ପ୍ରାଣୀ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୪।୧୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜଭୁତ କରେ ପ୍ରାଣୀ ସମ୍ପଦ। ଗୋପାଳନ ସହ ଛେଳି, ମେଣ୍ଢା, କୁକୁଡ଼ା ଆଦିରୁ ଅତିରିକ୍ତ ଆୟ କରନ୍ତି ଲୋକେ। ସେଥିପାଇଁ ସରକାର ଏସବୁ ପାଳନକୁ ଅଗ୍ରାଧିକାର ଦେଉଛନ୍ତି। ଲୋକଙ୍କୁ ବ୍ୟାଙ୍କଗୁଡ଼ିକରୁ ଋଣ ଯୋଗାଇ ଦେଉଛନ୍ତି। ପ୍ରାଣୀ ସମ୍ପଦଙ୍କ ଆବଶ୍ୟକ ଚିକିତ୍ସାର ସୁବିଧା ମଧ୍ୟ କରିଛନ୍ତି। ହେଲେ ଅନୁଗୋଳ ଜିଲାରେ ପ୍ରାଣୀ ଚିକିତ୍ସାକୁ ଏକପ୍ରକାର ଉପେକ୍ଷା କରାଯାଇଛି। ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଯାଏ ବହୁ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ବର୍ଷ ବର୍ଷ ଧରି ତାହାକୁ ପୂରଣ କରାଯାଉ ନାହିଁ। ଫଳରେ ପ୍ରାଣୀ ସମ୍ପଦ ରଖିଥିବା ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନୁଗୋଳ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ୨ଟି ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ମଧ୍ୟରୁ ଦୀର୍ଘଦିନ ହେଲା ଗୋଟିଏ ଖାଲିପଡ଼ିଛି। ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡା ଉପଖଣ୍ଡରେ ୪ଜଣ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମଧ୍ୟରୁ କେବଳ ପାଲଲହଡ଼ାରେ ଜଣେ ଅଧିକାରୀ ରହିଛନ୍ତି। ସେହିପରି ୮ଟି ବ୍ଲକ ମଧ୍ୟରୁ ବଅଁରପାଳ ଓ ତାଳଚେରକୁ ବାଦ୍‌ ଦେଲେ ଅନ୍ୟ ୫ଟି ବ୍ଲକ କଣିହାଁ, ପାଲଲହଡ଼ା, ଅନୁଗୋଳ, ଛେଣ୍ଡିପଦା ଓ ଆଠମଲ୍ଲିକରେ ସହକାରୀ ପ୍ରାଣୀଚିକିତ୍ସା ଅଧିକାରୀ ପଦବୀ ଖାଲିପଡ଼ିଛି। ଅନୁଗୋଳ, ବଅଁରପାଳ, କଣିହାଁ, ତାଳଚେର, ପାଲଲହଡ଼ା ବ୍ଲକ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ଅଧିକାରୀ ନାହାନ୍ତି। ଫଳରେ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। ଜିଲାରେ ୭୮ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। କିନ୍ତୁ ସେଥିରୁ ୧୮ କେନ୍ଦ୍ରରେ ଚିକିତ୍ସକ ନାହାନ୍ତି। ନୂତନ ଭାବେ ୨୦ଟି ପ୍ରାଣୀ ଚିକିତ୍ସାଳୟ ଖୋଲାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସେହି କେନ୍ଦ୍ରଗୁଡିକ ଅବ୍ୟବସ୍ଥା ମଧ୍ୟରେ ଥିବାବେଳେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ବହୁ ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକ ଗୃହ, ଔଷଧ, ଯନ୍ତ୍ରପାତି ନ ଥିବା ଯୋଗୁ ଅସୁବିଧା ସୃଷ୍ଟି ହେଉଛି। ବଅଁରପାଳ ବ୍ଲକର ବଅଁରପାଳ ଓ ସାନକେରେଜାଙ୍ଗରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିଛି। ଅନୁଗୋଳ ଉପଖଣ୍ଡରେ ଅନୁଗୋଳ, ବନ୍ତଳା, ତାଳଚେର ଅଞ୍ଚଳରେ ତାଳଚେର ଓ କଣିହଁା, ରେଙ୍ଗାଳି, ପାଲଲହଡ଼ାରେ ପାଲଲହଡ଼ା ଓ ଖମାର, ଆଠମଲ୍ଲିକରେ ଠାକୁରଗଡ଼ ଓ ମାଧପୁର, କିଶୋରନଗରରେ କିଶୋରନଗର ଓ ବଇଣ୍ଡା ଆଦି ୧୬ଟି ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିଛି। ମାତ୍ର ବହୁ କେନ୍ଦ୍ରରେ ଚିକିତ୍ସା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି। ଫଳରେ ବିଭିନ୍ନ ସମୟରେ ଚିକିତ୍ସା, ଟିକାଦାନ ଓ କୃତ୍ରିମ ପ୍ରଜନନ ପାଇଁ ଚାଷୀମାନେ ଗୃହପାଳିତ ପ୍ରାଣୀମାନଙ୍କୁ ଆଣୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। ଏଥିଯୋଗୁ ଜିଲାରେ ଗୃହପାଳିତ ପ୍ରାଣୀମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଜିଲାରେ ଶଙ୍କର ଓ ଜର୍ସି ଜାତୀୟ ଗାଈ ୩୫ ହଜାର ୬୫୦ ରହିଛନ୍ତି। ଦେଶୀ ଗାଈ ୩ ଲକ୍ଷ ୨୮ ହଜାର, ମଇଁଷି ୬୩୨୧, ଛେଳି ୨ ଲକ୍ଷ ୩୫ ହଜାର, ମେଣ୍ଢା ୩୫ ହଜାର ୧୧୦, ଘୁଷୁରି ୧୪୬୧ ଓ କୁକୁଡ଼ା ୧ଲକ୍ଷ ୭୧ ହଜାର ଥିବା ସୂଚନା ମିଳିଛି।

