କ୍ଷଣସ୍ଥାୟୀ ଖୁସି

ତିନିଦିନି ଧରି ଲଗାତର ଶେୟାର ବଜାର ଊର୍ଦ୍ଧ୍ୱଗାମୀ ହେବା ପରେ ବୁଧବାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ସରକାର ଓ ଶିଳ୍ପଜଗତ ଏଭଳି କିଛି ଗଠନମୂଳନ ପରିବର୍ତ୍ତନ କରିନାହାନ୍ତିି ଯେଉଁଥିପାଇଁ ଏହି ବୃଦ୍ଧିକୁ ଆମେ ଯୁକ୍ତିଯୁକ୍ତ ବୋଲି କହିପାରିବା। ବଜାରରେ ଉତ୍ସାହ ଆଣିବା ଲାଗି ସରକାର ଆଖିତ୍ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ଘୋଷଣା କରାଯିବା ପରେ ବିଶ୍ୱ ବଜାର ଆଗକୁ ବଢିଛି। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଇଡେନ ବିଜୟୀ ହୋଇଛନ୍ତି, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଯାବତ ଏହାକୁ ସ୍ବୀକାର କରିନାହାନ୍ତି। ତେବେ ଗତ ସପ୍ତାହରେ ବାଇଡେନଙ୍କ ବିଜୟ ଯୋଗୁ ଭାରତର ଆର୍ଥିକ ନୀତି ଓ ଆମେରିକା ସହ ସମ୍ପର୍କରେ ଉନ୍ନତି ହେବ ବୋଲି ନିବେଶକମାନେ ଭାବିନେଇଛନ୍ତି। ଫଳରେ ବିଶ୍ୱରେ ଶେୟାର ବଜାର ବୃଦ୍ଧି ଘଟିବା ସହ ଭାରତରେ ବି ଏହା ଊର୍ଦ୍ଧ୍ୱଗାମୀ ହୋଇଛି। ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଏନ୍‌ଟେକ ଏବଂ ପିଫିଜର ସେମାନଙ୍କ ଟିକା କରୋନା ଭୂତାଣୁ ବିରୋଧରେ ୯୦% କାମ କରୁଛି ବୋଲି ଘୋଷଣା କରିବା ପରେ ବିଶ୍ୱ ବଜାର ଊର୍ଦ୍ଧ୍ୱଗାମୀ ହୋଇଛି। ଏହି ଖବର ଜଣାପଡିବା ପରେ କିଛିଦିନ ହେବ ଭାରତୀୟ ଷ୍ଟକ୍‌ବଜାର ଅଧିକ ଲାଭବାନ ହୋଇଛି। କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ସଫଳ ପରୀକ୍ଷଣ ସମ୍ପର୍କରେ ଘୋଷଣା ହେବା ପରେ ନିବେଶକଙ୍କ ମଧ୍ୟରେ ଆମତ୍ ବିଶ୍ୱାସ ଜାଗ୍ରତ ହୋଇଛି ଏବଂ ନିରନ୍ତର ଆର୍ଥିକ ସୁଧାରର ସମ୍ଭାବନା ଯୋଗୁ ନିବେଶକମାନେ ଶେୟାର କିଣିଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏର ବିସ୍ମୟକର ବିଜୟ ମଧ୍ୟ ବଜାରରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି। ଆଇଟି, ଫାର୍ମା ଏବଂ ବ୍ୟାଙ୍କିଙ୍ଗରେ ନିବେଶକମାନେ ସବୁଠୁ ଅଧିକ ଶେୟାର କିଣିଛନ୍ତି। କିନ୍ତୁ ଶେୟାର ବଜାର କ’ଣ ଏହି ଏଭଳି ଊର୍ଦ୍ଧ୍ୱଗାମୀ ରହିବ ନା ପୁଣି ତଳକୁ ଖସିବ? ଗୁରୁବାର ଊର୍ଦ୍ଧ୍ୱଗାମୀ ସେନସେକ୍ସ ୨୩୬ ପଏଣ୍ଟ ପାର କରିଗଲାବେଳେ ନିଫ୍ଟି ୫୮ ପଏଣ୍ଟ କମିଥିଲା। ଏହା କ’ଣ ନିମ୍ନଗାମୀ ହୋବାର ଅୟମାରମ୍ଭ। ମୂଳ ସିଦ୍ଧାନ୍ତରେ ଠୋସ କାରଣ ନଥିବାରୁ ,ଏବେ ଦିଓ୍ବାଲି ପୂର୍ବରୁ ବଜାରରେ ଦେଖାଦେଇଥିବା ବୃଦ୍ଧିି ଆଉ ବେଶି ଦିନ ନ ରହି ହ୍ରାସ ପାଇପାରେ। ନିକଟ ଭିବଷ୍ୟତରେ ଖାଉଟି ବଜାରକୁ ଆଗକୁ ନେବାକୁ ସରକାରଙ୍କଠାରୁ ଶେୟାର ବଜାର ଅଧିକ ପ୍ରୋତ୍ସାହନ ଆଶା କରୁଛି। ଭାରତରେ ଏବେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାର କଥା ଉଠିଛି। ଦିଲ୍ଲୀ ଭଳି କେତେକ ସହରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖା ଦେଲାଣି, କିନ୍ତୁ ଓଡ଼ିଶାରେ ଦୈନିକ ସଂକ୍ରମଣ କମିବା ଦେଖାଯାଉଛି। ଏହା ସତ୍ତ୍ୱେ ସରକାର ଏଠାରେ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ସଂକ୍ରମଣ ଘଟିବ ବୋଲି କହୁଛନ୍ତି।
ବାସ୍ତବରେ ଏ ବିଶ୍ୱରେ କିଛି ନିର୍ଦ୍ଦିଷ୍ଟ ନୁହେଁ। ଏହା ପରେ ଆଗକୁ କ’ଣ ଘଟିବ କେହି ଜାଣିପାରିବେ ନାହିଁ। ଅର୍ଥବ୍ୟବସ୍ଥା ଲଗାତର ମାନ୍ଦାବସ୍ଥାରେ ରହିଛି। ଜିଡିପି ବି ତଳକୁ ଖସିଚାଲିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ( ଆଇଏମ୍‌ଏଫ)ସମେତ ବହୁ ଘରୋଇ ଏବଂ ଅନ୍ତର୍ଜାତୀୟ ନିରୀକ୍ଷଣ ସଂସ୍ଥା ଭାରତର ଜିଡିପି ଶୀଘ୍ର ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି। ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ବୁଧବାର ଦେଶରେ ଏକ ଟେକନିକାଲ ମନ୍ଦାବସ୍ଥା ରହିଥିତ୍ବା କହିଛି। ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) ସଂଗ୍ରହ ହେଉଥିବାର ଯାହା ସରକାର ଦାବି କରୁଛନ୍ତି ତାହା ଠିକ୍‌ ହୋଇ ନ ପାରେ। ଗତ ମାସରେ କେବଳ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଇଥିଲା। ଏହାକୁ ଛାଡିଦେଲେ କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ପ୍ରତ୍ୟେକ ମାସରେ ଜିଏସ୍‌ଟି ସଂଗ୍ରହ କମିଆସିଛି। ଏଣୁ ଅକ୍ଟୋବରରେ ଜିଏସ୍‌ଟି ସଂଗ୍ରହ ବୃଦ୍ଧିପାଇଛି ବୋଲି ଯାହା ସରକାର କହୁଛନ୍ତି ତାହା ସତ ବୋଲି ଆମେ ନିଶ୍ଚିତ ନୋହଁୁ। କେନ୍ଦ୍ର ରାଜ୍ୟମାନଙ୍କୁ ଜିଏସ୍‌ଟି ବାବଦ କ୍ଷତିପୂରଣ ଦେବାକୁ ଅକ୍ଷମ ହୋଇଛି। ବଜାର ଚାହିଦାକୁ ଫେରାଇ ଆଣିବା ଲାଗି ସରକାର ସେଭଳି ଉତ୍ସାହପ୍ରଦ ଆର୍ଥିକ ପଦକ୍ଷେପ ବି ନେଇନାହାନ୍ତି। ମାନୁଫାକଚରିଂ ସେକ୍ଟର ବର୍ତ୍ତମାନ ସୁଦ୍ଧା ମାନ୍ଦା ରହିଛି। ରପ୍ତାନି କମିବାରେ ଲାଗିଛି। ସେବା ଏଯାବତ ଟାକ୍ରକୁ ଫେରିବାକୁ ବାକି ରହିଛି। ବ୍ୟବସାୟିକ କାର୍ଯ୍ୟକଳାପ ଓ ରିୟଲିଟି ସେକ୍ଟର ମଜଭୁତ ସ୍ଥିତିକୁ ଫେରିନଥିବାରୁ ନିଯୁକ୍ତି ବୃଦ୍ଧିପାଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଶେୟାର ବଜାରରେ ଏବକାର ଊର୍ଦ୍ଧ୍ୱଗାମୀ ସ୍ଥିତି ସେୟା ରହିବ ବୋଲି ଜଣାପଡୁନି। ଏବେ ନିବେଶକଙ୍କ ପାଖରେ ନଗଦ ଅର୍ଥ ଥିବାରୁ ଏହା ହୋଇଛି। ଆମେରିକା ଏବଂ ଅନ୍ୟ ବିକଶିତ ରାଷ୍ଟ୍ରଗୁଡିକରେ ଯେହେତୁ ସ୍ଥାୟୀ ଆୟ କମିଯାଇଛି ସେଥିପାଇଁ ପ୍ରଚୁର ପରିମାଣର ଅର୍ଥ ଭାରତୀୟ ଷ୍ଟକ୍‌ ମାର୍କେଟକୁ ଆସୁଛି ଓ ଏହା ବେଶିଦିନ ରହିବ ନାହିଁ। ସୁନା ୧୦ ଗ୍ରାମ୍‌ର ମୂଲ୍ୟ ୫୦,୦୦୦ ଟଙ୍କା ଉପରେ ରହିଛି। ଏଣୁ ନିବେଶକମାନେ ସୁନା ନ କିଣି ଶେୟାର ବଜାରରେ ଲଗାଇବାକୁ ବାଧ୍ୟ ହୋଇଛନ୍ତି। ଏହି ମାସ ଆରମ୍ଭରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଭାରତର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ଲାଗି ଆଉ ଏକ ଆର୍ଥିକ ପ୍ୟାକେଜ ଆଣିବାକୁ ଚାହଁୁଥବାର ସୂଚନା ଦେଇଥିଲେ। ତେବେ ଏହି ଆର୍ଥିକ ପ୍ୟାକେଜ ଅର୍ଥବ୍ୟବସ୍ଥା ପାଇଁ ମହୌଷଧି ସାବ୍ୟସ୍ତ ହୋଇ ନ ପାରେ। ପୂର୍ବରୁ ସରକାର ଦୁଇଟି ଆର୍ର୍ଥିିକ ପ୍ୟାକେଜ ଘୋଷଣା କରିସାରିଛନ୍ତି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରାମନ ଆମତ୍ନିର୍ଭର ଭାରତ ୩.୦ର ଏକ ଅଂଶ ଭାବେ ୨,୬୫ ଲକ୍ଷ କୋଟି ଟଙ୍କାର ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। କିନ୍ତୁ ଏହାର ସିଂହଭାଗ ସ୍ଥାନୀୟ ଉପତ୍ାଦନକୁ ପ୍ରୋତ୍ସାହିତ କରିବା ଲାଗି ଉଦ୍ଧିଷ୍ଟ। ଏହା ପୂର୍ବରୁ ଘୋଷଣା କରାଯାଇଥିବା ଦୁଇଟି ପ୍ୟାକେଜ ଗରିବମାନଙ୍କୁ ଖର୍ଚ୍ଚ କରିବା ଲଗି ସିଧା ଜମା ଖାତାକୁ ଟ୍ରାନ୍ସଫର କରାଯାଇଥିତ୍ଲା। ଯେହେତୁ କୋଭିଡ-୧୯ ମହାମାରୀ ଲୋକମାନଙ୍କ ଦୁଃଖ ବଢାଇଦେଇଛି ସେଥିପାଇଁ ପ୍ୟାକେଜର ଆବଶ୍ୟକତା ଥିତ୍ଲା। ହେଲେ ଏହା ବାଣିଜ୍ୟିକ ସୁଧାର ଲାଗି ଦୀର୍ଘମିଆଦୀ ପୁଞ୍ଜି ସୃଷ୍ଟି କରିପାରିଲା ନାହିଁ। ଏହି ପରିପ୍ରେକ୍ଷୀରେ ଶେୟାର ବଜାରରେ ଦେଖାଦେଇଥିବା ଖୁସି କ୍ଷଣସ୍ଥାୟୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?