ଜଟିଳ ମାନ୍ଦାବସ୍ଥା ଆଡ଼କୁ ବଢୁଛି ଭାରତ

ନୂଆଦିଲ୍ଲୀ,୧୩।୧୧- ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଦ୍ୱିତୀୟ ତ୍ରୈମାସରେ ଭାରତୀୟ ଅର୍ଥ ବ୍ୟବସ୍ଥା ଧିମା ହେଉଥିବା ନଜରକୁ ଆସିଛି। ଏହା ଭାରତକୁ ଜଟିଳ ମାନ୍ଦାବସ୍ଥା ଆଡକୁ ନେଇ ଯାଉଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ଆକଳନ କରାଯାଇଛି। ଆର୍‌ବିଆଇ ଡେପୁଟି ଗର୍ଭନର ମାଇକେଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଅର୍ଥନୀତିଜ୍ଞଙ୍କ ଟିମ୍‌ ଏଭଳି ଆକଳନ କରିଥିବା ଜଣାପଡିଛି। ସେପ୍ଟେମ୍ବର ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୮.୬% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ନିୟୁକାଷ୍ଟ ରିପୋର୍ଟରେ ପ୍ରକାଶ କରିଛି। ଏପ୍ରିଲ-ଜୁନ ସମୟରେ ଦେଶର ଅର୍ଥ ବ୍ୟବସ୍ଥା ୨୪% ହ୍ରାସ ପାଇଛି। ୨୦୨୦-୨୧ରେ ପ୍ରଥମ ୬ ମାସରେ ଭାରତ ଟେକ୍ନିକାଲ ରିସେସନ ବା ଧିମାବସ୍ଥାକୁ ଚାଲିଯାଇଛି। ଏହା ଇତିହାସରେ ପ୍ରଥମ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ବ୍ଲୁମବର୍ଗ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଜୁଲାଇ-ସେପ୍ଟେମ୍ବରରେ ଭାରତୀୟ ଅର୍ଥ ବ୍ୟବସ୍ଥା ୧୦.୪% ଖସିବ ବୋଲି କୁହାଯାଇଛି।
ଦେଶର ଅର୍ଥ ବ୍ୟବସ୍ଥା ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଫେରିବ ବୋଲି ଗତ ମାସରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚରେ ରହିବା ଯୋଗୁ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ବଜାର ଉପରେ କେନ୍ଦ୍ରୀୟ ବ୍ୟାଙ୍କ ନଜରରେ ରଖିଥିବା ବେଳେ ରେପୋ ହ୍ରାସ କରିବା ନେଇ ବିଳଳ୍ପ ଖୋଲା ରଖିଛି। କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଏବେ ଦେଖାଯାଇଛି। ଏହା ବିଶ୍ୱ ବଜାରର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଲୋକଙ୍କ ଚାକିରି ଯାଇଥିବାରୁ ନଗଦ ଅଭାବ ଯୋଗୁ ଲୋକେ ଖର୍ଚ୍ଚ କରିବାକୁ ଆଗଭର ହେଉନାହାନ୍ତି। ଏପ୍ରିଲ-ଜୁନରେ ଲୋକମାନଙ୍କର ପାରିବାରିକ ଆର୍ଥତ୍କ ସଞ୍ଚୟ ଜିଡିପିର ୨୧.୪% ବଢିଛି। ଏହା ଗତ ବର୍ଷ ସମାନ ସମୟରେ ୭.୯% ରହିଥିଲା। ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଏହା ୧୦% ଥିଲା। ଏହାର ଅଧିକାଂଶ ଭାଗ ବ୍ୟାଙ୍କ ଜମା ଆକାରରେ ରହିଛି। ବର୍ତ୍ତମାନ ମହାମାରୀ ରହିଥିବାରୁ ଲୋକମାନେ ସଞ୍ଚୟ ଉପରେ ଧ୍ୟାନ ଦେଉଛନ୍ତି। ସ୍ଥିତି ସୁଧୁରିଲେ ଲୋକଙ୍କର ଖର୍ଚ୍ଚ ପୂର୍ବ ସ୍ଥିତିକୁ ଫେରିବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri