ମୟୂରଭଞ୍ଜରେ ପୁଣି ଭୂକମ୍ପ ଝଟକା

ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ.ଏ.),୨୫ା୧୨-ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଜିଲାର ବଡ଼ସାହି, ବେତନଟୀ, ବୈଶିଙ୍ଗା, ଖୁଣ୍ଟା ଓ ଗୋପବନ୍ଧୁନଗର ଆଦି ଅଞ୍ଚଳରେ ଅନୁଭୂତ ଏହି ମୃଦୁ ଭୂମିକମ୍ପ ବିଷୟରେ ଲୋକେ ହଠାତ୍‌ କିଛି ଜାଣି ନ ପାରି ଆତଙ୍କିତ ହୋଇପଡ଼ିଥିଲେ। ଭୟଭୀତ ହୋଇ ଘର ବାହାରକୁ ପଳାଇଆସିଥିଲେ। ତେବେ ଭୂମିକମ୍ପର ତୀବ୍ରତା ସାମାନ୍ୟ ରହିଥିବା ବେଳେ ଜିଲାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତିଙ୍କୁ ପଚାରିବାରୁ ଭୂମିକମ୍ପ ସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ନ ଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତମାସ ୪ ତାରିଖରେ ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୯ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ହେବ ବିବନଙ୍କ ଟିଆଇ ପରେଡ୍‌

ଭୁବନେଶ୍ୱର,୨।୩(ବ୍ୟୁରୋ):ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ପଚରାଉଚରା କରିବ ସିବିଆଇ। ସୋମବାର ସିବିଆଇର ଏକ ଉଚ୍ଚସ୍ତରୀୟ ଟିମ୍‌...

ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ରବିବାର ଏକ ଅଘଟଣ ଘଟିଛି। ଆଳିପିଙ୍ଗଳ ଆରପଟ କେତକେଶ୍ୱର ଘାଟରୁ ଜଣେ ନାବାଳକ...

ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୧୫ ଆକ୍ରାନ୍ତ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ କରୋନାରେ ବୁଧବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୬୯ରେ ପହଞ୍ଚିଛି। ଏ...

ବଳ ଗୋଟାଉଛି ୟାସ୍‌

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଶନିବାର ଏହା ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ...

ଗାନ୍ଧୀ ମାର୍ଗରେ ରିହରସାଲ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍‌ ରିହରସାଲ ସୋମବାର କରାଯାଇଛି। କୋଭିଡ୍‌ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ...

ସୁବର୍ଣ୍ଣପୁର ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ

ସୋନପୁର,୩୦।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁପୁତ୍ର ବଦଳ କରାଯାଇଥିବା ବୁଧବାର ଅଭିଯୋଗ ହୋଇଛି। ଘଟଣାର ୫ ଦିନ ପରେ ଏ ନେଇ ଉଲୁଣ୍ଡା ଥାନା...

ବ୍ଲକରେ ହେବ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟବାକ୍ସ ସିଲ୍‌ କରି ବ୍ଲକରେ ରହିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ...

ମକର ହାଟରେ ଭିଡ଼

ବାରିପଦା ଅଫିସ/ଉଦଳା/ସାରସକଣା,୧୪ା୧(ଡି.ଏନ.ଏ.): ମକର ପର୍ବ ଲାଗି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଉତ୍ସବମୁଖର ହୋଇଉଠିଛି। ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଜିଲାର...

Advertisement
Archives

Model This Week