ପିଲାଏ ପଢ଼ିବେ କେମିତି

ଦ୍ୱିତୀ ଚନ୍ଦ୍ର ସାହୁ

 

ଟିଭି ପର୍ଦ୍ଦାରେ ଦେଖାଗଲା ବ୍ରେକିଂ ନ୍ୟୁଜ୍‌, ଲେଖାଥିଲା ରାଜ୍ୟରେ ନୂଆବର୍ଷରେ ଖୋଲିବ ବିଦ୍ୟାଳୟ। ଘରେ ଥିବା ପିଲାମାନେ ମୁହଁ ଶୁଖେଇଦେଲେ ତୁରନ୍ତ। ନିରସ କରିଦେଲା ଏମିତି ଖବର। ଦୀପାବଳି ପରେ ବିଦ୍ୟାଳୟ ଖୋଲିବ ବୋଲି ସେମାନେ ଗୋଟେ ଆଶା ବାନ୍ଧିଥିଲେ। ସାଙ୍ଗସାଥୀଙ୍କ ମଧ୍ୟରେ ବି ଏକପ୍ରକାର ଆଲୋଚନା ଚାଲିଥିଲା ବିଦ୍ୟାଳୟ ଖୋଲିବା ନେଇ। ଦୀର୍ଘଦିନ ଧରି ବିଦ୍ୟାଳୟରେ ତାଲା ଝୁଲିବା ପରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୋଟେ ଉଦ୍‌ବେଳନ କେବେ ଖୋଲିବ ବିଦ୍ୟାଳୟ ? ଅବଶ୍ୟ ଅନେକ ଅଭିଭାବକ ନିଜ ପିଲାଙ୍କୁ ଏବେ ବି ବିଦ୍ୟାଳୟ ଛାଡ଼ିବାକୁ ଉଚିତ ମଣୁନାହାନ୍ତିି । ସେମିତି ଚିନ୍ତା କରିବା ବି ସ୍ବାଭାବିକ କଥା। କିଛି ରାଜ୍ୟ ଦୁଃସାହସିକ ଭାବେ ବିଦ୍ୟାଳୟ ଖୋଲିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାକୁ ଆଖି ଆଗରେ ରଖି ଆମ ରାଜ୍ୟ ସରକାର ଛୁଟି ପରିବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଲେ। ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଠିକ୍‌ ବୋଲି ଶିକ୍ଷାବିତ୍‌ମାନେ ସ୍ବୀକାର କରିଛନ୍ତି । ସମୟର ଆହ୍ବାନ ଦୃଷ୍ଟିରୁ ଏହା ନିଶ୍ଚିତ ଠିକ୍‌ । କିନ୍ତୁ ଆବେଗିକ ଦୃଷ୍ଟିକୋଣରୁ ପିଲା ଓ ଶିକ୍ଷକ ଭିତରେ ଏକପ୍ରକାର ନୈରାଶ୍ୟ ଆଣିଦେଲା। ଅଦ୍ୟାବଧି ତିରିଶ ପ୍ରତିଶତ ପାଠ୍ୟକ୍ରମକୁ ଶିକ୍ଷା ବିଭାଗ କାଟ୍‌ କରିଦେଇ ନୂଆ ପାଠ୍ୟଖସଡ଼ା ପ୍ରସ୍ତୁତ କରିଥିଲେ ା କିନ୍ତୁ ନୂଆବର୍ଷକୁ ବିଦ୍ୟାଳୟ ଖୋଲିଲା ବେଳକୁ ଚଳିତ ଶିକ୍ଷାବର୍ଷର ସମୟ ବହୁତ ଅତିକ୍ରାନ୍ତ ହୋଇସାରିଥିବ। ଏଇକ୍ରମରେ ପାଖାପାଖି ଏକ ବର୍ଷ ପିଲାମାନେ ବିଦ୍ୟାଳୟ ମୁହଁ ଦେଖିପାରିଲେନି ା ଆଗକୁ ପୁଣି କେବେ ଖୋଲିବ ତାହା ବି ଅନିଶ୍ଚିତ। ଏମିତି ସମୟରେ ପିଲାମାନେ ପାଠ ପଢ଼ିବେ କେମିତି ! ଏହା ଏବେ ବଡ଼ ପ୍ରଶ୍ନ ସମସ୍ତଙ୍କ ପାଇଁ ା ବିଶେଷକରି ରାଜ୍ୟ ସରକାରଙ୍କ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉନ୍ନୟନ ଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ସମୂହରେ ଅଧ୍ୟୟନରତ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ପାଠପଢ଼ା