ଖର୍ଚ୍ଚ ଜାରି ରଖିବେ ସରକାର

ନୂଆଦିଲ୍ଲୀ: ବଜେଟରେ ଧାର୍ଯ୍ୟ ହୋଇଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଟପିବାକୁ ନେଇ ସରକାର ବେଶି ଚିନ୍ତିତ ନୁହନ୍ତି। କାରଣ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଏଥିଲାଗି ସରକାର ଖର୍ଚ୍ଚ ଜାରି ରଖିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଏହାବାଦ୍‌ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଆଯାଉ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଏହାକୁ ବିଚାରକରି ଉଭୟ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାର ମିଳିତ ହୋଇ କାମ କରୁଥିବା ସେ ମତ ରଖିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚକୁ ବଢ଼ାଇବା ଲାଗି ପରାମର୍ଶ ଦିଆଯାଇଛି। ଅର୍ଥ ବ୍ୟବସ୍ଥା ଲାଗି ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ସହାୟତା ପଦକ୍ଷେପ ଘୋଷଣା କରାଯାଇଛି। ଏଭଳି ପଦକ୍ଷେପ ନେବା ବେଳେ ସରକାର ବିଭିନ୍ନ ଦିଗକୁ ମଧ୍ୟ ବିଚାର କରୁଛନ୍ତି। କାରଣ ବର୍ତ୍ତମାନ ଟିକସ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଦେଶର ଛୋଟ ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଚାହିଦାକୁ ଫେରିବା ଆଣିବା ଦିଗରେ ଯୋଗଦାନ ରଖୁଥିବା ସେ ମତ ପ୍ରକାଶ କରିଛନ୍ତି। ମହାମାରୀ ଯୋଗୁ ସରକାରଙ୍କ ବିତ୍ତୀୟ ପଦକ୍ଷେପ ପ୍ରଭାବିତ ହୋଇ ରହିଛି। ହେଲେ ଅର୍ଥ ବ୍ୟବସ୍ଥାକୁ ଧ୍ୟାନରେ ରଖି ବିଭିନ୍ନ କାର୍ଯ୍ୟପନ୍ଥା ସରକାର ଗ୍ରହଣ କରୁଛନ୍ତି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri