ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ ହେଉଛି ମହାରାଷ୍ଟ୍ରର ଶେଲାକ୍ୱଓ୍ବୋଡ଼ି। ମହାରାଷ୍ଟ୍ରର କୋହ୍ଲାପୁରଠାରୁ ୧୪ କି.ମି. ଦୂରରେ ଅବସ୍ଥିତ ଏହି ଗାଁ ତାହାର ଆବଶ୍ୟକ ବିଦ୍ୟୁତ୍‌ ସୌରଶକ୍ତିରୁ ପାଉଛି। ସରକାରୀ ଯୋଜନା ଅନୁଯାୟୀ ସବୁ ଘର ଛାତ ଉପରେ ସୋଲାର ପ୍ୟାନେଲ ରହିଛି ଓ ସବୁ ପରିବାର ସୌରଶକ୍ତି ଉତ୍ପାଦନ କରୁଛନ୍ତି। ପ୍ରତ୍ୟେକ ସୋଲାର ସିଷ୍ଟମ ପାଇଁ ୫୦,୦୦୦ରୁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ପ୍ରତି ପରିବାରର ଇଲେକ୍ଟ୍ରି ବିଲ୍‌ ବାବଦ ଖର୍ଚ୍ଚ ହ୍ରାସ ହୋଇଛି। ସୋଲାର ବିଦ୍ୟୁତ୍‌ ବ୍ୟବହାର କରିବା ପୂର୍ବରୁ କେତେକ ପରିବାର ମାସକୁ ପାଖାପାଖି ୨୦୦୦ ଟଙ୍କା ଇଲେକ୍ଟ୍ରି ବିଲ୍‌ ବାବଦକୁ ଦେଉଥିଲେ। ଏବେ ତାହା ୧୩୦ ଟଙ୍କାକୁ ଖସିଆସିଛି। ବଡ଼ କଥା ହେଉଛି ପରିବାରଗୁଡ଼ିକର ସୋଲାର ସିଷ୍ଟମ ଗ୍ରୀଡ୍‌ ସହ ସଂଯୋଗ ହୋଇଛି, ଫଳରେ ସେମାନେ ବଳକା ବିଦ୍ୟୁତ୍‌ ଯୋଗାଇ ଦେଇ ଆର୍ଥିକ ଲାଭ ପାଇପାରୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ଅନ୍ତର୍ଜାତୀୟ ରାଜନୀତିରେ ବିକ୍ଷୋଭ

ବିଶୃଙ୍ଖଳା, ବିକ୍ଷୋଭ, ବ୍ୟସ୍ତତା ଓ ବିପଯର୍‌ୟୟ ଆଜି ସର୍ବବ୍ୟାପୀ। ପୃଥିବୀବ୍ୟାପୀ ଏହି ବିପର୍ଯ୍ୟୟର ଅନ୍ତର୍ନିହିତ କାରଣ ଓ ଉଦ୍ଦେଶ୍ୟ ବୁଝିବା କଷ୍ଟକର। ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ସଂକୀର୍ଣ୍ଣ, ସୀମାବଦ୍ଧ…

ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ବିପର୍ଯ୍ୟୟ ପୀଡ଼ିତଙ୍କ ସେବା

ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?