ଏଇ ଭାରତରେ

ନାଁ ତାଙ୍କର କରିମୁଲ୍‌ ହକ୍‌, କିନ୍ତୁ ତାଙ୍କୁ ଡାକନ୍ତି ଆମ୍ବୁଲାନ୍ସ ଦାଦା। ଘର ପଶ୍ଚିମବଙ୍ଗର ଜଲ୍‌ପାଇଗୁଡ଼ି ଜିଲାରେ। ସେ ରୋଗୀମାନଙ୍କୁ ମୋଟର ବାଇକ୍‌ରେ ହସ୍ପିଟାଲ ନେଉଛନ୍ତି। ଏବେ ସୁଦ୍ଧା ସେ ୫୫୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଛନ୍ତି। କରିମୁଲ୍‌ଙ୍କ ବୟସ ୫୫। ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ମିଳିବାରୁ ସେ ତାଙ୍କ ମା’ଙ୍କୁ ହରାଇଥିତ୍ଲେ। ପରେ ଏଭଳି ଅବସ୍ଥା କାହା ପାଇଁ ନ ଆସୁୁ, ଏହା ଭାବି ସେ ୧୯୯୮ରେ ଆରମ୍ଭ କରିଥିଲେ ମୋଟର ସାଇକେଲ ଆମ୍ବୁଲାନ୍ସ। ଜଲ୍‌ପାଇଗୁଡ଼ି ଜିଲାର ପ୍ରାୟ ୨୦ଟି ଗାଁରୁ ସେ ରୋଗୀମାନଙ୍କୁ ମୋଟରସାଇକେଲରେ ନେଇ ହସ୍ପିଟାଲରେ ପହଞ୍ଚାଉଛନ୍ତି। ଏହି ସବୁ ଗାଁଗୁଡିକରେ ଚଉଡ଼ା ରାସ୍ତା ନାହିଁ। ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉ ନ ଥିବାରୁୁ ବାଇକ୍‌ ଆମ୍ବୁଲାନ୍ସରେ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇ ହେଉଛି ବୋଲି କହନ୍ତି କରିମୁଲ୍‌। ଦିନରାତି ସେ ଏହି କାମରେ ଲାଗିଛନ୍ତି। ସେ ତାଙ୍କ ପୁଅଙ୍କୁ ବି ଏହି ସେବାରେ ଲଗାଇ ଦେଇଛନ୍ତି। ସେ ଗାଁରେ ନିୟମିତ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି। ହସ୍ପିଟାଲ କରିବା ଲାଗି ଜମି ବି ଦାନ କରିଛନ୍ତି। ଲକ୍‌ଡାଉନ ସମୟରେ ଏହି ସେବା ଯୋଗାଇବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଚ ଥିତ୍ଲା। କିନ୍ତୁ ସେ ଏହାକୁ ସୁଚାରୁ ରୂପେ ପରିଚାଳନା କରିଛନ୍ତି। କେବଳ ଏତିକି ନୁହେ,ଁ ଲକ୍‌ଡାଉନ ସମୟରେ କରିମୁଲ୍‌ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri