ପ୍ରାଣୀ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୪।୧୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜଭୁତ କରେ ପ୍ରାଣୀ ସମ୍ପଦ। ଗୋପାଳନ ସହ ଛେଳି, ମେଣ୍ଢା, କୁକୁଡ଼ା ଆଦିରୁ ଅତିରିକ୍ତ ଆୟ କରନ୍ତି ଲୋକେ। ସେଥିପାଇଁ ସରକାର ଏସବୁ ପାଳନକୁ ଅଗ୍ରାଧିକାର ଦେଉଛନ୍ତି। ଲୋକଙ୍କୁ ବ୍ୟାଙ୍କଗୁଡ଼ିକରୁ ଋଣ ଯୋଗାଇ ଦେଉଛନ୍ତି। ପ୍ରାଣୀ ସମ୍ପଦଙ୍କ ଆବଶ୍ୟକ ଚିକିତ୍ସାର ସୁବିଧା ମଧ୍ୟ କରିଛନ୍ତି। ହେଲେ ଅନୁଗୋଳ ଜିଲାରେ ପ୍ରାଣୀ ଚିକିତ୍ସାକୁ ଏକପ୍ରକାର ଉପେକ୍ଷା କରାଯାଇଛି। ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଯାଏ ବହୁ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ବର୍ଷ ବର୍ଷ ଧରି ତାହାକୁ ପୂରଣ କରାଯାଉ ନାହିଁ। ଫଳରେ ପ୍ରାଣୀ ସମ୍ପଦ ରଖିଥିବା ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନୁଗୋଳ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ୨ଟି ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ମଧ୍ୟରୁ ଦୀର୍ଘଦିନ ହେଲା ଗୋଟିଏ ଖାଲିପଡ଼ିଛି। ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡା ଉପଖଣ୍ଡରେ ୪ଜଣ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମଧ୍ୟରୁ କେବଳ ପାଲଲହଡ଼ାରେ ଜଣେ ଅଧିକାରୀ ରହିଛନ୍ତି। ସେହିପରି ୮ଟି ବ୍ଲକ ମଧ୍ୟରୁ ବଅଁରପାଳ ଓ ତାଳଚେରକୁ ବାଦ୍‌ ଦେଲେ ଅନ୍ୟ ୫ଟି ବ୍ଲକ କଣିହାଁ, ପାଲଲହଡ଼ା, ଅନୁଗୋଳ, ଛେଣ୍ଡିପଦା ଓ ଆଠମଲ୍ଲିକରେ ସହକାରୀ ପ୍ରାଣୀଚିକିତ୍ସା ଅଧିକାରୀ ପଦବୀ ଖାଲିପଡ଼ିଛି। ଅନୁଗୋଳ, ବଅଁରପାଳ, କଣିହାଁ, ତାଳଚେର, ପାଲଲହଡ଼ା ବ୍ଲକ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ଅଧିକାରୀ ନାହାନ୍ତି। ଫଳରେ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। ଜିଲାରେ ୭୮ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। କିନ୍ତୁ ସେଥିରୁ ୧୮ କେନ୍ଦ୍ରରେ ଚିକିତ୍ସକ ନାହାନ୍ତି। ନୂତନ ଭାବେ ୨୦ଟି ପ୍ରାଣୀ ଚିକିତ୍ସାଳୟ ଖୋଲାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସେହି କେନ୍ଦ୍ରଗୁଡିକ ଅବ୍ୟବସ୍ଥା ମଧ୍ୟରେ ଥିବାବେଳେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ବହୁ ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକ ଗୃହ, ଔଷଧ, ଯନ୍ତ୍ରପାତି ନ ଥିବା ଯୋଗୁ ଅସୁବିଧା ସୃଷ୍ଟି ହେଉଛି। ବଅଁରପାଳ ବ୍ଲକର ବଅଁରପାଳ ଓ ସାନକେରେଜାଙ୍ଗରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିଛି। ଅନୁଗୋଳ ଉପଖଣ୍ଡରେ ଅନୁଗୋଳ, ବନ୍ତଳା, ତାଳଚେର ଅଞ୍ଚଳରେ ତାଳଚେର ଓ କଣିହଁା, ରେଙ୍ଗାଳି, ପାଲଲହଡ଼ାରେ ପାଲଲହଡ଼ା ଓ ଖମାର, ଆଠମଲ୍ଲିକରେ ଠାକୁରଗଡ଼ ଓ ମାଧପୁର, କିଶୋରନଗରରେ କିଶୋରନଗର ଓ ବଇଣ୍ଡା ଆଦି ୧୬ଟି ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିଛି। ମାତ୍ର ବହୁ କେନ୍ଦ୍ରରେ ଚିକିତ୍ସା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି। ଫଳରେ ବିଭିନ୍ନ ସମୟରେ ଚିକିତ୍ସା, ଟିକାଦାନ ଓ କୃତ୍ରିମ ପ୍ରଜନନ ପାଇଁ ଚାଷୀମାନେ ଗୃହପାଳିତ ପ୍ରାଣୀମାନଙ୍କୁ ଆଣୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। ଏଥିଯୋଗୁ ଜିଲାରେ ଗୃହପାଳିତ ପ୍ରାଣୀମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଜିଲାରେ ଶଙ୍କର ଓ ଜର୍ସି ଜାତୀୟ ଗାଈ ୩୫ ହଜାର ୬୫୦ ରହିଛନ୍ତି। ଦେଶୀ ଗାଈ ୩ ଲକ୍ଷ ୨୮ ହଜାର, ମଇଁଷି ୬୩୨୧, ଛେଳି ୨ ଲକ୍ଷ ୩୫ ହଜାର, ମେଣ୍ଢା ୩୫ ହଜାର ୧୧୦, ଘୁଷୁରି ୧୪୬୧ ଓ କୁକୁଡ଼ା ୧ଲକ୍ଷ ୭୧ ହଜାର ଥିବା ସୂଚନା ମିଳିଛି।

