ଗ୍ରୋକ୍‌ ଏଆଇକୁ ନେଇ ଏଲନ ମସ୍କଙ୍କ ବଡ଼ ନିଷ୍ପତ୍ତି, ରାଗରେ ନିଆଁବାଣ ହେବେ ବ୍ୟବହାରକାରୀ…

ନୂଆଦିଲ୍ଲୀ,୯।୮: ଯଦି ଆପଣ ପ୍ରତିଦିନ ଗ୍ରୋକ ଏଆଇ ବ୍ୟବହାର କରୁଛନ୍ତି ଏବଂ ଏହା ଆପଣଙ୍କର ପ୍ରିୟ ଏଆଇ ଟୁଲ, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ରହିଛି। ଏଲନ ମସ୍କ ଗ୍ରୋକ ଏଆଇକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହା ଗ୍ରୋକ ଉପଭୋକ୍ତାଙ୍କୁ ନିରାଶ କରିପାରେ। ମସ୍କଙ୍କର ଧ୍ୟାନ ସବୁବେଳେ ଆୟ ବୃଦ୍ଧି ଉପରେ ରହିଛି। ଏବେ ସେ ଗ୍ରୋକ ଏଆଇରୁ ମଧ୍ୟ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଏଥିପାଇଁ ଗ୍ରୋକ ଚାଟରେ ସେ ବିଜ୍ଞାପନ ପ୍ରଦର୍ଶନ କରିବାର ପ୍ରସ୍ତୁତି କରୁଛନ୍ତି।

ଏକ୍ସ (X)ର ମାଲିକ ଏଲନ ମସ୍କ ନିକଟରେ ଏକ ସ୍ପେସେସ ଆଲୋଚନା ସମୟରେ ବିଜ୍ଞାପନଦାତାଙ୍କ ସହ କଥାବାର୍ତ୍ତା ବେଳେ ଖୁଲାସା କରିଛନ୍ତି ଯେ ତାଙ୍କ କମ୍ପାନୀ ଏବେ ଗ୍ରୋକ୍‌ ଏଆଇ ଚାଟବଟ୍‌ର କ୍ଷମତାରୁ ବାଣିଜି୍ୟକ ଲାଭ ଉଠାଇବାକୁ ପ୍ରସ୍ତୁତ ହେଉଛି। ମସ୍କ କହିଛନ୍ତି ଯେ ଗ୍ରୋକ୍‌ର ଉତ୍ତର ଓ ପରାମର୍ଶ ସହିତ ଉପଭୋକ୍ତାଙ୍କୁ ବିଜ୍ଞାପନ ଦେଖାଯିବ, ଯାହା ଗ୍ରୋକ ଚଲାଇବା ପାଇଁ ବ୍ୟବହୃତ ମହଙ୍ଗା ଜିପିୟୁ (GPU)ର ଖର୍ଚ୍ଚ ପୂରଣ କରିବ।

ମସ୍କ କହିଛନ୍ତି ଯେ ଏକ୍ସର ମୂଳ କମ୍ପାନୀ xAI ଏପର୍ଯ୍ୟନ୍ତ କେବଳ ଗ୍ରୋକ ଏଆଇ ଚାଟବଟ୍‌କୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଥିଲା, କିନ୍ତୁ ଏବେ ଏହାର ଲକ୍ଷ୍ୟ ରାଜସ୍ବ ଅର୍ଜନ ଦିଗରେ ରହିବ। ସେ ଆହୁରି କହିଛନ୍ତି ଯେ ଯେତେବେଳେ ଉପଭୋକ୍ତା ଏଆଇକୁ କୌଣସି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବେ, ତେବେ ଉତ୍ତର ସହିତ ବିଜ୍ଞାପନ ପରାମର୍ଶ ରୂପେ ଦେଖାଯାଇପାରେ। ତଥାପି, ସେ ତାଙ୍କର ପୂର୍ଣ୍ଣ ରଣନୀତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି।

ଏଲନ ମସ୍କ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କମ୍ପାନୀ ଏବେ ‘ଗ୍ରୋକ ଇମାଜିନ୍‌’ ନାମକ ଏଆଇ ଇମେଜ ଓ ଭିଡିଓ ଜେନେରେସନ ଟୁଲ ଲଞ୍ଚ କରିଛି। ଏହି ନୂଆ ଟୁଲ ବର୍ତ୍ତମାନ ଆମେରିକାରେ ମାଗଣାରେ ଉପଲବ୍ଧ ରହିଛି ଏବଂ ଏହାକୁ ଆପ ଷ୍ଟୋର ଓ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ। ଏହି ଟୁଲକୁ ଗ୍ରୋକ ଆପରେ ଯୋଡ଼ା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?