପ୍ରକାଶ କରିଛନ୍ତି। ମହାମାରୀ ଯୋଗୁ ସରକାରଙ୍କ ବିତ୍ତୀୟ ପଦକ୍ଷେପ ପ୍ରଭାବିତ ହୋଇ ରହିଛି। ହେଲେ ଅର୍ଥ ବ୍ୟବସ୍ଥାକୁ ଧ୍ୟାନରେ ରଖି ବିଭିନ୍ନ କାର୍ଯ୍ୟପନ୍ଥା ସରକାର ଗ୍ରହଣ କରୁଛନ୍ତି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିରତା ମଧ୍ୟରେ ଭଲ ପ୍ରଦର୍ଶନ କରୁଛି ଟଙ୍କା: ଶକ୍ତିକାନ୍ତ

ନୂଆଦିଲ୍ଲୀ,୭।୯: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତ୍ବେ ମଧ୍ୟ ଆମେରିକୀୟ...

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ରାଶି ଭରଣା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳକୁ ୬...

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

ଭୁବନେଶ୍ୱରରେ ଇନୋଭୋଏର ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧: ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ ଷ୍ଟାର୍ଟଅପ୍‌ ସଂସ୍ଥା (ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ଉପତ୍ାଦ ବିକାଶ କମ୍ପାନୀ) ଇନୋଭୋଏର କର୍ପୋରେଶନ ତା’ର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥିତ ଡିଏଲ୍‌ଏଫ୍‌...

ଫର୍ଟିସର ପୂର୍ବ ପ୍ରମୋଟର ଶିବିନ୍ଦର ସିଂ ଗିରଫ

ନୂଆଦିଲ୍ଲୀ,୧୧-୧୦: ଫର୍ଟିସ ହେଲ୍‌ଥ୍‍ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଗିରଫ କରିଛି। ଠକେଇ ଏବଂ ଅର୍ଥ...

୧୪ ପଇସା କମିଲା ଡିଜେଲ

ଭୁବନେଶ୍ୱର,୬।୯: ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିବା ଜଣାପଡ଼ିଛି। ଏଠାରେ ଡିଜେଲ ଲିଟର ପିଛା ୧୪ ପଇସା ନିମ୍ନରେ ରହି ୭୯.୭୨...

ଭାରତର ଜିଡିପି ୪% ଖସିବ:ଏଡିବି

ନୂଆଦିଲ୍ଲୀ,୧୮।୬: ୨୦୨୦ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ବିଶେଷ ଭାବେ ଅଭିବୃଦ୍ଧି କରିପାରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର...

ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର...

Advertisement
Archives

Model This Week