୫ ବର୍ଷ ହେଲା ତାଲା ଝୁଲୁଛି
କାଣ୍ଡସର ଅଞ୍ଚଳରେ ଏକ ପ୍ରାଣୀ ସହାୟତା କେନ୍ଦ୍ର ଖୋଲାଯାଇଛି। କିନ୍ତୁ ଦୀର୍ଘ ୫ ବର୍ଷ ହେଲା ସେଠାରେ ତାଲା ଝୁଲୁଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ତେଣୁ ଗୃହପାଳିତ ପ୍ରାଣୀଙ୍କୁ ଚିକିତ୍ସା ସେବା ଦେବାକୁ ପ୍ରଶାସନ କେତେ ଆଗ୍ରହ ରଖିଛି ତାହା ଜଳ ଜଳ ଦିଶୁଛି।
-ଶଙ୍ଖାଳି ବେହେରା, କାଣ୍ଡସର

ଉପଯୁକ୍ତ ସେବା ମିଳୁନି
ଅନେକ ସମୟରେ ଗୋରୁମାନଙ୍କ ଗୋଡ଼ ଫୁଲିଯିବା ସହ ବିଭିନ୍ନ ରୋଗ ହେଉଛି। ହେଲେ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଗଲେ ଉପଯୁକ୍ତ ସେବା ମିଳୁନାହିଁ। କେତେବେଳେ କର୍ମଚାରୀ ନାହାନ୍ତି ତ ଆଉ କେତେବେଳେ ଅନ୍ୟ କିଛି ସମସ୍ୟା ଲୋକଙ୍କୁ ଅସୁବିଧାରେ ପକାଉଛି।
-ମରୁତ ବେହେରା, ଗିରାଙ୍ଗ

ଚାଷୀମାନେ ଅସୁବିଧା ଭୋଗୁଛନ୍ତି
ବନ୍ତଳା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଓ ଏଲ୍‌ଆଇ କର୍ମଚାରୀ ନ ଥିବାରୁ ଗୋରୁ ରଖିଥିବା ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ଏଲ୍‌ଆଇ ତିନୋଟି ଉପ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଦାୟିତ୍ୱ ନେଲେ ଯାହା ସେବା ମିଳିପାରିବ ତାହା ସମସ୍ତେ ଜାଣିଛନ୍ତି।
-ନିରଞ୍ଜନ ସାହୁ, ପୋକତୁଙ୍ଗା

ଖାଲି ପଦବୀ ପୂରଣ କରାଯାଉ
ବନ୍ତଳା, ବଡ଼କଣ୍ଟକୁଳ ଆଦି ସେଣ୍ଟରରେ ଡାକ୍ତର ଓ ଏଲ୍‌ଆଇ ନାହାନ୍ତି। ଫଳରେ ଗୋରୁ, ଛେଳି, ମେଣ୍ଢା ଆଦି ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି। ଜରପଡ଼ାର ଡାକ୍ତର ଏଠାରେ ଦାୟିତ୍ୱରେ ଅଛନ୍ତି। ତୁରନ୍ତ ଡାକ୍ତର ଓ ଖାଲି ଥିବା ପଦବୀ ପୂରଣ କରାଯାଉ।
-ରବୀନ୍ଦ୍ର ନାଥ ବିଶ୍ୱାଳ, ଜମୁଗାଡ଼ିଆ

ଅବହେଳିତ ହୋଇପଡିଛି ପ୍ରାଣୀ ବିଭାଗ
ଜିଲାରେ ଥିବା ୩ ଉପଖଣ୍ଡରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡିଛି। ବ୍ଲକ ଅଞ୍ଚଳରେ ମଧ୍ୟ ବହୁ କର୍ମଚାରୀ ନାହାନ୍ତି। ତେଣୁ ପ୍ରାଣୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସମୟରେ ବାଧକ ସୃଷ୍ଟି ହେଉଛି। ସରକାର ସମସ୍ତ କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ପୂରଣ ପ୍ରତି ଦୃଷ୍ଟିଦେଲେ ସମସ୍ୟାର ସମାଧାନ ହୋଇପାରିବ।
-ଭରତ ଚନ୍ଦ୍ର ଗଡ଼ନାୟକ, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?