ନିଃଶୁଳ୍କ ସେବା ନ ପାଇ ନିରାଶ

ଅନୁଗୋଳ ଅଫିସ, ୫ା୧୨:ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିବ ନିଃଶୁଳ୍କ ସେବା। ଉତ୍ତମ ଚିକିତ୍ସା ପାଇ ଉପକୃତ ହେବେ ଗରିବ ରୋଗୀ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନ କରାଯାଉଛି। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଡାକ୍ତର, କର୍ମଚାରୀଙ୍କ ସହିତ ଆବଶ୍ୟକ ଯନ୍ତ୍ରାଂଶର ଅଭାବ ଏଠାରେ ରୋଗୀ ସେବାକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶେଷକରି ଅଲ୍‌ଟ୍ରାସାଉଣ୍ଡ ପାଇଁ ଦୈନିକ ୫୦ରୁ ଅଧିକ ଗର୍ଭବତୀ ଓ ରୋଗୀ ପ୍ରତୀକ୍ଷା କରୁଥିଲେ ମଧ୍ୟ ଅର୍ଦ୍ଧେକଙ୍କୁ ବିନା ପରୀକ୍ଷାରେ ଫେରିବାକୁ ପଡ଼ୁଛି। ଗୋଟିଏ ମେଶିନକୁ ଜଣେ ବିଶେଷଜ୍ଞ ଥିବାରୁ ଏହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଫଳରେ ଅନେକ ରୋଗୀ ଏହି ନିଃଶୁଳ୍କ ସେବାର ସୁଯୋଗ ନ ପାଇ ନିରାଶ ହେଉଥିବା ବେଳେ ଘରୋଇ କ୍ଲିନିକ, ନିର୍ସିଂହୋମ ଓ ପାଥୋଲୋଜିକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ୪ଶହରୁ ଅଧିକ ରୋଗୀ ଆସୁଛନ୍ତି। ଅନୁଗୋଳ ସହିତ ପଡ଼ୋଶୀ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲାର ସୀମାନ୍ତ ଅଞ୍ଚଳରୁ ଆସୁଥିବା ଏହି ରୋଗୀମାନଙ୍କ ମଧ୍ୟରୁ ଅନେକଙ୍କ ଅଲ୍‌ଟ୍ରାସାଉଣ୍ଡ ଆବଶ୍ୟକ ପଡ଼ୁଛି। ଏମ୍‌ଆର୍‌ଆଇ, ସିଟି ସ୍କାନ୍‌ ସହ ଏହି ଅଲ୍‌ଟ୍ରାସାଉଣ୍ଡ ବ୍ୟବସ୍ଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ମିଳୁଥିବାରୁ ଦୈନିକ ଭିଡ଼ ହେଉଛି। ଏହାଛଡ଼ା ବେସରକାରୀ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ବହୁ ରୋଗୀ ମଧ୍ୟ ନିଃଶୁଳ୍କ ସେବାର ସୁବିଧା ନେବାକୁ ଜିଲାର ଏହି ମୁଖ୍ୟ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୨୫ରୁ ଊର୍ଦ୍ଧ୍ୱଙ୍କୁ ହତାଶରେ ଫେରିବାକୁ ପଡ଼ୁଛି। କାରଣ ମୁଖ୍ୟ ଚିକିତ୍ସାଳୟରେ ମାତ୍ର ଗୋଟିଏ ଅଲ୍‌ଟ୍ରାସାଉଣ୍ଡ ମେଶିନ ରହିଛି। ପ୍ରସୂତି ବିଭାଗରେ ୪ ଜଣ ଡାକ୍ତର ଥିଲେ ବି ଜଣେ ମହିଳା ଡାକ୍ତର ଅଲ୍‌ଟ୍ରାସାଉଣ୍ଡ ମେଶିନ ଚଳାଇବାର ତାଲିମ୍‌ ନେଇଛନ୍ତି। ଫଳରେ ପଞ୍ଜୀକୃତ ରୋଗୀଙ୍କ ମଧ୍ୟରୁ ମାତ୍ର ୧୫ରୁ ୨୦ ଜଣ ଗର୍ଭବତୀ ଓ ଅନ୍ୟ ରୋଗୀଙ୍କ ଅଲ୍‌ଟ୍ରାସାଉଣ୍ଡ ହୋଇପାରୁଛି। ନିୟମ ଅନୁଯାୟୀ କେବଳ ସୋନୋଲୋଜିଷ୍ଟମାନେ ହିଁ ଅଲଟ୍ରାସାଉଣ୍ଡ ମେଶିନ ଚଳାଇ ପାରିବେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ମଧ୍ୟ ଏହି ମେଶିନ୍‌ ଚଳାଇବା ପାଇଁ ୬ ମାସିଆ ତାଲିମ ଦିଆଯାଇଥାଏ। ମାତ୍ର ଏଠାରେ ଥିବା ୪ ଜଣ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ତାଲିମ ନେଇନାହାନ୍ତି। ସେମାନଙ୍କୁ ତାଲିମ୍‌ ଦେବା ଉପରେ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଅଲ୍‌ଟ୍ରାସାଉଣ୍ଡ କରି ନ ପାରି ଫେରୁଥିବା ଗରିବ ରୋଗୀମାନେ ଘରୋଇ ନର୍ସିଂହୋମ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ଯାଇ ୮ଶହରୁ ୯ଶହ ଟଙ୍କା ଦେଇ ଆର୍ଥିକ ଶୋଷଣର ଶିକାର ହେଉଥିବା ଦେଖାଯାଉଛି। ଜିଲା ଖଣିଜ ପାଣ୍ଠିରେ ପର୍ଯ୍ୟାପ୍ତ ଟଙ୍କା ରହିଛି। ସ୍ବାସ୍ଥ୍ୟସେବାର ବିକାଶ ପାଇଁ ଡିଏମ୍‌ଏଫ୍‌ ଟଙ୍କା ଖର୍ଚ୍ଚ କରିବାକୁ ଜିଲା ପ୍ରଶାସନ ସର୍ବଦା ପ୍ରସ୍ତୁତ ଅଛି। ମାତ୍ର ଅଲ୍‌ଟ୍ରାସାଉଣ୍ଡ ସେବାକୁ ବ୍ୟାପକ କରିବାକୁ ସ୍ବାସ୍ଥ୍ୟ ବିଭାଗ ଆନ୍ତରିକତା ଦେଖାଉ ନ ଥିବା ଅଭିଯୋଗ ହୋଇଛି। ଡିଏମ୍‌ଏଫ୍‌ରୁ ଅଧିକ ଆଡଭାନ୍ସ ଅଲ୍‌ଟ୍ରାସାଉଣ୍ଡ ମେଶିନ ସହିତ ସୋନୋଲୋଜିଷ୍ଟଙ୍କୁ ନିଯୁକ୍ତି ଦିଆଗଲେ ଅଧିକ ରୋଗୀ ଉପକୃତ ହୋଇପାନ୍ତେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri