ଉଚ୍ଛେଦ ପରେ ଉପେକ୍ଷା

ବଇଣ୍ଡା,୧୮।୭(ଡି.ଏନ.ଏ.) – ବର୍ଷାଦିନେ ପ୍ରାଣୀଧନଙ୍କ ଠାରେ ବ୍ୟାପୁଛି ବିଭିନ୍ନ ସଂକ୍ରାମକ ରୋଗ। ହେଲେ ଚିକିତ୍ସା ପାଇଁ ନା ଅଛନ୍ତି ଚିକିତ୍ସକ ନା ଅଛି ଚିକିତ୍ସାକେନ୍ଦ୍ର। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳୁ ପ୍ରାଣୀଧନ ଚିକିତ୍ସାଳୟକୁ ଉଚ୍ଛେଦ କରାଯିବା ପରଠାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସାକୁ ଉପେକ୍ଷା କରାଯାଇ ଆସୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ନୂତନ କୋଠା ନିର୍ମାଣ କରାଯାଉ ନ ଥିବାରୁ ରୋଗାକ୍ରାନ୍ତ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା କରାଯାଇ ପାରୁନାହିଁ। ଫଳରେ ଅଯଥାରେ ସେମାନଙ୍କ ଜୀବନହାନି ହେଉଥିବାରୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ଚାଷୀ। ଏ ନେଇ ବଇଣ୍ଡା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବଇଣ୍ଡାବାସୀ କହିଛନ୍ତି, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ ୨୦୧୮ରୁ ବଇଣ୍ଡାଠାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ କିଛି ବି ପ୍ରସ୍ତୁତି କରା ନ ଯାଇ ଅତ୍ୟନ୍ତ ତରବରିଆ ଭାବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଦ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଭାଙ୍ଗି ଦିଆଗଲା। ଏହାର ପରିଣାମ ଏବେ ଅଞ୍ଚଳବାସୀ ଭୋଗୁଛନ୍ତି। ଅନ୍ୟ କାର୍ଯ୍ୟାଳୟ କୋଠା ନିର୍ମାଣ ତ ଦୂରର କଥା ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ବହୁ ବର୍ଷରୁ ବଇଣ୍ଡାଠାରେ ଥିବା ପ୍ରାଣୀଧନ ଚିକିତ୍ସାଳୟର ନୂତନ ଗୃହ ଏଯାଏ ନିର୍ମାଣ କରାଗଲା ନାହିଁ। ଫଳରେ ନୁନୁକାପଶି, ଗାଁବଇଣ୍ଡା, ଜାମୁନାଳୀ, ଲୁହାମୁଣ୍ଡା ଆଦି ପଞ୍ଚାୟତର ଚାଷୀମାନେ ପାଳନ କରିଥିବା ୩ ହଜାର ୨୨ ଗାଈ, ୪ ହଜାର ୨୧୨ ଛେଳିଙ୍କ ଚିକିତ୍ସା ୪ ବର୍ଷ ହେଲା କରିପାରୁ ନାହାନ୍ତି। ବର୍ଷାଦିନେ ଫାଟୁଆ ରୋଗ ବ୍ୟାପୁଥିବାରୁ ଗୋରୁମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। କୌଣସି ଚାଷୀ ରୋଗାକ୍ରାନ୍ତ ଗୋରୁଙ୍କୁ ନେଇ ୭ କି.ମି. ଦୂର ହଣ୍ଡପା ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ଗଲେ ମଧ୍ୟ ସେଠାରେ ଡାକ୍ତର ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଇଣ୍ଡାଠାରେ ପ୍ରାଣୀଧନ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ପାଇଁ ୧୮ ଫେବୃୟାରୀ ୨୦୧୯, ୧୫ ସେପ୍ଟେମ୍ବର ୨୦୨୧ରେ ଜିଲାପାଳଙ୍କଠାରୁ ଆରମ୍ଭ କରି ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ପ୍ରାଣୀଧନଙ୍କ ଚିକିତ୍ସାସେବା ପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ବଇଣ୍ଡାବାସୀ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଖଣ୍ଡ ପ୍ରାଣୀଧନ ଚିକିତ୍ସା ଅଧିକାରୀ ନୀଳାଞ୍ଚଳ ସେନାପତି କହିଛନ୍ତି, ବଇଣ୍ଡାଠାରେ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ହେଲେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଏହା ନିର୍ମାଣ କରୁନାହିଁ l ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଥିବା ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇକଡାରେ ନିର୍ମାଣ ହେଲା ବାଉଁଶପୋଲ

ଜଳେଶ୍ୱର, ୩୦ା୧(ଡି.ଏନ.ଏ.) ଘରୁ ପଦାକୁ ଗୋଡ଼ କାଢ଼ିଲେ ପାରି ହେବାକୁ ପଡ଼େ ଏକ ଲମ୍ବା ନାଳ। ଦୈନନ୍ଦିନ ବିଲକାମ, ସ୍କୁଲ, ଅଙ୍ଗନୱାଡ଼ି, ବଜାରକୁ ଗଲେ ଏହି ନାଳ...

ବୁଲ୍‌ବୁଲ୍‌ ପ୍ରଭାବ: ଜଗତ୍‌ସିଂହପୁର ଜିଲାର ଧାନ,ପରିବା ଫସଲ ଅଧିକ କ୍ଷତିଗ୍ରସ୍ତ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ବାତ୍ୟା ବୁଲ୍‌ବୁଲ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବା ସହ ବ୍ୟାପକ ଧାନ ଓ ପନିପରିବା କ୍ଷତିଗ୍ରସ୍ତ ହୋଇଛି।...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୮।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ...

ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ...

ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର

ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ...

କ୍ଷତିପୂରଣ ଦାବିକଲେ ଜମି ମାଲିକ

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ିର ଲଦପାଙ୍ଗାର ଏକ ପଥର ଖୋଲରୁ ଡିଜେଲ ବାହାରିବା ଯୋଗୁ ନିକଟସ୍ଥ ଚାଷଜମିରେ ଫସଲ ନଷ୍ଟ ହୋଇଥିଲା। ଜମି ମାଲିକମାନେ ଫସଲ ନଷ୍ଟ ନେଇ ସ୍ଥାନୀୟ...

ଖେଣ୍ତରାରେ ଚାଲୁଛି ବେଆଇନ କୁକୁଡ଼ା ଲଢ଼େଇ

କେନ୍ଦୁଝର,୨୫ା୧୧(ସ୍ବ.ପ୍ର): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ଖେଣ୍ତରା ଗ୍ରାମର ଶାଳ ଜଙ୍ଗଲରେ ଦୀର୍ଘ ଦିନ ହେବ ବେଆଇନ କୁକୁଡ଼ା ଲଢ଼େଇ ହେଉଛି। ଫଳରେ ଅଞ୍ଚଳରେ ବିଭିନ୍ନ...

କନ୍ଦାଇଲାଣି କଳାବଜାର

ଖମାର, ୯।୫ – କରୋନା ମହାମାରୀ ଆତଙ୍କ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଖାଉଟିଙ୍କୁ କନ୍ଦାଇଲାଣି। ଗତ ସପ୍ତାହକ ଭିତରେ ରାଶନ, ପରିବା ସମେତ ସମସ୍ତ...

Advertisement
Archives

Model This Week