କ୍ଷଣସ୍ଥାୟୀ ଖୁସି

ତିନିଦିନି ଧରି ଲଗାତର ଶେୟାର ବଜାର ଊର୍ଦ୍ଧ୍ୱଗାମୀ ହେବା ପରେ ବୁଧବାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ସରକାର ଓ ଶିଳ୍ପଜଗତ ଏଭଳି କିଛି ଗଠନମୂଳନ ପରିବର୍ତ୍ତନ କରିନାହାନ୍ତିି ଯେଉଁଥିପାଇଁ ଏହି ବୃଦ୍ଧିକୁ ଆମେ ଯୁକ୍ତିଯୁକ୍ତ ବୋଲି କହିପାରିବା। ବଜାରରେ ଉତ୍ସାହ ଆଣିବା ଲାଗି ସରକାର ଆଖିତ୍ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ଘୋଷଣା କରାଯିବା ପରେ ବିଶ୍ୱ ବଜାର ଆଗକୁ ବଢିଛି। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଇଡେନ ବିଜୟୀ ହୋଇଛନ୍ତି, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଯାବତ ଏହାକୁ ସ୍ବୀକାର କରିନାହାନ୍ତି। ତେବେ ଗତ ସପ୍ତାହରେ ବାଇଡେନଙ୍କ ବିଜୟ ଯୋଗୁ ଭାରତର ଆର୍ଥିକ ନୀତି ଓ ଆମେରିକା ସହ ସମ୍ପର୍କରେ ଉନ୍ନତି ହେବ ବୋଲି ନିବେଶକମାନେ ଭାବିନେଇଛନ୍ତି। ଫଳରେ ବିଶ୍ୱରେ ଶେୟାର ବଜାର ବୃଦ୍ଧି ଘଟିବା ସହ ଭାରତରେ ବି ଏହା ଊର୍ଦ୍ଧ୍ୱଗାମୀ ହୋଇଛି। ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଏନ୍‌ଟେକ ଏବଂ ପିଫିଜର ସେମାନଙ୍କ ଟିକା କରୋନା ଭୂତାଣୁ ବିରୋଧରେ ୯୦% କାମ କରୁଛି ବୋଲି ଘୋଷଣା କରିବା ପରେ ବିଶ୍ୱ ବଜାର ଊର୍ଦ୍ଧ୍ୱଗାମୀ ହୋଇଛି। ଏହି ଖବର ଜଣାପଡିବା ପରେ କିଛିଦିନ ହେବ ଭାରତୀୟ ଷ୍ଟକ୍‌ବଜାର ଅଧିକ ଲାଭବାନ ହୋଇଛି। କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ସଫଳ ପରୀକ୍ଷଣ ସମ୍ପର୍କରେ ଘୋଷଣା ହେବା ପରେ ନିବେଶକଙ୍କ ମଧ୍ୟରେ ଆମତ୍ ବିଶ୍ୱାସ ଜାଗ୍ରତ ହୋଇଛି ଏବଂ ନିରନ୍ତର ଆର୍ଥିକ ସୁଧାରର ସମ୍ଭାବନା ଯୋଗୁ ନିବେଶକମାନେ ଶେୟାର କିଣିଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏର ବିସ୍ମୟକର ବିଜୟ ମଧ୍ୟ ବଜାରରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି। ଆଇଟି, ଫାର୍ମା ଏବଂ ବ୍ୟାଙ୍କିଙ୍ଗରେ ନିବେଶକମାନେ ସବୁଠୁ ଅଧିକ ଶେୟାର କିଣିଛନ୍ତି। କିନ୍ତୁ ଶେୟାର ବଜାର କ’ଣ ଏହି ଏଭଳି ଊର୍ଦ୍ଧ୍ୱଗାମୀ ରହିବ ନା ପୁଣି ତଳକୁ ଖସିବ? ଗୁରୁବାର ଊର୍ଦ୍ଧ୍ୱଗାମୀ ସେନସେକ୍ସ ୨୩୬ ପଏଣ୍ଟ ପାର କରିଗଲାବେଳେ ନିଫ୍ଟି ୫୮ ପଏଣ୍ଟ କମିଥିଲା। ଏହା କ’ଣ ନିମ୍ନଗାମୀ ହୋବାର ଅୟମାରମ୍ଭ। ମୂଳ ସିଦ୍ଧାନ୍ତରେ ଠୋସ କାରଣ ନଥିବାରୁ ,ଏବେ ଦିଓ୍ବାଲି ପୂର୍ବରୁ ବଜାରରେ ଦେଖାଦେଇଥିବା ବୃଦ୍ଧିି ଆଉ ବେଶି ଦିନ ନ ରହି ହ୍ରାସ ପାଇପାରେ। ନିକଟ ଭିବଷ୍ୟତରେ ଖାଉଟି ବଜାରକୁ ଆଗକୁ ନେବାକୁ ସରକାରଙ୍କଠାରୁ ଶେୟାର ବଜାର ଅଧିକ ପ୍ରୋତ୍ସାହନ ଆଶା କରୁଛି। ଭାରତରେ ଏବେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାର କଥା ଉଠିଛି। ଦିଲ୍ଲୀ ଭଳି କେତେକ ସହରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖା ଦେଲାଣି, କିନ୍ତୁ ଓଡ଼ିଶାରେ ଦୈନିକ ସଂକ୍ରମଣ କମିବା ଦେଖାଯାଉଛି। ଏହା ସତ୍ତ୍ୱେ ସରକାର ଏଠାରେ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ସଂକ୍ରମଣ ଘଟିବ ବୋଲି କହୁଛନ୍ତି।
ବାସ୍ତବରେ ଏ ବିଶ୍ୱରେ କିଛି ନିର୍ଦ୍ଦିଷ୍ଟ ନୁହେଁ। ଏହା ପରେ ଆଗକୁ କ’ଣ ଘଟିବ କେହି ଜାଣିପାରିବେ ନାହିଁ। ଅର୍ଥବ୍ୟବସ୍ଥା ଲଗାତର ମାନ୍ଦାବସ୍ଥାରେ ରହିଛି। ଜିଡିପି ବି ତଳକୁ ଖସିଚାଲିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ( ଆଇଏମ୍‌ଏଫ)ସମେତ ବହୁ ଘରୋଇ ଏବଂ ଅନ୍ତର୍ଜାତୀୟ ନିରୀକ୍ଷଣ ସଂସ୍ଥା ଭାରତର ଜିଡିପି ଶୀଘ୍ର ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି। ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ବୁଧବାର ଦେଶରେ ଏକ ଟେକନିକାଲ ମନ୍ଦାବସ୍ଥା ରହିଥିତ୍ବା କହିଛି। ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) ସଂଗ୍ରହ ହେଉଥିବାର ଯାହା ସରକାର ଦାବି କରୁଛନ୍ତି ତାହା ଠିକ୍‌ ହୋଇ ନ ପାରେ। ଗତ ମାସରେ କେବଳ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଇଥିଲା। ଏହାକୁ ଛାଡିଦେଲେ କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ପ୍ରତ୍ୟେକ ମାସରେ ଜିଏସ୍‌ଟି ସଂଗ୍ରହ କମିଆସିଛି। ଏଣୁ ଅକ୍ଟୋବରରେ ଜିଏସ୍‌ଟି ସଂଗ୍ରହ ବୃଦ୍ଧିପାଇଛି ବୋଲି ଯାହା ସରକାର କହୁଛନ୍ତି ତାହା ସତ ବୋଲି ଆମେ ନିଶ୍ଚିତ ନୋହଁୁ। କେନ୍ଦ୍ର ରାଜ୍ୟମାନଙ୍କୁ ଜିଏସ୍‌ଟି ବାବଦ କ୍ଷତିପୂରଣ ଦେବାକୁ ଅକ୍ଷମ ହୋଇଛି। ବଜାର ଚାହିଦାକୁ ଫେରାଇ ଆଣିବା ଲାଗି ସରକାର ସେଭଳି ଉତ୍ସାହପ୍ରଦ ଆର୍ଥିକ ପଦକ୍ଷେପ ବି ନେଇନାହାନ୍ତି। ମାନୁଫାକଚରିଂ ସେକ୍ଟର ବର୍ତ୍ତମାନ ସୁଦ୍ଧା ମାନ୍ଦା ରହିଛି। ରପ୍ତାନି କମିବାରେ ଲାଗିଛି। ସେବା ଏଯାବତ ଟାକ୍ରକୁ ଫେରିବାକୁ ବାକି ରହିଛି। ବ୍ୟବସାୟିକ କାର୍ଯ୍ୟକଳାପ ଓ ରିୟଲିଟି ସେକ୍ଟର ମଜଭୁତ ସ୍ଥିତିକୁ ଫେରିନଥିବାରୁ ନିଯୁକ୍ତି ବୃଦ୍ଧିପାଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଶେୟାର ବଜାରରେ ଏବକାର ଊର୍ଦ୍ଧ୍ୱଗାମୀ ସ୍ଥିତି ସେୟା ରହିବ ବୋଲି ଜଣାପଡୁନି। ଏବେ ନିବେଶକଙ୍କ ପାଖରେ ନଗଦ ଅର୍ଥ ଥିବାରୁ ଏହା ହୋଇଛି। ଆମେରିକା ଏବଂ ଅନ୍ୟ ବିକଶିତ ରାଷ୍ଟ୍ରଗୁଡିକରେ ଯେହେତୁ ସ୍ଥାୟୀ ଆୟ କମିଯାଇଛି ସେଥିପାଇଁ ପ୍ରଚୁର ପରିମାଣର ଅର୍ଥ ଭାରତୀୟ ଷ୍ଟକ୍‌ ମାର୍କେଟକୁ ଆସୁଛି ଓ ଏହା ବେଶିଦିନ ରହିବ ନାହିଁ। ସୁନା ୧୦ ଗ୍ରାମ୍‌ର ମୂଲ୍ୟ ୫୦,୦୦୦ ଟଙ୍କା ଉପରେ ରହିଛି। ଏଣୁ ନିବେଶକମାନେ ସୁନା ନ କିଣି ଶେୟାର ବଜାରରେ ଲଗାଇବାକୁ ବାଧ୍ୟ ହୋଇଛନ୍ତି। ଏହି ମାସ ଆରମ୍ଭରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଭାରତର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ଲାଗି ଆଉ ଏକ ଆର୍ଥିକ ପ୍ୟାକେଜ ଆଣିବାକୁ ଚାହଁୁଥବାର ସୂଚନା ଦେଇଥିଲେ। ତେବେ ଏହି ଆର୍ଥିକ ପ୍ୟାକେଜ ଅର୍ଥବ୍ୟବସ୍ଥା ପାଇଁ ମହୌଷଧି ସାବ୍ୟସ୍ତ ହୋଇ ନ ପାରେ। ପୂର୍ବରୁ ସରକାର ଦୁଇଟି ଆର୍ର୍ଥିିକ ପ୍ୟାକେଜ ଘୋଷଣା କରିସାରିଛନ୍ତି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରାମନ ଆମତ୍ନିର୍ଭର ଭାରତ ୩.୦ର ଏକ ଅଂଶ ଭାବେ ୨,୬୫ ଲକ୍ଷ କୋଟି ଟଙ୍କାର ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। କିନ୍ତୁ ଏହାର ସିଂହଭାଗ ସ୍ଥାନୀୟ ଉପତ୍ାଦନକୁ ପ୍ରୋତ୍ସାହିତ କରିବା ଲାଗି ଉଦ୍ଧିଷ୍ଟ। ଏହା ପୂର୍ବରୁ ଘୋଷଣା କରାଯାଇଥିବା ଦୁଇଟି ପ୍ୟାକେଜ ଗରିବମାନଙ୍କୁ ଖର୍ଚ୍ଚ କରିବା ଲଗି ସିଧା ଜମା ଖାତାକୁ ଟ୍ରାନ୍ସଫର କରାଯାଇଥିତ୍ଲା। ଯେହେତୁ କୋଭିଡ-୧୯ ମହାମାରୀ ଲୋକମାନଙ୍କ ଦୁଃଖ ବଢାଇଦେଇଛି ସେଥିପାଇଁ ପ୍ୟାକେଜର ଆବଶ୍ୟକତା ଥିତ୍ଲା। ହେଲେ ଏହା ବାଣିଜ୍ୟିକ ସୁଧାର ଲାଗି ଦୀର୍ଘମିଆଦୀ ପୁଞ୍ଜି ସୃଷ୍ଟି କରିପାରିଲା ନାହିଁ। ଏହି ପରିପ୍ରେକ୍ଷୀରେ ଶେୟାର ବଜାରରେ ଦେଖାଦେଇଥିବା ଖୁସି କ୍ଷଣସ୍ଥାୟୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri