Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ

ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ବିଜୟୀ ହୋଇ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୨ଟି ଲେଖାଏ ବିଜୟ ଓ ପରାଜୟ ସହିତ ମୋଟ ୮ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଇଷ୍ଟବେଙ୍ଗଲ ତା’ର ନୌରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ଅନ୍ତିମ ଅର୍ଥାତ ୧୧ତମ ସ୍ଥାନରେ ରହିଛି। ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ଇଷ୍ଟବେଙ୍ଗଲ ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲା। ଫଳରେ ଗୋଲ ଦେଇପାରି ନ ଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଇଷ୍ଟବେଙ୍ଗଲ ଆଗରେ ଥିଲା। ତେବେ ଭାଗ୍ୟ ସହାୟ ହୋଇ ନ ଥିଲା।

୩୩ତମ ମିନିଟ୍‌ରେ ଇଷ୍ଟବେଙ୍ଗଲ ମିଡ୍‌ଫିଲ୍ଡର ସୁରଚନ୍ଦ୍ର ସିଂଙ୍କ ଆତ୍ମଘାତୀ ଗୋଲ ବଳରେ ନର୍ଥଇଷ୍ଟ ୟୁନାଇଟେଡ ଅଗ୍ରଣୀ ହୋଇଥିଲା। ପ୍ରଥମାର୍ଦ୍ଧରେ ନର୍ଥଇଷ୍ଟ ୟୁନାଇଟେଡ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଆରମ୍ଭରୁ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୩ତମ ମିନିଟ୍‌ରେ ନର୍ଥଇଷ୍ଟର ନିନ୍‌ଥୋଇଗାନ୍‌ବା ସାଥୀ ଫରଓ୍ବାର୍ଡ ଇଡ୍ରିସା ସିଲାଙ୍କୁ ପାସ୍‌ ଦେଇଥିଲେ। ଇଡ୍ରିସା ଡ଼ାହାଣପଟେ ଥିବା କ୍ୱେସି ଆପିଆଙ୍କ ନିକଟକୁ ବଲ୍‌ ଫ୍ଲିକ୍‌ କରିଥିଲେ। ଆପିଆ ସିଧା ବକ୍ସକୁ ଶଟ୍‌ ମାରିଥିଲେ। ତେବେ ଏହା ସୁରଚନ୍ଦ୍ରଙ୍କ ଆଣ୍ଠୁରେ ବାଜି ନେଟ୍‌ରେ ବାଜିଥିଲା। ଫଳରେ ଏହା ଇଷ୍ଟବେଙ୍ଗଲ ପାଇଁ ଆତ୍ମଘାତୀ ଗୋଲ ସାବ୍ୟସ୍ତ ହୋଇଥିଲା। ଏଥିସହିତ ଆଇଏସ୍‌ଏଲ୍‌ ଇତିହାସରେ ନର୍ଥଇଷ୍ଟ ୧୦୦ତମ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାପରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା ଓ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ନିର୍ଦ୍ଧାରିତ ୯୦ ମିନିଟ୍‌ ମଧ୍ୟ ଗୋଲ ହୋଇପାରି ନ ଥିଲା। ଏହାପରେ ଇଞ୍ଜୁରି ଟାଇମ ବାବଦରେ ୫ ମିନିଟ୍‌ର ଖେଳ ହୋଇଥିଲେ। ଏହାର ପ୍ରଥମ ଅର୍ଥାତ୍‌ ୯୧ତମ ମିନିଟ୍‌ରେ ନର୍ଥଇଷ୍ଟ ମିଡ୍‌ଫିଲ୍ଡର ରୋଚରଜେଲା ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇଥିଲେ। ଏଥିସହିତ ନର୍ଥଇଷ୍ଟ ୨-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଉଭୟଦଳ ଏକାଧିକବାର ଖେଳାଳି ଅଦଳବଦଳ କରିଥିଲେ। ନର୍ଥଇଷ୍ଟ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୮ ତାରିଖରେ ବେଙ୍ଗାଲୁରୁକୁ ଭେଟିବ। ସେହିପରି ଇଷ୍ଟବେଙ୍ଗଲ ୧୦ ତାରିଖରେ ଜାମ୍‌ଶେଦପୁରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri