ପିଲାଏ ପଢ଼ିବେ କେମିତି

ଦ୍ୱିତୀ ଚନ୍ଦ୍ର ସାହୁ

 

ଟିଭି ପର୍ଦ୍ଦାରେ ଦେଖାଗଲା ବ୍ରେକିଂ ନ୍ୟୁଜ୍‌, ଲେଖାଥିଲା ରାଜ୍ୟରେ ନୂଆବର୍ଷରେ ଖୋଲିବ ବିଦ୍ୟାଳୟ। ଘରେ ଥିବା ପିଲାମାନେ ମୁହଁ ଶୁଖେଇଦେଲେ ତୁରନ୍ତ। ନିରସ କରିଦେଲା ଏମିତି ଖବର। ଦୀପାବଳି ପରେ ବିଦ୍ୟାଳୟ ଖୋଲିବ ବୋଲି ସେମାନେ ଗୋଟେ ଆଶା ବାନ୍ଧିଥିଲେ। ସାଙ୍ଗସାଥୀଙ୍କ ମଧ୍ୟରେ ବି ଏକପ୍ରକାର ଆଲୋଚନା ଚାଲିଥିଲା ବିଦ୍ୟାଳୟ ଖୋଲିବା ନେଇ। ଦୀର୍ଘଦିନ ଧରି ବିଦ୍ୟାଳୟରେ ତାଲା ଝୁଲିବା ପରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୋଟେ ଉଦ୍‌ବେଳନ କେବେ ଖୋଲିବ ବିଦ୍ୟାଳୟ ? ଅବଶ୍ୟ ଅନେକ ଅଭିଭାବକ ନିଜ ପିଲାଙ୍କୁ ଏବେ ବି ବିଦ୍ୟାଳୟ ଛାଡ଼ିବାକୁ ଉଚିତ ମଣୁନାହାନ୍ତିି । ସେମିତି ଚିନ୍ତା କରିବା ବି ସ୍ବାଭାବିକ କଥା। କିଛି ରାଜ୍ୟ ଦୁଃସାହସିକ ଭାବେ ବିଦ୍ୟାଳୟ ଖୋଲିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାକୁ ଆଖି ଆଗରେ ରଖି ଆମ ରାଜ୍ୟ ସରକାର ଛୁଟି ପରିବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଲେ। ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଠିକ୍‌ ବୋଲି ଶିକ୍ଷାବିତ୍‌ମାନେ ସ୍ବୀକାର କରିଛନ୍ତି । ସମୟର ଆହ୍ବାନ ଦୃଷ୍ଟିରୁ ଏହା ନିଶ୍ଚିତ ଠିକ୍‌ । କିନ୍ତୁ ଆବେଗିକ ଦୃଷ୍ଟିକୋଣରୁ ପିଲା ଓ ଶିକ୍ଷକ ଭିତରେ ଏକପ୍ରକାର ନୈରାଶ୍ୟ ଆଣିଦେଲା। ଅଦ୍ୟାବଧି ତିରିଶ ପ୍ରତିଶତ ପାଠ୍ୟକ୍ରମକୁ ଶିକ୍ଷା ବିଭାଗ କାଟ୍‌ କରିଦେଇ ନୂଆ ପାଠ୍ୟଖସଡ଼ା ପ୍ରସ୍ତୁତ କରିଥିଲେ ା କିନ୍ତୁ ନୂଆବର୍ଷକୁ ବିଦ୍ୟାଳୟ ଖୋଲିଲା ବେଳକୁ ଚଳିତ ଶିକ୍ଷାବର୍ଷର ସମୟ ବହୁତ ଅତିକ୍ରାନ୍ତ ହୋଇସାରିଥିବ। ଏଇକ୍ରମରେ ପାଖାପାଖି ଏକ ବର୍ଷ ପିଲାମାନେ ବିଦ୍ୟାଳୟ ମୁହଁ ଦେଖିପାରିଲେନି ା ଆଗକୁ ପୁଣି କେବେ ଖୋଲିବ ତାହା ବି ଅନିଶ୍ଚିତ। ଏମିତି ସମୟରେ ପିଲାମାନେ ପାଠ ପଢ଼ିବେ କେମିତି ! ଏହା ଏବେ ବଡ଼ ପ୍ରଶ୍ନ ସମସ୍ତଙ୍କ ପାଇଁ ା ବିଶେଷକରି ରାଜ୍ୟ ସରକାରଙ୍କ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉନ୍ନୟନ ଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ସମୂହରେ ଅଧ୍ୟୟନରତ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ପାଠପଢ଼ା ବଡ଼ ସମସ୍ୟା ା ଯଦିଓ ପ୍ରତ୍ୟକ୍ଷ ଶିକ୍ଷାଦାନର ବିକଳ୍ପ କିଛି ହୋଇ ନ ପାରେ ! ତଥାପି ଘରୋଇ ବିଦ୍ୟାଳୟ ଓ ସିବିଏସଇ ବୋର୍ଡ ଅନୁବନ୍ଧିତ ସରକାରୀ ବିଦ୍ୟାଳୟ ଲାଗି ପିଲାଙ୍କ ପାଠପଢ଼ା ଆଉ ବିଶେଷ ସମସ୍ୟା ହୋଇ ରହିନାହିଁ ା ଲକ୍‌ଡାଉନର କିଛି ମାସ ପରେ ସେମାନେ ଅନଲାଇନ ଜରିଆରେ ପାଠପଢ଼ା ଆରମ୍ଭ କରିଦେଇଥିଲେ। ବିଶେଷକରି ଶତପ୍ରତିଶତ ପିଲା ଅନଲାଇନ ଶିକ୍ଷାଦାନରେ କିପରି ଭାଗ ନେଇପାରିବେ ସେ ଦିଗରେ ସେମାନେ ବହୁତ ଭଲ କାର୍ଯ୍ୟ ମଧ୍ୟ କରିଛନ୍ତ। ବିଭିନ୍ନ ସମୟରେ ବ୍ୟକ୍ତିଗତ ଭାବେ ସିଧାସଳଖ ପିଲାଙ୍କ ସହ ଆଲୋଚନା କରି ଅନଲାଇନ ଶ୍ରେଣୀରେ ହେଉଥିବା ସମସ୍ୟାର ସମାଧାନ ଦିଗରେ ବି ଉଦ୍ୟମ କରିଛନ୍ତି ା ଏପରିକି ବିକଳ୍ପ ମାଧ୍ୟମରେ ପ୍ରାରମ୍ଭିକ ଓ ମଧ୍ୟବର୍ତ୍ତୀ ଆକଳନ ପରୀକ୍ଷା କରିବା ସହ ଫଳାଫଳ ବି ଘୋଷଣା କରିଛନ୍ତି ା
ଚଳିତ ଶିକ୍ଷା ବର୍ଷ ସେସବୁ ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ଏକପ୍ରକାର ଗତିଶୀଳତା ରହିଛି ା ଏବେ ପ୍ରଶ୍ନ ତଥାପି ଲଟକି ରହିଛି ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଏ କରିବେ କ’ଣ? ଅବଶିଷ୍ଟ ସତୁରି ପ୍ରତିଶତ ପାଠ୍ୟକ୍ରମ ମାତ୍ର ଦୁଇ ମାସରେ ଶେଷ ହେବା ଲାଗି ଯଥେଷ୍ଟ ନୁହଁ ା ମାର୍ଚ୍ଚ ମାସରେ ଯଦି ଶିକ୍ଷାବର୍ଷ ଶେଷହୁଏ ତେବେ ଚଳିତ ବର୍ଷର ପାଠ ପିଲାଏ କିଭଳି ପଢ଼ିପାରିବେ? ଏମିତି ଅନେକ ପ୍ରଶ୍ନ ତଥାପି ଅସମାହିତ ହୋଇ ରହିଛି। ଯଦିଓ ଅନଲାଇନ ପାଠ୍ୟକ୍ରମ ଚାଲିଛି ତାହା ବିଭିନ୍ନ କାରଣରୁ ଶତପ୍ରତିଶତ ସଫଳ ହୋଇପାରିନି। ଚଳିତ ବର୍ଷ ଜିରୋ ଶିକ୍ଷା ବର୍ଷ ଘୋଷଣା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଘୋଷଣା କରିବା ବି ଏତେ ସହଜ ନୁହଁ ା
ପରବର୍ତ୍ତୀ ଅନେକ ସମସ୍ୟା ଭିତରେ ଛନ୍ଦି ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଶିକ୍ଷାବର୍ଷକୁ ଘୁଞ୍ଚେଇ ଦେବା ଲାଗି ବହୁ ଶିକ୍ଷାବିତ ପରାମର୍ଶ ଦେଇଛନ୍ତି। ନୂଆ ବର୍ଷ ବେଳକୁ ଟିକା ଆସିଯାଇଥିଲେ ହୁଏତ ଟିକାପ୍ରଦାନପୂର୍ବକ ଶିକ୍ଷା ବର୍ଷକୁ ଜାନୁୟାରୀରୁ ଡିସେମ୍ବର କରାଯାଇପାରେ। କିନ୍ତୁ ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ଲାଗି ଆଶା ବାନ୍ଧିଥିବା ପିଲାମାନେ ଏଥିରେ କ୍ଷତି ସହିବେ। ସିବିଏସଇ ପିଲାମାନେ ସ୍ବାଭାବିକ ଭାବେ ସେସବୁ ପରୀକ୍ଷା ଦେବାକୁ ଯୋଗ୍ୟ ହୋଇପାରିବେ। ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ପିଲା ଏଥିରୁ ବଞ୍ଚତ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
କରୋନା ମୁକାବିଲା ଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଶିକ୍ଷା ନୀତି ଅନୁସରଣ କରିବା ଆବଶ୍ୟକ ା ଏତଦଭିନ୍ନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ କରୋନା କାଳ ପ୍ରାରମ୍ଭରୁ ଗ୍ରହଣ କରାଯାଇଥିବା ଇ-ସୁବିଦ୍ୟା ଯୋଜନା ଏକ ବିକଳ୍ପ ହୋଇପାରେ। ୟୁନିସେଫ ପକ୍ଷରୁ ମଧ୍ୟବର୍ତ୍ତୀ ଆକଳନକ୍ରମରେ ସ୍ଥଳବିଶେଷରେ ଅନେକାଂଶରେ ଏଇ ଯୋଜନା ଫଳପ୍ରଦ ହୋଇଥିବା ଜଣାପଡ଼ିଛି। ଇ-ସୁବିଦ୍ୟା ଭଳି ରାଜ୍ୟ ସରକାରଙ୍କ ଉଭୟ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମିଳିତ ନିଷ୍ପତ୍ତିକ୍ରମେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ା
ଶ୍ରେଣୀ ଭିତିରେ ଗ୍ରାମୀଣସ୍ତରରେ ଖୁବ୍‌ କମ୍‌ ପିଲାଙ୍କୁ ନେଇ କରୋନାର ସମସ୍ତ ନିୟମକୁ ଅନୁପାଳନପୂର୍ବକ ପ୍ରତ୍ୟହ କିଛି ସମୟ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଅପରପକ୍ଷେ ପିଲାଙ୍କ ନିକଟରେ ତୁରନ୍ତ ସ୍ବଶିକ୍ଷଣ ଆଧାରିତ କାର୍ଯ୍ୟଫର୍ଦ୍ଦ ସମ୍ବଳିତ ବିଷୟଗତ ପୁସ୍ତିକାମାନ ପହଞ୍ଚାଇବାର ବ୍ୟବସ୍ଥା କରିବା ମଧ୍ୟ ଆବଶ୍ୟକ। ରେଡିଓ ଓ ଟେଲିଭିଜନର ସଫଳ ବିନିଯୋଗପୂର୍ବକ ନିରବଚ୍ଛିନ୍ନ ଶିକ୍ଷାଦାନ କରିବା ଦିଗରେ ବି ପ୍ରୟାସ ହେବା ଦରକାର। ସ୍ଥାନୀୟ ମୁଦ୍ରିତ ଗଣମାଧ୍ୟମ ଜରିଆରେ ବି ସ୍ବଶିକ୍ଷଣ ଆଧାରିତ କାର୍ଯ୍ୟଫର୍ଦ୍ଦ ପ୍ରକାଶନ ଦିଗରେ ସରକାରୀ ସ୍ତରରେ ଉଦ୍ୟମ ଗ୍ରାମୀଣ ପିଲାଙ୍କ ଶିକ୍ଷାଦାନ ଲାଗି ଏକ ସଫଳ ବିକଳ୍ପ ହୋଇପାରେ। ଶିକ୍ଷାବର୍ଷର ସମୟ ଶେଷ ହୋଇଆସୁଛି। ଚ୍ୟାଲେଞ୍ଜ ବଢ଼ି ବଢ଼ି ଯାଉଛି ା ତଥାପି ପିଲାଏ ପଢ଼ିବେ କେମିତି ଏକଥା ସରକାର, ଅଭିଭାବକ, ଶିକ୍ଷାବିତ୍‌, ଶିକ୍ଷକ ତଥା ଶିକ୍ଷାର୍ଥୀଙ୍କ ଭିତରେ ଘାରିହୋଇ ଚାଲିଛି। କାରଣ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ଲାଗି ସମୟ ହିଁ ମୂଲ୍ୟବାନ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri