ଭଲ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୧୩।୧୧ – ଚଳିତ ବର୍ଷ କରୋନା ଯୋଗୁ ସୁନା ଗହଣା ବଜାରରେ କାରବାର ଧିମା ରହିଛି। ବଜାରରେ କଟକଣା କୋହଳ ହେଉଥିବାରୁ କାରବାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ଶୋ’ରୁମଗୁଡିକରେ ସାମାଜିକ ଦୂରତ୍ୱ ନିୟମକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି। ଶୁକ୍ରବାର ଧନତେରସ ପଡୁଛି। ଏହି ଦିନ ସୁନା କିଣିଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏଣୁ ଧନତେରସରେ ସୁନା ବିକ୍ରି ବଢିଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟ ରହିଥିବାରୁ ଲୋକମାନେ ବଜାରକୁ ଯିବା ବେଳେ ଆଶଙ୍କାରେ ରହୁଛନ୍ତି। ଏହାକୁ ଧ୍ୟାନରେ ରଖି ଜୁଏଲର୍ସ ବିଭିନ୍ନ ନିୟମ ଶୋ’ରୁମରେ ପାଳନ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ କାରବାର ସମ୍ପୂର୍ଣ୍ଣ ଖସି ଯାଇଥିଲା। ଏହାକୁ ଧ୍ୟାନରେ ରଖି ବହୁ ପୂର୍ବରୁ ଜୁଏଲର୍ସମାନେ ପାର୍ବଣ ବିକ୍ରି ନେଇ ଚଳିତ ବର୍ଷ ସଜବାଜ ହୋଇଛନ୍ତି। କାରବାର ପୂର୍ବ ବର୍ଷ ସ୍ତର ନ ଛୁଇଁଲେ ମଧ୍ୟ ଚଳିତ ବର୍ଷର ବିଗତ ମାସଗୁଡିକ ତୁଳନାରେ ଉନ୍ନତ କରିବା ନେଇ ଜୁଏଲର୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। କରୋନା ପାଇଁ ବଜାରରେ ମାନ୍ଦାବସ୍ଥା ଏବଂ ସୁନା ଦର ଉଚ୍ଚରେ ରହିଛି। ଗୁରୁବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାର ଦାମ ୫୦,୬୬୦ ଏବଂ ୨୪ କ୍ୟାରେଟ୍‌ ସୁନା ୫୧,୯୧୦ ଟଙ୍କା ରହିଛି। ସେହିଭଳି ରୁପା
ଦର କିଲୋ ପିଛା ୬୬,୭୦୦ ଟଙ୍କା ରହିଛି।
ଧନତେରସ ଏବଂ ଦିଓ୍ବାଲି ଉପଲକ୍ଷେ ପୂର୍ବ ମାସଗୁଡିକ ତୁଳନାରେ ଚାହିଦାରେ ବେଶ୍‌ ଉନ୍ନତି ହେବ ବୋଲି ଜୁଏଲେରି ଶିଳ୍ପ ପକ୍ଷରୁ ଆଶା କରାଯାଉଛି। ଚଳିତ ବର୍ଷ କୃଷି କାର୍ଯ୍ୟ ଉନ୍ନତ ହୋଇଥିବାରୁ ଏହା ଚାହିଦା ଉପରେ ଉନ୍ନତ ପ୍ରଭାବ ପକାଇବ ବୋଲି ଆଶା କରାଯାଇଛି। ଚଳିତ ବର୍ଷ ଦିଓ୍ବାଲି ବିକ୍ରି ପୂର୍ବ ବର୍ଷ ସ୍ଥିତିକୁ ଫେରିବାର ସମ୍ଭାବନା ରହିଥିବା ଅନ୍ୟ କିଛି ବିଶେଷଜ୍ଞ ମଧ୍ୟ ମତ ରଖିଛନ୍ତି। କାରଣ ପାର୍ବଣରେ ବଜାରକୁ ଭଲ ରେସପନ୍ସ ମିଳିଛି। କରୋନା ପାଇଁ ଜୁଏଲର୍ସ ଅନ୍‌ଲାଇନ କନସଲଟେଶନ ଏବଂ ଅନ୍‌ଲାଇନ କ୍ରୟ ବ୍ୟବସ୍ଥା କରିଛନ୍ତି। ଏହା ମୋଟାମୋଟି ବିକ୍ରି ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ସୁନାକୁ ଏକ ଆସେଟ କ୍ଲାସ ଭାବେ ବିଚାର କରାଯାଉଥିବା ବେଳେ ଏହି ଧାତୁ ଉପରେ ଲୋକଙ୍କର ଭରସା ସବୁ ବେଳେ ରହିଆସିଛି। ପାର୍ବଣ ଲାଗି କିଛି ଗ୍ରାହକ ଆଡଭାନ୍ସ ବୁକିଂ କରିଥିବା ମଧ୍ୟ ନଜରକୁ ଆସିଛି।
ହାଲକା ଗହଣା ବାଦ ଲକଜରୀ ସେଗମେଣ୍ଟ ଉପରେ ମଧ୍ୟ ଗ୍ରାହକ ଫୋକସ କରୁଛନ୍ତି। ଆଗକୁ ପାର୍ବଣ ଆସୁଥିବାରୁ ଲୋକମାନେ ଏବେ ଠାରୁ ମଧ୍ୟ ଜୁଏଲେରି କିଣି ରଖିନେବାକୁ ଗୁରୁତ୍ୱ ଦେଉଛନ୍ତି। ଗତ ଦିଓ୍ବାଲି ତୁଳନାରେ ବର୍ତ୍ତମାନ ସୁଦ୍ଧା ସୁନାଦର ପ୍ରାୟ ୨୫% ବଢିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଶୋ’ରୁମଗୁଡିକ ଭାଉଚର, କ୍ୟାଶବ୍ୟାକ ସୁବିଧା ଦେଉଛନ୍ତି। ସେହିଭଳି ହୀରା ଗହଣା ଉପରେ ଫ୍ଲାଟ ରିହାତି, ସୁନା ଏବଂ ରୁପା ଗହଣା ମୂଲ୍ୟ ଉପରେ ରିହାତି, ଗଢା ମୂଲ୍ୟ ଉପରେ ରିହାତି, ଧନତେରସରେ ସ୍ବତନ୍ତ୍ର ଅଫର, ପ୍ରଡକ୍ଟ କ୍ରୟରେ ଉପହାର, ଗୋଲ୍ଡ କଏନ, ସିଲଭର କଏନ ଏବଂ ଅନ୍ୟ ଉପହାର ପ୍ରଦାନ କରାଯାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri