ବନ୍ତଳା ଅଞ୍ଚଳରେ ମାତିଛନ୍ତି ଡକାୟତ

ଅନୁଗୋଳ ଅଫିସ, ୮ା୧୨: ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ପୁରୁଣା କଟକ-ସମ୍ବଲପୁର ରୋଡ୍‌ରେ ଡକାୟତ ଗ୍ୟାଙ୍ଗ୍‌ ମାତିଛନ୍ତି। ବେଡ଼ା ବସଲା ଛକରେ ସେମାନେ ଗାଡ଼ି ଚାଳକଙ୍କୁ ଅଟକାଇ ମାଡ଼ ମାରୁଛନ୍ତି। ଭୁଜାଲି ଦେଖାଇ ଭୟଭୀତ କରାଇବା ସହ ଟଙ୍କା ଓ ମୋବାଇଲ୍‌ ଝାମ୍ପି ନେଉଛନ୍ତି। ଗତ ରବିବାର ଏବଂ ମଙ୍ଗଳବାର ଦୁଇଜଣ ଗାଡ଼ି ଚାଳକ ଡକାୟତଙ୍କ ଶିକାର ହେବା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ଲିଖିତ ଅଭିଯୋଗ ପରେ ପୋଲିସ ସଜାଗ ହୋଇ ଉଠିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଡକାୟତି ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତ ହେଲେ ଅନୁଗୋଳ ଜିଲା ଖମାର ଥାନା ଅଞ୍ଚଳର ସୁନର୍ଶନ ନାହାକ (୨୧), କାଙ୍ଗୁଲା ଅଞ୍ଚଳର ମୁଚୁକୁନ୍ଦ ମୁଦୁଲି (୨୩) ଓ ଅମର ସେଠୀ (୧୯)।

ଗତ ରବିବାର ରାତିରେ ଦେବଗଡ଼ ସୁନାମୁଣ୍ଡା ଗ୍ରାମର ସୁଜିତ କୁମାର ସାହୁ ଉଦ୍ୟାନ ବିଭାଗର ମେଡିସିନ୍‌ ନେଇ ଏକ ପିକ୍‌ଅପ୍‌ରେ କଟକରୁ ବେଡ଼ାବସଲା ରାସ୍ତାରେ ଫେରୁଥିଲେ। ଏହି ସମୟରେ ଗୋଟିଏ ବାଇକ୍‌ରେ ୩ ଯୁବକ ଆସି ତାଙ୍କୁ ଅଟକାଇବା ସହ ବେକରେ ଛୁରି ଲଗାଇ ୩, ୦୦୦ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇ ମହୀଧରପୁର ରୋଡ୍‌ ଅଭିମୁଖେ ଚମ୍ପଟ ମାରିଥିଲେ। ଏନେଇ ନଂ. ୫୧୫/୨୨ରେ ମାମଲା ରୁଜୁ କରାଯାଇଥିଲା। ଗତ ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଏକ ବାଇକ୍‌ରେ ୩ ଜଣ ଢେଙ୍କନାଳ ଜିଲାରୁ ଅନୁଗୋଳ ଟାଇଁସିକୁ ଯାଉଥିବା ଏକ ପିକ୍‌ ଅପ୍‌ ଗାଡ଼ିକୁ ଟାର୍ଗେଟ କରିଥିଲେ। ଢେଙ୍କାନାଳ ଜିଲା ଶଙ୍କରପୁର ଅଞ୍ଚଳର ମନୋରଞ୍ଜନ ପ୍ରଧାନଙ୍କ ବେକରେ ଭୁଜାଲି ଲଗାଇ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ଢିଲା ପୋଲିସ ପାଟ୍ରୋଲିଂର ଫାଇଦା ନେଇ ଡକାୟତି ଦଳ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଛନ୍ତି। ଏହି ଡକାୟତ ଗ୍ୟାଙ୍ଗ୍‌ର ବହୁ ସଦସ୍ୟ ବାହାରେ ଥିବାବେଳେ ସେମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ସୁମିତ୍ରା ପାତ୍ର କୁହନ୍ତି, ଧରାପଡ଼ିଥିବା ଅଭିଯୁକ୍ତମାନେ ବିଭିନ୍ନ ଡକାୟତି ଘଟଣାରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri