କଙ୍ଗୋରେ ପ୍ରବଳ ବର୍ଷା, ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କିନଶାସା,୧୫।୪: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DRC)ର ଅନେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଦେଶର ରାଜଧାନୀ କିନଶାସା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ସଦ୍ୟତମ ସୂଚନା ଅନୁଯାୟୀ, କିନଶାସାର ୧୧ଟି ସ୍ବାସ୍ଥ୍ୟ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ସେଠାକାର ୫,୦୦୦ରୁ ଅଧିକ ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଇଛି। ଏପର୍ଯ୍ୟନ୍ତ ଅତି କମରେ ୭୨ଜଣ ପ୍ରାଣ ହରାଇଛନ୍ତି ଏବଂ ୧୭୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ବହୁ କ୍ଷତି ହୋଇଥିବା ଜଣାପଡିଛି।
ଦେଶର ପୂର୍ବରେ ଥିବା ଟାଙ୍ଗାନିକା ଏବଂ ଦକ୍ଷିଣ କିଭୁ ପ୍ରଦେଶ ମଧ୍ୟ ପ୍ରବଳ କ୍ଷତି ସହିଛି। ସେଠାକାର ସ୍ଥାନୀୟ ସରକାର ଆବଶ୍ୟକୀୟ ସାହାଯ୍ୟର ପୂର୍ଣ୍ଣ ମୂଲ୍ୟାଙ୍କନ କରିବାରେ ବ୍ୟସ୍ତ ଅଛନ୍ତି।
କିନସାସା ଷ୍ଟାଡିୟମରେ ଜରୁରୀକାଳୀନ ରିଲିଫ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି। ତଥାପି, ଦେଶର ସର୍ବବୃହତ କ୍ରୀଡା ଷ୍ଟାଡିୟମ, ଷ୍ଟେଡ ଡି ମାର୍ଟିୟର୍ସରେ ୪,୫୦୦ରୁ ଅଧିକ ଲୋକ ପହଞ୍ଚି ସାରିଛନ୍ତି। ତେଣୁ ସରକାର ଏବେ ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇବାକୁ ଯୋଜନା କରୁଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସ୍ବାସ୍ଥ୍ୟ ଏବଂ ରିଲିଫ କାର୍ଯ୍ୟ ମଧ୍ୟରେ ଉତ୍ତମ ସମନ୍ବୟ ବଜାୟ ରଖିବା ପାଇଁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ, ଯାହା ଦ୍ୱାରା ବାସହରାମାନେ ଶୀଘ୍ର ଏବଂ ସଠିକ ଭାବରେ ସାହାଯ୍ୟ ପାଇପାରିବେ।
ଆଗାମୀ ଦିନରେ ଆହୁରି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି, ଯାହା ୧୭ ନିୟୁତ ଲୋକଙ୍କ ଏହି ସହରରେ ଆହୁରି କ୍ଷୟକ୍ଷତିର ଆଶଙ୍କା ସୃଷ୍ଟି କରିଛି। ଦ୍ରୁତ ଏବଂ ଅଣଯୋଜନାବଦ୍ଧ ସହରୀକରଣ ଯୋଗୁଁ ସହରଟି ପୂର୍ବରୁ ସମସ୍ୟାର ସମ୍ମୁଖୀନ ହେଉଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି DRCରେ ବର୍ଷା ଋତୁ ସାଧାରଣତଃ ନଭେମ୍ବରରୁ ମେ ପର୍ଯ୍ୟନ୍ତ ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ

ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର…

ପାକିସ୍ତାନୀ ବୋଲରଙ୍କ ବୟସକୁ ନେଇ ବଡ଼ ପ୍ରଶ୍ନ, ବୟସ ଲୁଚାଇ ଖେଳୁଛନ୍ତି ଅଣ୍ଡର-୧୯ ଟୁର୍ନାମେଣ୍ଟ! ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୯।୧୧: ପାକିସ୍ତାନର ଯୁବ ଦ୍ରୁତ ବୋଲର ଅଲି ରଜା ଏବେ ଚର୍ଚ୍ଚାରେ ଅଛନ୍ତି। ରବିବାର ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ସେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?