ବଡ଼ ସମସ୍ୟା ା ଯଦିଓ ପ୍ରତ୍ୟକ୍ଷ ଶିକ୍ଷାଦାନର ବିକଳ୍ପ କିଛି ହୋଇ ନ ପାରେ ! ତଥାପି ଘରୋଇ ବିଦ୍ୟାଳୟ ଓ ସିବିଏସଇ ବୋର୍ଡ ଅନୁବନ୍ଧିତ ସରକାରୀ ବିଦ୍ୟାଳୟ ଲାଗି ପିଲାଙ୍କ ପାଠପଢ଼ା ଆଉ ବିଶେଷ ସମସ୍ୟା ହୋଇ ରହିନାହିଁ ା ଲକ୍‌ଡାଉନର କିଛି ମାସ ପରେ ସେମାନେ ଅନଲାଇନ ଜରିଆରେ ପାଠପଢ଼ା ଆରମ୍ଭ କରିଦେଇଥିଲେ। ବିଶେଷକରି ଶତପ୍ରତିଶତ ପିଲା ଅନଲାଇନ ଶିକ୍ଷାଦାନରେ କିପରି ଭାଗ ନେଇପାରିବେ ସେ ଦିଗରେ ସେମାନେ ବହୁତ ଭଲ କାର୍ଯ୍ୟ ମଧ୍ୟ କରିଛନ୍ତ। ବିଭିନ୍ନ ସମୟରେ ବ୍ୟକ୍ତିଗତ ଭାବେ ସିଧାସଳଖ ପିଲାଙ୍କ ସହ ଆଲୋଚନା କରି ଅନଲାଇନ ଶ୍ରେଣୀରେ ହେଉଥିବା ସମସ୍ୟାର ସମାଧାନ ଦିଗରେ ବି ଉଦ୍ୟମ କରିଛନ୍ତି ା ଏପରିକି ବିକଳ୍ପ ମାଧ୍ୟମରେ ପ୍ରାରମ୍ଭିକ ଓ ମଧ୍ୟବର୍ତ୍ତୀ ଆକଳନ ପରୀକ୍ଷା କରିବା ସହ ଫଳାଫଳ ବି ଘୋଷଣା କରିଛନ୍ତି ା
ଚଳିତ ଶିକ୍ଷା ବର୍ଷ ସେସବୁ ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ଏକପ୍ରକାର ଗତିଶୀଳତା ରହିଛି ା ଏବେ ପ୍ରଶ୍ନ ତଥାପି ଲଟକି ରହିଛି ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଏ କରିବେ କ’ଣ? ଅବଶିଷ୍ଟ ସତୁରି ପ୍ରତିଶତ ପାଠ୍ୟକ୍ରମ ମାତ୍ର ଦୁଇ ମାସରେ ଶେଷ ହେବା ଲାଗି ଯଥେଷ୍ଟ ନୁହଁ ା ମାର୍ଚ୍ଚ ମାସରେ ଯଦି ଶିକ୍ଷାବର୍ଷ ଶେଷହୁଏ ତେବେ ଚଳିତ ବର୍ଷର ପାଠ ପିଲାଏ କିଭଳି ପଢ଼ିପାରିବେ? ଏମିତି ଅନେକ ପ୍ରଶ୍ନ ତଥାପି ଅସମାହିତ ହୋଇ ରହିଛି। ଯଦିଓ ଅନଲାଇନ ପାଠ୍ୟକ୍ରମ ଚାଲିଛି ତାହା ବିଭିନ୍ନ କାରଣରୁ ଶତପ୍ରତିଶତ ସଫଳ ହୋଇପାରିନି। ଚଳିତ ବର୍ଷ ଜିରୋ ଶିକ୍ଷା ବର୍ଷ ଘୋଷଣା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଘୋଷଣା କରିବା ବି ଏତେ ସହଜ ନୁହଁ ା
ପରବର୍ତ୍ତୀ ଅନେକ ସମସ୍ୟା ଭିତରେ ଛନ୍ଦି ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଶିକ୍ଷାବର୍ଷକୁ ଘୁଞ୍ଚେଇ ଦେବା ଲାଗି ବହୁ ଶିକ୍ଷାବିତ ପରାମର୍ଶ ଦେଇଛନ୍ତି। ନୂଆ ବର୍ଷ ବେଳକୁ ଟିକା ଆସିଯାଇଥିଲେ ହୁଏତ ଟିକାପ୍ରଦାନପୂର୍ବକ ଶିକ୍ଷା ବର୍ଷକୁ ଜାନୁୟାରୀରୁ ଡିସେମ୍ବର କରାଯାଇପାରେ। କିନ୍ତୁ ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ଲାଗି ଆଶା ବାନ୍ଧିଥିବା ପିଲାମାନେ ଏଥିରେ କ୍ଷତି ସହିବେ। ସିବିଏସଇ ପିଲାମାନେ ସ୍ବାଭାବିକ ଭାବେ ସେସବୁ ପରୀକ୍ଷା ଦେବାକୁ ଯୋଗ୍ୟ ହୋଇପାରିବେ। ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ପିଲା ଏଥିରୁ ବଞ୍ଚତ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
କରୋନା ମୁକାବିଲା ଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଶିକ୍ଷା ନୀତି ଅନୁସରଣ କରିବା ଆବଶ୍ୟକ ା ଏତଦଭିନ୍ନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ କରୋନା କାଳ ପ୍ରାରମ୍ଭରୁ ଗ୍ରହଣ କରାଯାଇଥିବା ଇ-ସୁବିଦ୍ୟା ଯୋଜନା ଏକ ବିକଳ୍ପ ହୋଇପାରେ। ୟୁନିସେଫ ପକ୍ଷରୁ ମଧ୍ୟବର୍ତ୍ତୀ ଆକଳନକ୍ରମରେ ସ୍ଥଳବିଶେଷରେ ଅନେକାଂଶରେ ଏଇ ଯୋଜନା ଫଳପ୍ରଦ ହୋଇଥିବା ଜଣାପଡ଼ିଛି। ଇ-ସୁବିଦ୍ୟା ଭଳି ରାଜ୍ୟ ସରକାରଙ୍କ ଉଭୟ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମିଳିତ ନିଷ୍ପତ୍ତିକ୍ରମେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ା
ଶ୍ରେଣୀ ଭିତିରେ ଗ୍ରାମୀଣସ୍ତରରେ ଖୁବ୍‌ କମ୍‌ ପିଲାଙ୍କୁ ନେଇ କରୋନାର ସମସ୍ତ ନିୟମକୁ ଅନୁପାଳନପୂର୍ବକ ପ୍ରତ୍ୟହ କିଛି ସମୟ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଅପରପକ୍ଷେ ପିଲାଙ୍କ ନିକଟରେ ତୁରନ୍ତ ସ୍ବଶିକ୍ଷଣ ଆଧାରିତ କାର୍ଯ୍ୟଫର୍ଦ୍ଦ ସମ୍ବଳିତ ବିଷୟଗତ ପୁସ୍ତିକାମାନ ପହଞ୍ଚାଇବାର ବ୍ୟବସ୍ଥା କରିବା ମଧ୍ୟ ଆବଶ୍ୟକ। ରେଡିଓ ଓ ଟେଲିଭିଜନର ସଫଳ ବିନିଯୋଗପୂର୍ବକ ନିରବଚ୍ଛିନ୍ନ ଶିକ୍ଷାଦାନ କରିବା ଦିଗରେ ବି ପ୍ରୟାସ ହେବା ଦରକାର। ସ୍ଥାନୀୟ ମୁଦ୍ରିତ ଗଣମାଧ୍ୟମ ଜରିଆରେ ବି ସ୍ବଶିକ୍ଷଣ ଆଧାରିତ କାର୍ଯ୍ୟଫର୍ଦ୍ଦ ପ୍ରକାଶନ ଦିଗରେ ସରକାରୀ ସ୍ତରରେ ଉଦ୍ୟମ ଗ୍ରାମୀଣ ପିଲାଙ୍କ ଶିକ୍ଷାଦାନ ଲାଗି ଏକ ସଫଳ ବିକଳ୍ପ ହୋଇପାରେ। ଶିକ୍ଷାବର୍ଷର ସମୟ ଶେଷ ହୋଇଆସୁଛି। ଚ୍ୟାଲେଞ୍ଜ ବଢ଼ି ବଢ଼ି ଯାଉଛି ା ତଥାପି ପିଲାଏ ପଢ଼ିବେ କେମିତି ଏକଥା ସରକାର, ଅଭିଭାବକ, ଶିକ୍ଷାବିତ୍‌, ଶିକ୍ଷକ ତଥା ଶିକ୍ଷାର୍ଥୀଙ୍କ ଭିତରେ ଘାରିହୋଇ ଚାଲିଛି। କାରଣ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ଲାଗି ସମୟ ହିଁ ମୂଲ୍ୟବାନ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?