୫ ବର୍ଷ ହେଲା ତାଲା ଝୁଲୁଛି
କାଣ୍ଡସର ଅଞ୍ଚଳରେ ଏକ ପ୍ରାଣୀ ସହାୟତା କେନ୍ଦ୍ର ଖୋଲାଯାଇଛି। କିନ୍ତୁ ଦୀର୍ଘ ୫ ବର୍ଷ ହେଲା ସେଠାରେ ତାଲା ଝୁଲୁଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ତେଣୁ ଗୃହପାଳିତ ପ୍ରାଣୀଙ୍କୁ ଚିକିତ୍ସା ସେବା ଦେବାକୁ ପ୍ରଶାସନ କେତେ ଆଗ୍ରହ ରଖିଛି ତାହା ଜଳ ଜଳ ଦିଶୁଛି।
-ଶଙ୍ଖାଳି ବେହେରା, କାଣ୍ଡସର

ଉପଯୁକ୍ତ ସେବା ମିଳୁନି
ଅନେକ ସମୟରେ ଗୋରୁମାନଙ୍କ ଗୋଡ଼ ଫୁଲିଯିବା ସହ ବିଭିନ୍ନ ରୋଗ ହେଉଛି। ହେଲେ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଗଲେ ଉପଯୁକ୍ତ ସେବା ମିଳୁନାହିଁ। କେତେବେଳେ କର୍ମଚାରୀ ନାହାନ୍ତି ତ ଆଉ କେତେବେଳେ ଅନ୍ୟ କିଛି ସମସ୍ୟା ଲୋକଙ୍କୁ ଅସୁବିଧାରେ ପକାଉଛି।
-ମରୁତ ବେହେରା, ଗିରାଙ୍ଗ

ଚାଷୀମାନେ ଅସୁବିଧା ଭୋଗୁଛନ୍ତି
ବନ୍ତଳା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଓ ଏଲ୍‌ଆଇ କର୍ମଚାରୀ ନ ଥିବାରୁ ଗୋରୁ ରଖିଥିବା ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ଏଲ୍‌ଆଇ ତିନୋଟି ଉପ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଦାୟିତ୍ୱ ନେଲେ ଯାହା ସେବା ମିଳିପାରିବ ତାହା ସମସ୍ତେ ଜାଣିଛନ୍ତି।
-ନିରଞ୍ଜନ ସାହୁ, ପୋକତୁଙ୍ଗା

ଖାଲି ପଦବୀ ପୂରଣ କରାଯାଉ
ବନ୍ତଳା, ବଡ଼କଣ୍ଟକୁଳ ଆଦି ସେଣ୍ଟରରେ ଡାକ୍ତର ଓ ଏଲ୍‌ଆଇ ନାହାନ୍ତି। ଫଳରେ ଗୋରୁ, ଛେଳି, ମେଣ୍ଢା ଆଦି ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି। ଜରପଡ଼ାର ଡାକ୍ତର ଏଠାରେ ଦାୟିତ୍ୱରେ ଅଛନ୍ତି। ତୁରନ୍ତ ଡାକ୍ତର ଓ ଖାଲି ଥିବା ପଦବୀ ପୂରଣ କରାଯାଉ।
-ରବୀନ୍ଦ୍ର ନାଥ ବିଶ୍ୱାଳ, ଜମୁଗାଡ଼ିଆ

ଅବହେଳିତ ହୋଇପଡିଛି ପ୍ରାଣୀ ବିଭାଗ
ଜିଲାରେ ଥିବା ୩ ଉପଖଣ୍ଡରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡିଛି। ବ୍ଲକ ଅଞ୍ଚଳରେ ମଧ୍ୟ ବହୁ କର୍ମଚାରୀ ନାହାନ୍ତି। ତେଣୁ ପ୍ରାଣୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସମୟରେ ବାଧକ ସୃଷ୍ଟି ହେଉଛି। ସରକାର ସମସ୍ତ କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ପୂରଣ ପ୍ରତି ଦୃଷ୍ଟିଦେଲେ ସମସ୍ୟାର ସମାଧାନ ହୋଇପାରିବ।
-ଭରତ ଚନ୍ଦ୍ର ଗଡ଼ନାୟକ, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri