ଜାଗ୍ରତ ହେବାର ବେଳ

ଆଜିର ଯୁବ ସମାଜକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କିନ୍ତୁ ସେମାନେ ନିଜକୁ ସେତେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରୁ ନାହାନ୍ତି। ପିଢ଼ି ପରେ ପିଢ଼ି ଗଡ଼ି ଚାଲିଛି। ଦେଖାଯାଉଛି ଚାଲି ଯାଉଥିବା ପିଢ଼ିର ପ୍ରତିଭା ତା’ର ପର ପିଢ଼ି ମଧ୍ୟରେ ଦେଖାଯାଉ ନାହିଁ। ବିଶେଷତଃ କର୍ମସଂସ୍କୃତି ଭିନ୍ନ ରୂପ ନେଉଛି। ଆଜିର ଯୁବପିଢ଼ି କର୍ମ ଭିତରେ ନିଜ ସଂସ୍କୃତିକୁ ହରାଇ ଦେଉଛନ୍ତି। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଯୁବ ବର୍ଗ ମଜ୍ଜି ରହୁଥିବା ବେଳେ ତଳସ୍ତରରେ ନିଜକୁ ଆମତ୍ନିର୍ଭରଶୀଳ କରାଇ ନ ପାରି ରାଜନୀତି ଭିତରକୁ ପ୍ରବେଶ କରି ଯାଉଛନ୍ତି। ଫଳରେ ରାଜନେତା ଏବେ ଯୁବ ବର୍ଗଙ୍କର ଆଦର୍ଶ ପାଲଟି ଯାଉଛନ୍ତି। ସମାଜରେ ଖଟି ଖାଇବା ପରମ୍ପରା ଥିଲା ବେଳେ ଯୁବ ବର୍ଗ ମାଗି ଖାଇବାକୁ ପସନ୍ଦ କରୁଛନ୍ତି। ବହିଘୋଷା ପାଠ ସମାଜ ପାଇଁ କାମରେ ଆସୁନି। ରାତାରାତି ଧନୀ ହେବା ନିଶା ସେମାନଙ୍କୁ ଘାରିଛି। ଆଜି ଦେଶର ଏକତୃତୀୟାଂଶ ହେଉଛନ୍ତି ଯୁବକ। ସେମାନେ ଦେଶର ବୃହତ୍‌ ଶକ୍ତି। କର୍ମ ଉପରେ ଭାରତୀୟ ସଂସ୍କୃତି ପର୍ଯ୍ୟବସିତ। ମାତ୍ର ଦୁଃଖର କଥା ଯେ, ସେମାନେ ଏବେ କର୍ମ ବିମୁଖ।
ଯୁବକମାନେ ଭାବୁ ନାହାନ୍ତି ଯେ ସେମାନେ ରାଷ୍ଟ୍ରୀୟ ବିକାଶର ଆଧାର । ଯୁବଶକ୍ତି ଦ୍ୱାରା ଭାରତର ଯୁଗାନ୍ତକାରୀ ପରିବର୍ତ୍ତନ ହୋଇପାରିବ ବୋଲି ସେମାନଙ୍କର ବିଶ୍ୱାସ ଆସୁ ନାହିଁ। ଏଠାରେ ଜାପାନର ଉଦାହରଣ ଦିଆଯାଇପାରେ। ନିଜ ପରାଜୟର ୧୦ ବର୍ଷ ମଧ୍ୟରେ ଜାପାନ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥଶକ୍ତି ହୋଇପାରିଥିଲା କେବଳ ନିଜର ଉତ୍ସାହ ଓ ଅତୁଟ ସଂକଳ୍ପ ପାଇଁ। ସେତେବେଳେ ଜାପାନ ପାଖରେ ନିଜର ଲୋକ ବଳ ଓ ପ୍ରଚୁର ପ୍ରାକୃତିକ ସମ୍ବଳ ନ ଥିଲା। ଜାପାନ ଯାହା କିଛି କଲା ନିଜର ପରିଶ୍ରମ ଏବଂ ଯୁବଶକ୍ତିର ନିଷ୍ଠା,ସଙ୍କଳ୍ପ ଓ ପ୍ରତିଭା ବଳରେ। ସ୍ବାମୀ ବିବେକାନନ୍ଦ ଭାରତର ଯୁବଶକ୍ତିକୁ ଲକ୍ଷ୍ୟ କରି କହିଥିଲେ, ଚାଲ ଉଠ ଲକ୍ଷ୍ୟ ହାସଲ କର, ଅଟକି ଯାଅ ନାହିଁ, ସମସ୍ତ ଶକ୍ତି ତୁମ ଭିତରେ ଅଛି। ତାହାକୁ ଅନୁଭବ କର। କିନ୍ତୁ କାହିଁ ସେଭଳି ଉତ୍‌ଥାନ ଜଣା ପଡୁ ନାହିଁ। ଏବେ ଦେଖାଯାଉଛି ଆମ ପାଖରେ ବହୁ ଡିଗ୍ରୀଧାରୀ ଅଛନ୍ତି, କିନ୍ତୁ ସେମାନଙ୍କୁ ଉପଯୁକ୍ତ ସ୍ଥାନ ମିଳିପାରୁ ନାହିଁ। ଏଥିପାଇଁ ଯେଉଁ କାରଣମାନ ରହିଛି ତାହା ଦୂର କରାଯିବା ପାଇଁ ଯୁବଶକ୍ତିର ଉଦ୍ୟମ ଲୋଡ଼ା। ଆମ ଶିକ୍ଷା ପ୍ରଣାଳୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରମାନଙ୍କୁ କେବଳ ଅମଲାଭାବେ ଗଢ଼ିତୋଳିବା। ଏଥିରେ ଯୁବ ଶକ୍ତିକୁ ନ୍ୟାୟ ମିଳୁ ନାହିଁ। ଏହାର ଆମୂଳଚୂଳ ପରିବର୍ତ୍ତନ ହେବା ଆବଶ୍ୟକ। ଯେଉଁସବୁ ଦେଶ ବିଜ୍ଞାନ ତଥା ଔଦ୍ୟୋଗିକ କ୍ଷେତ୍ରରେ ଉନ୍ନତି କରିଛନ୍ତି, ସେଠାରେ ଡିଗ୍ରୀ ଉପରେ ନୁହେଁ, ଜ୍ଞାନ ଓ ବିଶେଷଜ୍ଞତା ଉପରେ ତାହା ନିର୍ଭର କରିଛି। ଗବେଷଣାରତ ବିଦ୍ୟାର୍ଥୀମାନଙ୍କ ସଂଖ୍ୟାରେ ତୁଳନାମତ୍କ ବିଶ୍ଳେଷଣ କଲେ ଚାଇନାରେ ଗବେଷଣାରତ ବିଦ୍ୟାର୍ଥୀଙ୍କ ସଂଖ୍ୟା ୮୫ ପ୍ରତିଶତ, କିନ୍ତୁ ଭାରତରେ ଏହା ମାତ୍ର ୨୦ ପ୍ରତିଶତ। ଚାଇନାରେ ପ୍ରତିବର୍ଷ ଛଅ ଲକ୍ଷ୍ୟରୁ ଅଧିକ ବିଦ୍ୟାର୍ଥୀ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ନିଅନ୍ତି। ଯେତେବେଳେ କି ଭାରତରେ ଏହି ସଂଖ୍ୟା ୪.୬୫ ଲକ୍ଷ। ଆମ ଶିକ୍ଷା ବ୍ୟବସ୍ଥା ପ୍ରାଥମିକ ବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ପର୍ଯ୍ୟନ୍ତ ସେତେ ଗୁଣବତ୍ତା ନୁହେଁ। ଦେଖାଯାଉଛି ଯେ ପ୍ରତିଭାଶାଳୀ ଓ ଯୋଗ୍ୟ ବିଦ୍ୟାର୍ଥୀ ଇଂଜିନିୟରିଂ, ପ୍ରବନ୍ଧନ, ଚିକିସତ୍ା ଏବଂ ବୃତ୍ତିଗତ ବିଶେଷଜ୍ଞତା ସହିତ ଜଡ଼ିତ ଅନ୍ୟ ପାଠ୍ୟକ୍ରମଗୁଡ଼ିକରେ ପ୍ରବେଶ କରୁୁନାହିଁ। ଯୁବଶକ୍ତିର ବିକାଶରେ ଆଉ ଏକ ବୃହତ୍‌ ପ୍ରତିବନ୍ଧକ ଦେଖାଦେଇଛି। ତାହା ହେଉଛି ଉଚ୍ଚଶିକ୍ଷା ଓ ରୋଜଗାରରେ ଦୁର୍ନୀତ ଲୋପ ପାଇବାର ନାଁ ନ ଧରିବା। ଏଭଳି ବ୍ୟବସ୍ଥାର ବିଲୋପ କେବଳ ଯୁବଶକ୍ତିଙ୍କ ଉପରେ ହିଁ ନିର୍ଭର କରୁଛି।
ଏବେ ଦେଶରେ ଯେଉଁ ବିକାଶ ସାଧିତ ହେଉଛି ତାହା ଧୀର ଓ ମନ୍ଥର ଗତିରେ। କିନ୍ତୁ ସରକାରୀ ଅନିଶ୍ଚିତତା ଆମ ଅର୍ଥ ବ୍ୟବସ୍ଥା ଗତିରେ ବାଧକ ସାଜୁଛି। ଦେଶର ବିକାଶ ହେଲେ ଶିକ୍ଷିତ ଯୁବବର୍ଗ ବେକାର ରହିବେ ନାହିଁ। କିନ୍ତୁ ବେକାର ରହିବାର କାରଣ ହେଉଛି ଆମ ଢାଞ୍ଚା ଓ ଅର୍ଥ ବ୍ୟବସ୍ଥା ସନ୍ଦେହାମତ୍କ । ଯେତେଗୁଡ଼ିଏ ନିର୍ମାଣ କାର୍ଯ୍ୟ ହେଉଛି ବା ବିକାଶ କରାଯାଉଛି ତାହା ଦ୍ରୁତ ଗତିରେ ହେଉ ନାହିଁ। ଦୂରଦୃଷ୍ଟି ରଖି ଆର୍ଥିକ ବ୍ୟବସ୍ଥା କରା ନ ଯିବା ଫଳରେ ଏବଂ କାର୍ଯ୍ୟକାରିତାର ପ୍ରକ୍ରିୟା ଭୁଲ୍‌ ବାଟରେ ଯାଉଥିବାରୁ ଯୁବ ଶକ୍ତି ନିଜକୁ ଏଥିରେ ପ୍ରବେଶ କରିବାର ସୁଯୋଗ ପାଉ ନାହାନ୍ତି। ଆଜିର ଶାସକମାନେ ଯୁବପିଢ଼ି ଭବିଷ୍ୟତ ପାଇଁ କାର୍ଯ୍ୟକରିବା ଆବଶ୍ୟକ। ନିର୍ଣ୍ଣାୟକ ପଦକ୍ଷେପ ସ୍ବରୂପ ଦେଶରୁ ଦୁର୍ନୀତି, ଭ୍ରଷ୍ଟତା ଦୂର କରିବା ସହ କର୍ମ ସଂସ୍କୃତିକୁ ବଦଳାଇବା ଦରକାର। ଏ ଦିଗରେ ଯୁବ ଶକ୍ତିର ଆବଶ୍ୟକତା ରହିଛି। ଆମ ସଂସ୍କୃତି, ସଭ୍ୟତା, ରାଷ୍ଟ୍ର, ଧର୍ମ, ଭାଷା ଆମର ପରିଚୟ। ଏହା ଆମ ରକ୍ତ ଭିତରେ ପ୍ରବାହିତ । କିନ୍ତୁ ଏଥିରୁ ଯୁବଶକ୍ତି ଦୂରେଇ ଯାଉଛନ୍ତି। ନିଜ ଗାଁ, ନିଜ ଭାଷାକୁ ଅବହେଳା କରି ଅନ୍ୟଟି ପ୍ରତି ଆସକ୍ତ ହେଉଥିବା ଯୁବ ଶକ୍ତି ପରୋକ୍ଷରେ ନିଜ ଗୋଡ଼ରେ କୁରାଢ଼ି ମାରୁଛନ୍ତି। ସାରା ଭାରତରେ ଏହି ଗୋଟିଏ ସମସ୍ୟା ଦେଖାଯାଉଛି। ଗୋଟିଏ ପକ୍ଷେ କର୍ମଜୀବୀ ଯୁବ ଶକ୍ତି ମୋଟା ଅଙ୍କର ଦରମା ଲୋଭରେ ଦେଶ ବାହାରେ ରହୁଛନ୍ତି। ପ୍ରାଚୁର୍ଯ୍ୟକୁ ହାତ ମୁଠାରେ ପାଇବା ପାଇଁ ସେମାନେ ବ୍ୟାକୁଳ। ଅନ୍ୟପକ୍ଷରେ ଗାଁଗୁଡ଼ିକରେ ବେକାରି ଯୁବ ଶକ୍ତି କର୍ମ ବିମୁଖ ହୋଇ ପଡିଛନ୍ତି। ବୃତ୍ତିଗତ କର୍ମ କରିବାକୁ ଆଉ କେହି ଚାହୁଁ ନାହାନ୍ତି; ଯାହା ଫଳରେ ଏବେ ବିଭିନ୍ନ କ୍ଷେତ୍ରରେ କର୍ମ କୁଶଳୀର ଅଭାବ। ଶିକ୍ଷାଠାରୁ ଆରମ୍ଭ କରି ଶିଳ୍ପ, କୃଷି, ଗମନାଗମନ ଆଦି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଥିବା ବେଳେ ବେକାରି ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଏଥିପାଇଁ ସରକାର ଚିନ୍ତା କରିବା ଆବଶ୍ୟକ। ଆଜିର ସୁସ୍ଥ, ଯଥା ସ୍ଥିତିବାଦୀ ତଥା ଭ୍ରଷ୍ଟ କାର୍ଯ୍ୟ-ସଂସ୍କୃତିକୁ ବଦଳାଯାଉ; ଯଦ୍ଦ୍ବାରା ସୁଯୋଗଗୁଡ଼ିକର ଦ୍ୱାର ଖୋଲିଯିବ। ଏହିପରି ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଆଧୁନିକତା, ପାଶ୍ଚାତ୍ୟ ସଭ୍ୟତା, ବିଦେଶୀ ଭାଷା ଓ ଜୀବନର ମୂଲ୍ୟବୋଧଗୁଡ଼ିକରୁ ଉତ୍ତମ ତତ୍ତ୍ୱଗୁଡ଼ିକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି ତା’ ବୋଲି ନୁହେଁ ଯେ ସେଗୁଡ଼ିକ ଆଗରେ ମୁଣ୍ଡ ନୁଆଁଇ ଚାଲିବା। ଆଜିର ଯୁବ ସମାଜ ସେମାନଙ୍କ ମଧ୍ୟରେ ଥିବା ଆମତ୍ବିଶ୍ୱାସକୁ ହରାଇବା ଉଚିତ ନୁହେଁ। ଆଜିର ଯୁଗରେ ନିଜ କର୍ମଯୋଜନାକୁ ନିଜ ସଂସ୍କୃତି ପରିସରଭୁକ୍ତ କରି ଭୋଗବାଦଠାରୁ ଦୂରେଇ ରହିବା ଦରକାର। ଯୁବ ସମାଜ କର୍ମ ଓ ସଂସ୍କୃତି ମଧ୍ୟରେ କୌଣସି ବୈଷମ୍ୟତା ନ ରଖି ବରଂ ଏ କ୍ଷେତ୍ରରେ ଉଦ୍‌ବୁଦ୍ଧ ଓ ଅନୁପ୍ରାଣୀତ ହେବା ଏକାନ୍ତ ଆବଶ୍ୟକ।

  • ହରେକୃଷ୍ଣ ପଣ୍ଡା
    ସମ୍ପାଦକ, ଅଖିଳଚକ୍ର, ଓଡ଼ିଶା

Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?