ଜଟିଳ ମାନ୍ଦାବସ୍ଥା ଆଡ଼କୁ ବଢୁଛି ଭାରତ

ନୂଆଦିଲ୍ଲୀ,୧୩।୧୧- ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଦ୍ୱିତୀୟ ତ୍ରୈମାସରେ ଭାରତୀୟ ଅର୍ଥ ବ୍ୟବସ୍ଥା ଧିମା ହେଉଥିବା ନଜରକୁ ଆସିଛି। ଏହା ଭାରତକୁ ଜଟିଳ ମାନ୍ଦାବସ୍ଥା ଆଡକୁ ନେଇ ଯାଉଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ଆକଳନ କରାଯାଇଛି। ଆର୍‌ବିଆଇ ଡେପୁଟି ଗର୍ଭନର ମାଇକେଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଅର୍ଥନୀତିଜ୍ଞଙ୍କ ଟିମ୍‌ ଏଭଳି ଆକଳନ କରିଥିବା ଜଣାପଡିଛି। ସେପ୍ଟେମ୍ବର ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୮.୬% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ନିୟୁକାଷ୍ଟ ରିପୋର୍ଟରେ ପ୍ରକାଶ କରିଛି। ଏପ୍ରିଲ-ଜୁନ ସମୟରେ ଦେଶର ଅର୍ଥ ବ୍ୟବସ୍ଥା ୨୪% ହ୍ରାସ ପାଇଛି। ୨୦୨୦-୨୧ରେ ପ୍ରଥମ ୬ ମାସରେ ଭାରତ ଟେକ୍ନିକାଲ ରିସେସନ ବା ଧିମାବସ୍ଥାକୁ ଚାଲିଯାଇଛି। ଏହା ଇତିହାସରେ ପ୍ରଥମ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ବ୍ଲୁମବର୍ଗ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଜୁଲାଇ-ସେପ୍ଟେମ୍ବରରେ ଭାରତୀୟ ଅର୍ଥ ବ୍ୟବସ୍ଥା ୧୦.୪% ଖସିବ ବୋଲି କୁହାଯାଇଛି।
ଦେଶର ଅର୍ଥ ବ୍ୟବସ୍ଥା ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଫେରିବ ବୋଲି ଗତ ମାସରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚରେ ରହିବା ଯୋଗୁ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ବଜାର ଉପରେ କେନ୍ଦ୍ରୀୟ ବ୍ୟାଙ୍କ ନଜରରେ ରଖିଥିବା ବେଳେ ରେପୋ ହ୍ରାସ କରିବା ନେଇ ବିଳଳ୍ପ ଖୋଲା ରଖିଛି। କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଏବେ ଦେଖାଯାଇଛି। ଏହା ବିଶ୍ୱ ବଜାରର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଲୋକଙ୍କ ଚାକିରି ଯାଇଥିବାରୁ ନଗଦ ଅଭାବ ଯୋଗୁ ଲୋକେ ଖର୍ଚ୍ଚ କରିବାକୁ ଆଗଭର ହେଉନାହାନ୍ତି। ଏପ୍ରିଲ-ଜୁନରେ ଲୋକମାନଙ୍କର ପାରିବାରିକ ଆର୍ଥତ୍କ ସଞ୍ଚୟ ଜିଡିପିର ୨୧.୪% ବଢିଛି। ଏହା ଗତ ବର୍ଷ ସମାନ ସମୟରେ ୭.୯% ରହିଥିଲା। ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଏହା ୧୦% ଥିଲା। ଏହାର ଅଧିକାଂଶ ଭାଗ ବ୍ୟାଙ୍କ ଜମା ଆକାରରେ ରହିଛି। ବର୍ତ୍ତମାନ ମହାମାରୀ ରହିଥିବାରୁ ଲୋକମାନେ ସଞ୍ଚୟ ଉପରେ ଧ୍ୟାନ ଦେଉଛନ୍ତି। ସ୍ଥିତି ସୁଧୁରିଲେ ଲୋକଙ୍କର ଖର୍ଚ୍ଚ ପୂର୍ବ ସ୍ଥିତିକୁ ଫେରିବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri