ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା ବିବାଦରେ ପଡ଼ିଛନ୍ତିି। ସେମାନଙ୍କ ଦ୍ୱାରା ଅନ୍ୟ ମନ୍ଦିରକୁ ଶ୍ରୀମନ୍ଦିର ପରିଚୟ ଦିଆଯିବାକୁ ବିରୋଧ କରି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ମଙ୍ଗଳବାର ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଓ ସଂସ୍କୃତି ବିରୋଧରେ ଅନ୍ତର୍ଜାତୀୟସ୍ତରରେ ଷଡ଼ଯନ୍ତ୍ର କରାଯାଉଛି। ବିଭିନ୍ନ ସମୟରେ ଅନ୍ୟ ମନ୍ଦିରକୁ ଶ୍ରୀମନ୍ଦିରର ପରିଚୟ ଦିଆଯାଉଛି। ୨୦୧୮ରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଆଇଆର୍‌ସିଟିସି ପକ୍ଷରୁ ଲଗାଯାଇଥିବା ଭାରତ ଦର୍ଶନ ପୋଷ୍ଟରରେ ହାଇଦ୍ରାବାଦର ଏକ ଜଗନ୍ନାଥ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ଭାବେ ଦର୍ଶାଯାଇଥିଲା। ଏହି ତ୍ରୁଟି ସମ୍ପର୍କରେ ସେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରେଲୱେକୁ ଜଣାଇଥିଲେ। ସେମାନେ ବିବାଦୀୟ ପୋଷ୍ଟରକୁ ସାରା ଭାରତରୁ ହଟାଇବାକୁ କହିଥିଲେ, ଯାହା ବର୍ତ୍ତମାନ ତଦନ୍ତ ସାପେକ୍ଷ। ଏବେ ପୁଣି ୨ଟି ୱେବ୍‌ ନ୍ୟୁଜ୍‌ ସଂସ୍ଥା ଅନ୍ୟ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶାଇଛି। ଏ ନେଇ ସେ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ଏବଂ ପରିଚାଳନା କମିଟି ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀମନ୍ଦିର ବିରୋଧରେ ଏପରି ଅପପ୍ରଚାର ଚଳାଇଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁଣ୍ଟିଆ ଦାବି କରିଛନ୍ତି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ସେ ଅନଶନରେ ବସିବେ ବୋଲି ଖୁଣ୍ଟିଆ କହିଛନ୍ତି।
ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ପରିଚାଳନା କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯାଇଛି। ଶ୍ରୀଜଗନ୍ନାଥ ପ୍ରଚାର ପ୍ରସାର ସମିତିକୁ ଅଧିକ କ୍ରିୟାଶୀଳ ହେବାକୁ ହେବ। ବିଶେଷକରି ସୋସିଆଲ ମିଡିଆରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ତଥ୍ୟ ଏବଂ ଫଟୋ ଛଡ଼ାଯିବ। ଫଳରେ ଶ୍ରୀମନ୍ଦିର ବିଷୟରେ ଦେଶ ବିଦେଶର ଲୋକେ ଜାଣିପାରିବେ। ଆସନ୍ତା ଜାନୁୟାରୀ ଆରମ୍ଭରୁ ସୋସିଆଲ ମିଡିଆ କ୍ୟାମ୍ପେନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

ବାଜା ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ, ପ୍ରଶଂସାରେ ପୋତି ପକାଇଲେ…

କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri