ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା ଲୋମଛିଦ୍ରକୁ ବନ୍ଦକରୁ ନ ଥିବ, ଏହା ମୁହଁକୁ ଭଲ ଲୁକ୍‌ ଦେବ…
ନିଜ ତ୍ୱଚା ଅନୁଯାୟୀ ମୁହଁରେ ଭଲ ପ୍ରାଇମର ବ୍ୟବହାର କରିପାରନ୍ତି। ଏହାପରେ ମେକ୍‌ଅପ୍‌ ମୁହଁରେ ଭଲଭାବେ ମିଶିଯିବ। ପୁଣି ଭଲ ଶେଡ୍‌ର କନ୍‌ସିଲର ଦ୍ୱାରା ଦାଗକୁ ଲୁଚାଇପାରିବେ।

ଏହାପରେ ମ୍ୟାଟ୍‌ ଫିନିସ୍‌ ଫାଉଣ୍ଡେଶନକୁ ସ୍ପଞ୍ଜ ସହାୟତାରେ ମୁହଁରେ ଲଗାନ୍ତୁ। ଏହି ଉପାୟ ତେଲିଆ ତ୍ୱଚା ଲାଗି ବେଶ୍‌ ଉପଯୋଗୀ ହୋଇଥାଏ। ଏହାପରେ ମେକ୍‌ଅପ୍‌ ସେଟ୍‌ କରିବାକୁ ହେଲେ କିଛି ଲୁଜ୍‌ ପାଉଡରର ପ୍ରୟୋଗ କରିପାରନ୍ତି।

ପୁଣି ନାଚୁରାଲ କଲର ଏବଂ ବ୍ଲଶର ଲଗାନ୍ତୁ। ଆଇବ୍ରୋକୁ ସେଟ୍‌ କରିବାକୁ ହେଲେ ଆଇବ୍ରୋ ପେନ୍‌ସିଲ୍‌ ବ୍ୟବହାର କରିପାରନ୍ତି। ଆଖି ଲାଗି ସବୁବେଳେ ବ୍ଲାକ୍‌ ପେନ୍‌ସିଲ୍‌ ହିଁ ଚୟନ କରନ୍ତୁ।

ଆଇଲ୍ୟାସ୍‌କୁ ଦିନସାରା ସେଟ୍‌ ରଖିବାକୁ ଚାହୁଁଥିଲେ ଓ୍ବାଟରପ୍ରୁଫ୍‌ ମସ୍କରା ଲଗାଇବାକୁ ଭୁଲନ୍ତୁ ନାହିଁ।
ଯଦି ଆପଣ ଚାହଁୁଥାନ୍ତି ସବୁ ପ୍ରଡକ୍ଟ ସେପରି ରହୁ ତେବେ ଏସ୍‌ପିଏଫ ଯୁକ୍ତ ଫାଉଣ୍ଡେଶନର ପ୍ରୟୋଗ କରନ୍ତୁ।

ଲିପ୍‌ଷ୍ଟିକ୍‌ ଅଧିକ ସମୟ ପର୍ଯ୍ୟନ୍ତ ଓଠରେ ରଖିବାକୁ ହେଲେ ପ୍ରଥମେ ହାଲ୍‌କା ଫାଉଣ୍ଡେଶନ କିମ୍ବା ପାଉଡର ଲଗାଇବା ପରେ ଲିପ୍‌ ପେନ୍‌ସିଲ ବା ଲିପ୍‌ଷ୍ଟିକ୍‌ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri