ବଢୁଛି ଅସନ୍ତୋଷ, ନିର୍ମାଣ ଦାବି ତେଜିଲା

ଖୋର୍ଦ୍ଧା ଅଫିସ,୯ା୧୨: ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଶିଳାନ୍ୟାସକୁ ମଙ୍ଗଳବାର ବର୍ଷେ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପାଇକ ସ୍ମାରକୀ ନିର୍ମାଣ ବିଳମ୍ବ ନେଇ ବିଭିନ୍ନ ପାଇକ ସଙ୍ଗଠନ ସମେତ ଗବେଷକ, ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ଦାବି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ମଙ୍ଗଳବାର କଳିଙ୍ଗ ପାଇକ ସଙ୍ଗଠନ, ତାପଙ୍ଗ ଦଳବେହେରା ସ୍ମୃତି ପରିଷଦ, ପିଣ୍ଡିକ ବାହୁବଳେନ୍ଦ୍ର ସ୍ମୃତି କମିଟି, ଓଡ଼ିଶା ପାଇକ ମହାସଂଘ, ନିଉ ଥିଙ୍କିଙ୍ଗ ଫୋରମ, ଖୋର୍ଦ୍ଧା ସୁରକ୍ଷା ମଞ୍ଚ, ଖୋର୍ଦ୍ଧା ଐତିହାସିକ ସମାଜ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଅନୁଷ୍ଠାନ ପକ୍ଷରୁ ପୃଥକ୍‌ ଭାବେ ପ୍ରସ୍ତାବିତ ନିର୍ମାଣ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ ବୋଲି ବରିଷ୍ଠ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି। ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ, କଳିଙ୍ଗ ପାଇକ ସଙ୍ଗଠନ ସଭାପତି ବଂଶୀଧର ଜଗଦ୍ଦେବ, ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପଦେଷ୍ଟା ଭୀମସେନ ପ୍ରଧାନ, ଗବେଷକ ସତ୍ୟବାଦୀ ବଳିୟାରସିଂ, ଯୁବ ଉଦ୍ୟୋଗପତି ସଞ୍ଜୟ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା ସୁରକ୍ଷା ମଞ୍ଚ ଆବାହକ ଶୋଭନ ଘୋଷ, ମୃତ୍ୟୁଞ୍ଜୟ ଛୋଟରାୟ, ରମଜାନ ଖଁା, ଅବନୀ ଜେନା, ହରପ୍ରସାଦ
ମହାପାତ୍ର ପ୍ରମୁଖ ପ୍ରତିବାଦ କରିଥିଲେ।
ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ କହିବାନୁଯାୟୀ, ୧୮୧୭ରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ରାଜ ବିଦ୍ରୋହ, ୧୮୧୭ରେ ପାଇକ ବିଦ୍ରୋହ, ୧୮୨୭ରେ ତାପଙ୍ଗ ବିଦ୍ରୋହ ଏବଂ ୧୮୩୬ରେ କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ୱରେ ହୋଇଥିବା ସଂଗ୍ରାମ ପରେ ଏହା ଶେଷ ହୋଇଥିଲା। ବାଣପୁରରୁ ପାଇକ ବିଦ୍ରୋହ ଆରମ୍ଭ ହୋଇ ପୁଣି ସେହିଠାରେ ଶେଷ ହୋଇଥିଲା। ଏହି ବିଦ୍ରୋହର ଭୟାବହତା ସମ୍ପର୍କରେ ବ୍ରିଟିଶ ପ୍ରଶାସକ-ଐତିହାସିକ ଟଏନ-ବିଙ୍କ ଇତିହାସରେ ଉଲ୍ଲେଖ ରହିଛି। ଏତଦ୍‌ ବ୍ୟତୀତ ଐତିହାସିକ ଷ୍ଟର୍ଲିଙ୍ଗ, ହଣ୍ଟସ୍‌ ଆଦିଙ୍କ ଇତିହାସରେ ସବିଶେଷ ତଥ୍ୟ ସ୍ଥାନିତ ହୋଇଛି। ରାଜ୍ୟ ଅଭିଲେଖାଗାରରେ ପାଇକ ବିଦ୍ରୋହ ସମ୍ପର୍କିତ ସମସ୍ତ ତଥ୍ୟ ଓ ପ୍ରତାବଳୀ ଓରିଶାନ ରେକର୍ଡ ଦ୍ୱିତୀୟ ଭାଗରେ ସଙ୍କଳିତ ହୋଇଛି। ଏଥିରେ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ହୋଇଥିବା ଗଣ ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ସ୍ବୀକୃତି ଦିଆଯାଇଛି। ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପାଇକ ବିଦ୍ରୋହର ଗୁରୁତ୍ୱକୁ ପ୍ରତିପାଦନ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?