କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ

ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ସୁବିଧା ପଛରେ ଲୁଚି ରହିଥିବା ‘ସୁଧାର ଚକ୍ରବ୍ୟୁହ’କୁ ନ ବୁଝିଲେ ଆପଣ ବଡ଼ ଆର୍ଥିକ ସଙ୍କଟରେ ପଡ଼ିପାରନ୍ତି। କେବଳ ଗୋଟିଏ ଦିନର ବିଳମ୍ବ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ।

କେମିତି ହୁଏ ସୁଧର ଗଣନା?
ଅଧିକାଂଶ ବ୍ୟାଙ୍କ ୪୫ ରୁ ୫୦ ଦିନର ‘ଇଣ୍ଟ୍ରେଷ୍ଟ ଫ୍ରି ପିରିୟଡ୍’ ସୁବିଧା ଦେଇଥାନ୍ତି। କିନ୍ତୁ ମନେରଖନ୍ତୁ, ଯଦି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଲ୍ ପୈଠ ନକରନ୍ତି, ତେବେ ବ୍ୟାଙ୍କ ଏଭରେଜ୍ ଡେଲି ବାଲାନ୍ସ (ADB) ଆଧାରରେ ସୁଧ ଆଦାୟ କରେ।

ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଟଙ୍କା ଦେବାରେ ଗୋଟିଏ ଦିନ ବି ବିଳମ୍ବ କରନ୍ତି, ତେବେ ସୁଧ କେବଳ ସେହି ଗୋଟିଏ ଦିନ ପାଇଁ ଲାଗେନାହିଁ। ବରଂ ଆପଣ ଯେଉଁ ଦିନ ସାମଗ୍ରୀ କିଣିଥିଲେ, ସେହି ଦିନଠାରୁ ପେମେଣ୍ଟ କରିବା ଦିନ ପର୍ଯ୍ୟନ୍ତ ସମସ୍ତ ଦିନ ପାଇଁ ସୁଧ ଗଣନା କରାଯାଏ।

ଉଦାହରଣରୁ ବୁଝନ୍ତୁ:
ଧରନ୍ତୁ, ଆପଣ ଜାନୁଆରୀ ୧ ତାରିଖରେ ୧୦,୦୦୦ ଟଙ୍କାର ସପିଂ କଲେ। ଆପଣଙ୍କୁ ଫେବୃଆରୀ ୨୦ ସୁଦ୍ଧା ଟଙ୍କା ଦେବାର ଥିଲା। ଯଦି ଆପଣ ଫେବୃଆରୀ ୨୧ରେ ଟଙ୍କା ଦେଉଛନ୍ତି, ତେବେ ଆପଣଙ୍କୁ ପୁରା ୫୧ ଦିନର ସୁଧ ଦେବାକୁ ପଡ଼ିବ। ୩.୫% ମାସିକ ସୁଧ ହାର ହିସାବରେ ଏହି ରାଶି ପ୍ରାୟ ୫୮୬ ଟଙ୍କା ହେବ। ଏହା ସହିତ ୧୮% ଜିଏସଟି (GST) ଅଲଗା ଭାବେ ଦେବାକୁ ପଡ଼ିବ।

ଅନେକ ଉପଭୋକ୍ତା ଭାବନ୍ତି କେବଳ ମିନିମମ୍ ଡ୍ୟୁ ପୈଠ କରିଦେଲେ ସେମାନେ ସୁଧରୁ ବଞ୍ଚିଯିବେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ମିନିମମ୍ ଡ୍ୟୁ ଦେବା ଦ୍ୱାରା କେବଳ ଆପଣଙ୍କ କାର୍ଡ ବ୍ଲକ୍ ହୁଏନାହିଁ ଏବଂ ଲେଟ୍ ଫି’ ଲାଗେ ନାହିଁ। କିନ୍ତୁ ବକେୟା ଥିବା ବାକି ରାଶି ଉପରେ ବ୍ୟାଙ୍କ ପ୍ରବଳ ସୁଧ ଆଦାୟ ଜାରି ରଖେ। ଫଳରେ ଆପଣଙ୍କ ଋଣ କମିବା ପରିବର୍ତ୍ତେ ମାସକୁ ମାସ ବଢ଼ିଚାଲେ।

ସାବଧାନ ରହିବା ଜରୁରୀ:
ଅଧିକ ସୁଧ: ମାସିକ ୩.୫% ସୁଧ ବାର୍ଷିକ ପ୍ରାୟ ୫୧% ପର୍ଯ୍ୟନ୍ତ ଯାଇପାରେ।

ସିବିଲ୍ ସ୍କୋର: କେବଳ ମିନିମମ୍ ଡ୍ୟୁ ପୈଠ କଲେ ବ୍ୟାଙ୍କ ନଜରରେ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ବୋଲି ପ୍ରମାଣିତ ହୁଏ, ଯାହା ଆପଣଙ୍କ ସିବିଲ୍ (CIBIL) ସ୍କୋର ଖରାପ କରିଥାଏ।

ଜିଏସଟି ଓ ପେନାଲ୍ଟି: ସୁଧ ଉପରେ ୧୮% ଜିଏସଟି ଲାଗୁଥିବାରୁ ବୋଝ ଆହୁରି ବଢ଼ିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri