ବନ୍ତଳା ଅଞ୍ଚଳରେ ମାତିଛନ୍ତି ଡକାୟତ

ଅନୁଗୋଳ ଅଫିସ, ୮ା୧୨: ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ପୁରୁଣା କଟକ-ସମ୍ବଲପୁର ରୋଡ୍‌ରେ ଡକାୟତ ଗ୍ୟାଙ୍ଗ୍‌ ମାତିଛନ୍ତି। ବେଡ଼ା ବସଲା ଛକରେ ସେମାନେ ଗାଡ଼ି ଚାଳକଙ୍କୁ ଅଟକାଇ ମାଡ଼ ମାରୁଛନ୍ତି। ଭୁଜାଲି ଦେଖାଇ ଭୟଭୀତ କରାଇବା ସହ ଟଙ୍କା ଓ ମୋବାଇଲ୍‌ ଝାମ୍ପି ନେଉଛନ୍ତି। ଗତ ରବିବାର ଏବଂ ମଙ୍ଗଳବାର ଦୁଇଜଣ ଗାଡ଼ି ଚାଳକ ଡକାୟତଙ୍କ ଶିକାର ହେବା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ଲିଖିତ ଅଭିଯୋଗ ପରେ ପୋଲିସ ସଜାଗ ହୋଇ ଉଠିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଡକାୟତି ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତ ହେଲେ ଅନୁଗୋଳ ଜିଲା ଖମାର ଥାନା ଅଞ୍ଚଳର ସୁନର୍ଶନ ନାହାକ (୨୧), କାଙ୍ଗୁଲା ଅଞ୍ଚଳର ମୁଚୁକୁନ୍ଦ ମୁଦୁଲି (୨୩) ଓ ଅମର ସେଠୀ (୧୯)।

ଗତ ରବିବାର ରାତିରେ ଦେବଗଡ଼ ସୁନାମୁଣ୍ଡା ଗ୍ରାମର ସୁଜିତ କୁମାର ସାହୁ ଉଦ୍ୟାନ ବିଭାଗର ମେଡିସିନ୍‌ ନେଇ ଏକ ପିକ୍‌ଅପ୍‌ରେ କଟକରୁ ବେଡ଼ାବସଲା ରାସ୍ତାରେ ଫେରୁଥିଲେ। ଏହି ସମୟରେ ଗୋଟିଏ ବାଇକ୍‌ରେ ୩ ଯୁବକ ଆସି ତାଙ୍କୁ ଅଟକାଇବା ସହ ବେକରେ ଛୁରି ଲଗାଇ ୩, ୦୦୦ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇ ମହୀଧରପୁର ରୋଡ୍‌ ଅଭିମୁଖେ ଚମ୍ପଟ ମାରିଥିଲେ। ଏନେଇ ନଂ. ୫୧୫/୨୨ରେ ମାମଲା ରୁଜୁ କରାଯାଇଥିଲା। ଗତ ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଏକ ବାଇକ୍‌ରେ ୩ ଜଣ ଢେଙ୍କନାଳ ଜିଲାରୁ ଅନୁଗୋଳ ଟାଇଁସିକୁ ଯାଉଥିବା ଏକ ପିକ୍‌ ଅପ୍‌ ଗାଡ଼ିକୁ ଟାର୍ଗେଟ କରିଥିଲେ। ଢେଙ୍କାନାଳ ଜିଲା ଶଙ୍କରପୁର ଅଞ୍ଚଳର ମନୋରଞ୍ଜନ ପ୍ରଧାନଙ୍କ ବେକରେ ଭୁଜାଲି ଲଗାଇ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ଢିଲା ପୋଲିସ ପାଟ୍ରୋଲିଂର ଫାଇଦା ନେଇ ଡକାୟତି ଦଳ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଛନ୍ତି। ଏହି ଡକାୟତ ଗ୍ୟାଙ୍ଗ୍‌ର ବହୁ ସଦସ୍ୟ ବାହାରେ ଥିବାବେଳେ ସେମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ସୁମିତ୍ରା ପାତ୍ର କୁହନ୍ତି, ଧରାପଡ଼ିଥିବା ଅଭିଯୁକ୍ତମାନେ ବିଭିନ୍ନ ଡକାୟତି ଘଟଣାରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri