କୋଭିଡ୍‌ ଟିକା ଲାଗି ୫୦ ହଜାର କୋଟି ବ୍ୟବସ୍ଥା ହୋଇପାରେ

ମୁମ୍ବାଇ: ବଜେଟ ୨୦୨୧-୨୨ରେ ସରକାର କୋଭିଡ୍‌-୧୯ ଟିକା ଦେବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରିପାରନ୍ତି। ୟୁବିଏସ୍‌ ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଟିକା ଯେତେ ଶୀଘ୍ର ଲୋକଙ୍କୁ ଦିଆଯିବ ସେତେ ଶୀଘ୍ର ବଜାରକୁ ନେଇ ଲୋକଙ୍କ ଆତ୍ମବିଶ୍ୱାସ ଫେରିବ। କରୋନା ଯୋଗୁ ବଜାର ବ୍ୟବସ୍ଥା ବିଗିଡ଼ିଯାଇଛି। ଏହା ଖାଉଟିଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିଛି। ଭାଇରସ୍‌କୁ ରୋକିପାରିଲେ ଅର୍ଥ ବ୍ୟବସ୍ଥାକୁ ଅଗ୍ରସର କରାଇବା ଦିଗରେ ଏହା ସହାୟତା କରିବ ବୋଲି ରିପୋର୍ଟରେ କୁହାଯାଇଛି। ୟୁବିଏସ୍‌ର ବିଶେଷଜ୍ଞ କହିଛନ୍ତି, ୨୦୨୨ରେ ଭାରତର ଜିଡିପି ୧୧.୫% ଛୁଇଁପାରେ। ୨୦୨୦-୨୧ରେ ଜିଡିପି ୧୦.୫% ଖସିବା ନେଇ ଏହା ଆକଳନ କରିଛି। ସୂଚନାଯୋଗ୍ୟ, ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଜିଡିପି ୭.୫% ଖସିଛି। ଏହା ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ୨୩.୯% ଖସିଥିଲା। ଟିକା ପ୍ରଦାନ ଦ୍ୱାରା ଭାଇରସ୍‌ ସଂକ୍ରମଣକୁ ରୋକିବା ଏବଂ ଦେଶର ବିକାଶ ହାରକୁ ତ୍ୱରାନ୍ବିତ କରିବା ଦିଗରେ ସରକାର ଟିକା ଲାଗି ପୁଞ୍ଜି ବ୍ୟବସ୍ଥା ହୋଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri