ଭଲ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୧୩।୧୧ – ଚଳିତ ବର୍ଷ କରୋନା ଯୋଗୁ ସୁନା ଗହଣା ବଜାରରେ କାରବାର ଧିମା ରହିଛି। ବଜାରରେ କଟକଣା କୋହଳ ହେଉଥିବାରୁ କାରବାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ଶୋ’ରୁମଗୁଡିକରେ ସାମାଜିକ ଦୂରତ୍ୱ ନିୟମକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି। ଶୁକ୍ରବାର ଧନତେରସ ପଡୁଛି। ଏହି ଦିନ ସୁନା କିଣିଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏଣୁ ଧନତେରସରେ ସୁନା ବିକ୍ରି ବଢିଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟ ରହିଥିବାରୁ ଲୋକମାନେ ବଜାରକୁ ଯିବା ବେଳେ ଆଶଙ୍କାରେ ରହୁଛନ୍ତି। ଏହାକୁ ଧ୍ୟାନରେ ରଖି ଜୁଏଲର୍ସ ବିଭିନ୍ନ ନିୟମ ଶୋ’ରୁମରେ ପାଳନ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ କାରବାର ସମ୍ପୂର୍ଣ୍ଣ ଖସି ଯାଇଥିଲା। ଏହାକୁ ଧ୍ୟାନରେ ରଖି ବହୁ ପୂର୍ବରୁ ଜୁଏଲର୍ସମାନେ ପାର୍ବଣ ବିକ୍ରି ନେଇ ଚଳିତ ବର୍ଷ ସଜବାଜ ହୋଇଛନ୍ତି। କାରବାର ପୂର୍ବ ବର୍ଷ ସ୍ତର ନ ଛୁଇଁଲେ ମଧ୍ୟ ଚଳିତ ବର୍ଷର ବିଗତ ମାସଗୁଡିକ ତୁଳନାରେ ଉନ୍ନତ କରିବା ନେଇ ଜୁଏଲର୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। କରୋନା ପାଇଁ ବଜାରରେ ମାନ୍ଦାବସ୍ଥା ଏବଂ ସୁନା ଦର ଉଚ୍ଚରେ ରହିଛି। ଗୁରୁବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାର ଦାମ ୫୦,୬୬୦ ଏବଂ ୨୪ କ୍ୟାରେଟ୍‌ ସୁନା ୫୧,୯୧୦ ଟଙ୍କା ରହିଛି। ସେହିଭଳି ରୁପା
ଦର କିଲୋ ପିଛା ୬୬,୭୦୦ ଟଙ୍କା ରହିଛି।
ଧନତେରସ ଏବଂ ଦିଓ୍ବାଲି ଉପଲକ୍ଷେ ପୂର୍ବ ମାସଗୁଡିକ ତୁଳନାରେ ଚାହିଦାରେ ବେଶ୍‌ ଉନ୍ନତି ହେବ ବୋଲି ଜୁଏଲେରି ଶିଳ୍ପ ପକ୍ଷରୁ ଆଶା କରାଯାଉଛି। ଚଳିତ ବର୍ଷ କୃଷି କାର୍ଯ୍ୟ ଉନ୍ନତ ହୋଇଥିବାରୁ ଏହା ଚାହିଦା ଉପରେ ଉନ୍ନତ ପ୍ରଭାବ ପକାଇବ ବୋଲି ଆଶା କରାଯାଇଛି। ଚଳିତ ବର୍ଷ ଦିଓ୍ବାଲି ବିକ୍ରି ପୂର୍ବ ବର୍ଷ ସ୍ଥିତିକୁ ଫେରିବାର ସମ୍ଭାବନା ରହିଥିବା ଅନ୍ୟ କିଛି ବିଶେଷଜ୍ଞ ମଧ୍ୟ ମତ ରଖିଛନ୍ତି। କାରଣ ପାର୍ବଣରେ ବଜାରକୁ ଭଲ ରେସପନ୍ସ ମିଳିଛି। କରୋନା ପାଇଁ ଜୁଏଲର୍ସ ଅନ୍‌ଲାଇନ କନସଲଟେଶନ ଏବଂ ଅନ୍‌ଲାଇନ କ୍ରୟ ବ୍ୟବସ୍ଥା କରିଛନ୍ତି। ଏହା ମୋଟାମୋଟି ବିକ୍ରି ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ସୁନାକୁ ଏକ ଆସେଟ କ୍ଲାସ ଭାବେ ବିଚାର କରାଯାଉଥିବା ବେଳେ ଏହି ଧାତୁ ଉପରେ ଲୋକଙ୍କର ଭରସା ସବୁ ବେଳେ ରହିଆସିଛି। ପାର୍ବଣ ଲାଗି କିଛି ଗ୍ରାହକ ଆଡଭାନ୍ସ ବୁକିଂ କରିଥିବା ମଧ୍ୟ ନଜରକୁ ଆସିଛି।
ହାଲକା ଗହଣା ବାଦ ଲକଜରୀ ସେଗମେଣ୍ଟ ଉପରେ ମଧ୍ୟ ଗ୍ରାହକ ଫୋକସ କରୁଛନ୍ତି। ଆଗକୁ ପାର୍ବଣ ଆସୁଥିବାରୁ ଲୋକମାନେ ଏବେ ଠାରୁ ମଧ୍ୟ ଜୁଏଲେରି କିଣି ରଖିନେବାକୁ ଗୁରୁତ୍ୱ ଦେଉଛନ୍ତି। ଗତ ଦିଓ୍ବାଲି ତୁଳନାରେ ବର୍ତ୍ତମାନ ସୁଦ୍ଧା ସୁନାଦର ପ୍ରାୟ ୨୫% ବଢିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଶୋ’ରୁମଗୁଡିକ ଭାଉଚର, କ୍ୟାଶବ୍ୟାକ ସୁବିଧା ଦେଉଛନ୍ତି। ସେହିଭଳି ହୀରା ଗହଣା ଉପରେ ଫ୍ଲାଟ ରିହାତି, ସୁନା ଏବଂ ରୁପା ଗହଣା ମୂଲ୍ୟ ଉପରେ ରିହାତି, ଗଢା ମୂଲ୍ୟ ଉପରେ ରିହାତି, ଧନତେରସରେ ସ୍ବତନ୍ତ୍ର ଅଫର, ପ୍ରଡକ୍ଟ କ୍ରୟରେ ଉପହାର, ଗୋଲ୍ଡ କଏନ, ସିଲଭର କଏନ ଏବଂ ଅନ୍ୟ ଉପହାର ପ୍ରଦାନ କରାଯାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?