ନିଃଶୁଳ୍କ ସେବା ନ ପାଇ ନିରାଶ

ଅନୁଗୋଳ ଅଫିସ, ୫ା୧୨:ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିବ ନିଃଶୁଳ୍କ ସେବା। ଉତ୍ତମ ଚିକିତ୍ସା ପାଇ ଉପକୃତ ହେବେ ଗରିବ ରୋଗୀ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନ କରାଯାଉଛି। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଡାକ୍ତର, କର୍ମଚାରୀଙ୍କ ସହିତ ଆବଶ୍ୟକ ଯନ୍ତ୍ରାଂଶର ଅଭାବ ଏଠାରେ ରୋଗୀ ସେବାକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶେଷକରି ଅଲ୍‌ଟ୍ରାସାଉଣ୍ଡ ପାଇଁ ଦୈନିକ ୫୦ରୁ ଅଧିକ ଗର୍ଭବତୀ ଓ ରୋଗୀ ପ୍ରତୀକ୍ଷା କରୁଥିଲେ ମଧ୍ୟ ଅର୍ଦ୍ଧେକଙ୍କୁ ବିନା ପରୀକ୍ଷାରେ ଫେରିବାକୁ ପଡ଼ୁଛି। ଗୋଟିଏ ମେଶିନକୁ ଜଣେ ବିଶେଷଜ୍ଞ ଥିବାରୁ ଏହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଫଳରେ ଅନେକ ରୋଗୀ ଏହି ନିଃଶୁଳ୍କ ସେବାର ସୁଯୋଗ ନ ପାଇ ନିରାଶ ହେଉଥିବା ବେଳେ ଘରୋଇ କ୍ଲିନିକ, ନିର୍ସିଂହୋମ ଓ ପାଥୋଲୋଜିକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ୪ଶହରୁ ଅଧିକ ରୋଗୀ ଆସୁଛନ୍ତି। ଅନୁଗୋଳ ସହିତ ପଡ଼ୋଶୀ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲାର ସୀମାନ୍ତ ଅଞ୍ଚଳରୁ ଆସୁଥିବା ଏହି ରୋଗୀମାନଙ୍କ ମଧ୍ୟରୁ ଅନେକଙ୍କ ଅଲ୍‌ଟ୍ରାସାଉଣ୍ଡ ଆବଶ୍ୟକ ପଡ଼ୁଛି। ଏମ୍‌ଆର୍‌ଆଇ, ସିଟି ସ୍କାନ୍‌ ସହ ଏହି ଅଲ୍‌ଟ୍ରାସାଉଣ୍ଡ ବ୍ୟବସ୍ଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ମିଳୁଥିବାରୁ ଦୈନିକ ଭିଡ଼ ହେଉଛି। ଏହାଛଡ଼ା ବେସରକାରୀ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ବହୁ ରୋଗୀ ମଧ୍ୟ ନିଃଶୁଳ୍କ ସେବାର ସୁବିଧା ନେବାକୁ ଜିଲାର ଏହି ମୁଖ୍ୟ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୨୫ରୁ ଊର୍ଦ୍ଧ୍ୱଙ୍କୁ ହତାଶରେ ଫେରିବାକୁ ପଡ଼ୁଛି। କାରଣ ମୁଖ୍ୟ ଚିକିତ୍ସାଳୟରେ ମାତ୍ର ଗୋଟିଏ ଅଲ୍‌ଟ୍ରାସାଉଣ୍ଡ ମେଶିନ ରହିଛି। ପ୍ରସୂତି ବିଭାଗରେ ୪ ଜଣ ଡାକ୍ତର ଥିଲେ ବି ଜଣେ ମହିଳା ଡାକ୍ତର ଅଲ୍‌ଟ୍ରାସାଉଣ୍ଡ ମେଶିନ ଚଳାଇବାର ତାଲିମ୍‌ ନେଇଛନ୍ତି। ଫଳରେ ପଞ୍ଜୀକୃତ ରୋଗୀଙ୍କ ମଧ୍ୟରୁ ମାତ୍ର ୧୫ରୁ ୨୦ ଜଣ ଗର୍ଭବତୀ ଓ ଅନ୍ୟ ରୋଗୀଙ୍କ ଅଲ୍‌ଟ୍ରାସାଉଣ୍ଡ ହୋଇପାରୁଛି। ନିୟମ ଅନୁଯାୟୀ କେବଳ ସୋନୋଲୋଜିଷ୍ଟମାନେ ହିଁ ଅଲଟ୍ରାସାଉଣ୍ଡ ମେଶିନ ଚଳାଇ ପାରିବେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ମଧ୍ୟ ଏହି ମେଶିନ୍‌ ଚଳାଇବା ପାଇଁ ୬ ମାସିଆ ତାଲିମ ଦିଆଯାଇଥାଏ। ମାତ୍ର ଏଠାରେ ଥିବା ୪ ଜଣ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ତାଲିମ ନେଇନାହାନ୍ତି। ସେମାନଙ୍କୁ ତାଲିମ୍‌ ଦେବା ଉପରେ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଅଲ୍‌ଟ୍ରାସାଉଣ୍ଡ କରି ନ ପାରି ଫେରୁଥିବା ଗରିବ ରୋଗୀମାନେ ଘରୋଇ ନର୍ସିଂହୋମ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ଯାଇ ୮ଶହରୁ ୯ଶହ ଟଙ୍କା ଦେଇ ଆର୍ଥିକ ଶୋଷଣର ଶିକାର ହେଉଥିବା ଦେଖାଯାଉଛି। ଜିଲା ଖଣିଜ ପାଣ୍ଠିରେ ପର୍ଯ୍ୟାପ୍ତ ଟଙ୍କା ରହିଛି। ସ୍ବାସ୍ଥ୍ୟସେବାର ବିକାଶ ପାଇଁ ଡିଏମ୍‌ଏଫ୍‌ ଟଙ୍କା ଖର୍ଚ୍ଚ କରିବାକୁ ଜିଲା ପ୍ରଶାସନ ସର୍ବଦା ପ୍ରସ୍ତୁତ ଅଛି। ମାତ୍ର ଅଲ୍‌ଟ୍ରାସାଉଣ୍ଡ ସେବାକୁ ବ୍ୟାପକ କରିବାକୁ ସ୍ବାସ୍ଥ୍ୟ ବିଭାଗ ଆନ୍ତରିକତା ଦେଖାଉ ନ ଥିବା ଅଭିଯୋଗ ହୋଇଛି। ଡିଏମ୍‌ଏଫ୍‌ରୁ ଅଧିକ ଆଡଭାନ୍ସ ଅଲ୍‌ଟ୍ରାସାଉଣ୍ଡ ମେଶିନ ସହିତ ସୋନୋଲୋଜିଷ୍ଟଙ୍କୁ ନିଯୁକ୍ତି ଦିଆଗଲେ ଅଧିକ ରୋଗୀ ଉପକୃତ ହୋଇପାନ୍ତେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?