Posted inଜାତୀୟ

ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ରିପୋର୍ଟ:୧୩୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୪ା୭: ଭାରତରେ ଲିଙ୍ଗଗତ ବ୍ୟବଧାନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ଜେଣ୍ଡର ଗ୍ୟାପ୍‌ ରିପୋର୍ଟ-୨୦୨୨ରେ ୧୪୬ ଦେଶ ମଧ୍ୟରୁ ଭାରତ ୧୩୫ ତମ ସ୍ଥାନରେ ରହିଛି। ୦ରୁ ୧ ସ୍କେଲରେ ଭାରତର ସ୍କୋର ୦.୬୨୯ ରହିଛି। ଏହା ହେଉଛି ଗତ ୧୬ ବର୍ଷ ମଧ୍ୟରେ ଭାରତର ୭ମ ସର୍ବାଧିକ ସ୍କୋର। ଏହି କ୍ଷେତ୍ରରେ ଗତ ବର୍ଷ ତୁଳନାରେ ଭାରତ ୫ ପାଦ ଆଗେଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ତେବେ ସ୍ବାସ୍ଥ୍ୟକ୍ଷେତ୍ରରେ ଭାରତର ର଼୍ୟାଙ୍କ୍‌ ସର୍ବନିମ୍ନ ରହିଥିବାବେଳେ ରାଜନୈତିକ ସଶକ୍ତୀକରଣରେ ମଧ୍ୟ ଦୁର୍ବଳ ସ୍ଥିତି ରହିଛି।

ଲିଙ୍ଗଗତ ସମାନତା ତାଲିକାର ସର୍ବାଗ୍ରେ ଦ୍ୱାଦଶ ଥର ପାଇଁ ଆଇସ୍‌ଲାଣ୍ଡ୍‌ ରହିଛି। ଏହି ଦେଶରେ ଲିଙ୍ଗଗତ ଅସମାନତା ୧୦%ରୁ କମ୍‌। ଶୀର୍ଷ ୧୦ ଦେଶ ମଧ୍ୟରୁ ୬ ହେଉଛନ୍ତି ୟୁରୋପୀୟ ରାଷ୍ଟ୍ର। ଆଇସ୍‌ଲାଣ୍ଡ୍‌ ପରେ ଫିନ୍‌ଲାଣ୍ଡ ଦ୍ୱିତୀୟ, ନରଓ୍ବେ ତୃତୀୟ, ସୁଇଡେନ ପଞ୍ଚମ, ଆୟର୍ଲାଣ୍ଡ ୯ମ ଏବଂ ଜର୍ମାନୀ ୧୦ମ ସ୍ଥାନରେ ରହିଛି। ଟପ୍‌ ଟେନ୍‌ ତାଲିକାର ଅନ୍ୟ ୪ ରାଷ୍ଟ୍ର ହେଲେ ନ୍ୟୁଜିଲାଣ୍ଡ(୪), ର୍ବାଣ୍ଡା (୬), ନିକାରାଗୁଆ(୭) ଏବଂ ନାମ୍ବିଆ(୮)। ୨୦୦୬ରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯିବା ପରଠୁ ଭାରତର ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ୦.୫୯୩ରୁ ୦.୬୮୩ ମଧ୍ୟରେ ରହିଆସିଛି। ଗତବର୍ଷ ୦.୬୨୫ ସ୍କୋର ରଖି ଭାରତ ୧୫୬ ରାଷ୍ଟ୍ର ମଧ୍ୟରୁ ୧୪୦ ତମ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?