ମଙ୍ଗଳା କୋଠି ଭାଙ୍ଗିବା ଦାବିରେ ରାସ୍ତାରୋକୋ

ମାଧପୁର, (ମନୋଜ ପ୍ରଧାନ)/ ବଇଣ୍ଡା, ୯।୮ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନାବାଳକ ସଞ୍ଜୀବ ବିଶ୍ୱାଳଙ୍କୁ ବଳି ଦିଆଯାଇଥିବା ଅଭିଯୋଗର ତଦନ୍ତରେ ପୋଲିସ ଅବହେଳା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରି କି ଟୁସର ଗ୍ରାମରେ ଥିବା ବିବାଦୀୟ ମଙ୍ଗଳା କୋଠିକୁ ଏଯାଏ ପ୍ରଶାସନ ଭାଙ୍ଗି ନ ଥିବାରୁ ଏହାର ପ୍ରତିବାଦ କରି ମଙ୍ଗଳବାର ଅଞ୍ଚଳବାସୀ ମଙ୍ଗଳା କୋଠି ନିକଟରେ ଅପରାହ୍ନ ୩ଟା ୩୦ରେ ରାସ୍ତାରୋକୋ କରିଥିଲେ। ଏହି ସମୟରେ କେତେଜଣ ମହିଳା ମଙ୍ଗଳା କୋଠିକୁ ଭାଙ୍ଗିବାକୁ ଉଦ୍ୟମ କରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ତେବେ ପ୍ରଶାସନିକ ଅଧିକାରୀ ଓ ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ସହ ବୁଧବାର ଏ ନେଇ ଗ୍ରାମରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ନାବାଳକ ସଞ୍ଜୀବଙ୍କୁ ବଳି ଦିଆଯାଇଥିବା ସନ୍ଦେହ ବଢ଼ୁଥିବା ବେଳେ ପୋଲିସ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି। କେବଳ ମଙ୍ଗଳା କୋଠିର ମହିଳା ପୂଜକ ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅଙ୍କୁ ଗିରଫ କରିବା ବ୍ୟତୀତ ପୋଲିସ ଅଧିକ କିଛି ସଫଳତା ପାଇନାହିଁ। ମୃତଦେହ ମିଳିବାର ୧୧ ଦିନ ପରେ ମଧ୍ୟ ପୋଲିସ ଘଟଣାର ରହସ୍ୟ ଉପରୁ ପରଦା ଉଠାଇପାରି ନାହିଁ। ବରଂ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବା ଭୟ ଦେଖାଉଛି। ଏହି ଘଟଣାରେ ଅନ୍ୟ କେତେଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରୁନାହିଁ। ସେମାନେ ଖୋଲାଖୋଲି ଭାବେ ବାହାରେ ବୁଲିବା ସହ ମୃତ ସଞ୍ଜୀବଙ୍କ ପରିବାରକୁ ଧମକ ଦେଉଛନ୍ତି। ବିବାଦୀୟ ମଙ୍ଗଳା କୋଠିକୁ ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ଗତ ୩୦ ତାରିଖରେ ଉପଖଣ୍ଡ ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ପ୍ରଶାସନ ଖୁବ୍‌ଶୀଘ୍ର ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏଯାଏ କୋଠିକୁ ଭଙ୍ଗାଯାଉ ନାହିଁ। ବେସରକାରୀ ଜମିରେ ଉକ୍ତ କୋଠି ନିର୍ମାଣ ହୋଇଥିବା ଆଠମଲ୍ଲିକ ତହସିଲ ପ୍ରଶାସନ ଦର୍ଶାଇଥିଲେ ବି କୋଠି ଭାଙ୍ଗିବା ପାଇଁ ପ୍ରଶାସନ ମନ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ମଙ୍ଗଳା କୋଠିକୁ ଭାଙ୍ଗିବାକୁ ଦାବି କରି ସ୍ଥାନୀୟ ଅଞ୍ଚଳବାସୀ ଓ ମହିଳା ଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ଖବରପାଇ ଆଠମଲ୍ଲିକ ଉପ ଜିଲାପାଳ ଜିତେନ୍ଦ୍ର ପାତ୍ର, ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ, ଅତିରିକ୍ତ ତହସିଲଦାର ପ୍ରଭାତ ବିଶାଳ, ଅତିରିକ୍ତ ଏସ୍‌ପି ଏସ୍‌.ଏନ୍‌. ରାୟଗୁରୁ, ଆଠମଲ୍ଲିକ ଏସ୍‌ଡିପିଓ ବାଳକୃଷ୍ଣ କଅଁର ଓ କିଆକଟା ପୋଲିସ ପହଞ୍ଚି ବୁଝାଶୁଝା କରିଥିଲେ। ବୁଧବାର ଗ୍ରାମରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯିବା ପରେ ସନ୍ଧ୍ୟା ୭ଟା ୩୦ରେ ରାସ୍ତାରୋକୋ ହଟିଥିଲା। ଏ ସମ୍ପର୍କରେ ଆଠମଲ୍ଲିକ ଏସ୍‌ଡିପିଓ କଅଁର କହିିଛନ୍ତି, ପୋଲିସ ଠିକ୍‌ ଭାବେ ମାମଲାର ତଦନ୍ତ କରୁଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରାଯିବ। ଗାଡ଼ି ପୋଡ଼ି ମାମଲାରେ ଅଞ୍ଚଳବାସୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ମଙ୍ଗଳା କୋଠିକୁ ନେଇ ପ୍ରଶାସନ ତଦନ୍ତ କରୁଛି। ଆଠମଳ୍ଲିକ ତହସିଲଦାର ଦେହୁରୀ କହିଛନ୍ତି, ମଙ୍ଗଳା କୋଠି ବର୍ତ୍ତମାନ ଭାଙ୍ଗିଦେଲେ ତଦନ୍ତ ବାଧାପ୍ରାପ୍ତ ହେବ। ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୁଧବାର ଗ୍ରାମବାସୀଙ୍କ ସହ ବୈଠକ ପରେ ପଦକ୍ଷେପ ନିଆଯିବ। ଅତରିକ୍ତ ତହସିଲଦାର ବିଶ୍ୱାଳ କହିଛନ୍ତି, ସାଧାରଣ ଲୋକଙ୍କ ସହ ବୈଠକ କରାଯାଇ ନିର୍ଯାସ ବାହାର କରାଯିବ। ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ମଙ୍ଗଳା କୋଠି ଭାଙ୍ଗିବା ଦାୟିତ୍ୱ ରାଜସ୍ବ ବିଭାଗର। ତେଣୁ ତଦନ୍ତ ଅନୁଯାୟୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri