ଧିମାନ ଜିତିଲେ

Dillip Cherian

ହିମାଚଳପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉକ୍ତ ରାଜ୍ୟ ରାମ ଦାସ ଧିମାନଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଧିମାନ ମୁଖ୍ୟ ସଚିବ ଭାବେ ପଦସ୍ଥ ରାମ ସୁଭଗ ସିଂ ପରେ ଏହି ପ୍ରତିଷ୍ଠିତ ପଦବୀ ପାଇଛନ୍ତି। ତେବେ ସିଂ ଉକ୍ତ ପଦବୀ ଛାଡ଼ିବା ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନର(ସିଆଇସି) ପଦବୀରେ ରହିବା ଲାଗି କରିଥିବା ଆବେଦନକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସ୍ପଷ୍ଟ ହୋଇଛି ଯେ, ସିଂ ଏହି ନୂଆ ସିଆଇସି ପଦବୀ ପାଇବା ପାଇଁ ପ୍ରାୟ ଏକ ବର୍ଷ ପୂର୍ବରୁ ଆଗ୍ରହ ପ୍ରକାଶ କରିବା ସହ ଏଥିରେ ତାଙ୍କୁ ନିଯୁକ୍ତି ଦେବା ଲାଗି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି। ଜଣାପଡ଼ିଛି ଯେ,ଗତ ବର୍ଷ ଅଗଷ୍ଟରେ ସିଂ ମୁଖ୍ୟ ସଚିବ ପଦବୀରେ ନିଯୁକ୍ତ ହେବାର ଠିକ୍‌ ପରେ ପରେ ସେ ସିଆଇସି ଲାଗି ଅଭିଯାନ ଆରମ୍ଭ କରିଦେଇଥିଲେ। ତେବେ ଇତିମଧ୍ୟରେ ତାଙ୍କ ଉତ୍ତରାଧିକାରୀ ସନ୍ଧାନ କରିବା ସରକାରଙ୍କୁ ଜଟିଳ ହୋଇଛି। ଶେଷରେ ତିନିଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ଧିମାନଙ୍କୁ ଚୟନ କରାଯାଇଛି। କୌତୂହଳର ବିଷୟ, ଏମାନଙ୍କ ମଧ୍ୟରେ ଅଛନ୍ତି ସୁଭଗଙ୍କ ସ୍ତ୍ରୀ ନିଶା ସିଂ। ଅନ୍ୟ ଦୁଇଜଣ ଅଧିକାରୀ ଅଲି ରାଜ୍‌ ରିଜ୍‌ଭି ଏବଂ ସଞ୍ଜୟ ଗୁପ୍ତାଙ୍କୁ ପଛରେ ପକାଇ ଧିମାନ ପଦବୀ ରେସ୍‌ ଜିତିଛନ୍ତି । ବିଶେଷକରି ଉପେକ୍ଷିତ ଏହି ଦୁଇ ଅଧିକାରୀଙ୍କ କ୍ୟାରିୟର ରେକର୍ଡକୁ ଲକ୍ଷ୍ୟ କଲେ ସେମାନଙ୍କୁ ଧିମାନ ଟପିଯିବା କଷ୍ଟକର ମନେହୁଏ। ଧିମାନଙ୍କ ନିଯୁକ୍ତିକୁ ଦୃଷ୍ଟିରେ ରଖି ନିଶା ସିଂଙ୍କୁ ପ୍ରମୁଖ ପରାମର୍ଶଦାତା( ପ୍ରଶିକ୍ଷଣ) ଭାବେ ନିଯୁକ୍ତ କରାଯାଇଥିବାବେଳେ ସଞ୍ଜୟ ଗୁପ୍ତାଙ୍କୁ ସାଧାରଣ ଅଭିଯୋଗ ନିବାରଣର ପ୍ରମୁଖ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଯାଇଛି। ତେବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ହେବାର ଇଚ୍ଛା ପୂରଣ କରିବା ଲାଗି ଅପେକ୍ଷାରେ ଥିବାବେଳେ ସିଂଙ୍କ ଚାକିରି ଆଉ ବର୍ଷେ ରହିଛି ଓ ସେ ପ୍ରଶାସନିକ ସଂସ୍କାରର ପ୍ରମୁଖ ସଚିବ ହୋଇ ରହିବେ।
ପଦୋନ୍ନତି ବିବାଦ
ହରିୟାଣାରେ ଅନେକ ଆଇଏଏସ୍‌ ଅଧିକାରୀଙ୍କ ପଦୋନ୍ନତି ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶର ନ୍ୟାୟିକ ଦିଗକୁ ନେଇ ଏକ ବିବାଦ ବା ଲଢ଼େଇ ଆରମ୍ଭ ହୋଇଛି। ପଦୋନ୍ନତି ଦିଆଯାଇଥିବା ଅଧିକାରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡିଆଇଜି ସ୍ତରର ଆଇପିଏସ୍‌ ଅଧିକାରୀ ହମିଦ ଅଖ୍‌ତାର। ସେ ତାଙ୍କ ପଦୋନ୍ନତି ଆଦେଶକୁ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଆଦେଶ ଜାରିର ପାଖାପାଖି ୬ମାସ ପୂର୍ବରୁ ତାହାକୁ କାର୍ଯ୍ୟକାରୀ କରି ତାଙ୍କୁ ପଦୋନ୍ନତି ଦେବାକୁ କହିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ସେ ମଧ୍ୟ ଏକ ରିପ୍ରେଜେଣ୍ଟେସନ କ୍ରାଇମବ୍ରାଞ୍ଚ ଏଡିଜିପି ଓ.ପି.ସିଂଙ୍କ ନିକଟକୁ ପଠାଇ ସେଥିରେ ଉକ୍ତ ପ୍ରସଙ୍ଗକୁ ପୋଲିସ ମହାନିର୍ଦ୍ଦେଶକ ତଥା ଶୀର୍ଷ ଅଧିକାରୀ( ଡିଜିପି) ପି.କେ.ଅଗ୍ରଓ୍ବାଲାଙ୍କ ପାଖରେ ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଅଖ୍‌ତରଙ୍କ ଅନୁରୋଧ ଭଳି ପୂର୍ବରୁ ଦୃଷ୍ଟାନ୍ତ ବି ରହିଛି। ୨୦୧୫, ୨୦୧୭ ଓ ୨୦୧୮ରେ କେତେଜଣ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି କରାଯାଇ ନିର୍ଦ୍ଧାରିତ ସମୟ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନେ ମଧ୍ୟ ଅଖତରଙ୍କ ଭଳି ସରକାରଙ୍କୁ ଅନୁରୋଧ କରିଥିଲେ ଓ କେତେଜଣ ଆଇପିଏସ୍‌ ଅଧିକାରୀଙ୍କୁ ସ୍ବୀକୃତ ତାରିଖ ପୂର୍ବରୁ ପଦୋନ୍ନତି ପ୍ରଦାନ କରାଯାଇଥିଲା। ଏବେ ଅଖ୍‌ତର ଚଳିତ ବର୍ଷ ମେ ୨୬ରୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ ବି ଚଳିତ ବର୍ଷ ଜାନୁୟାରୀରୁ ତାଙ୍କୁ ପଦୋନ୍ନତି ଦେବା ଉଚିତ ବୋଲି ସେ କହିଛନ୍ତି।
ନୀତି ଆୟୋଗରେ ଆୟେର
ପୂର୍ବତନ ଆଇଏଏସ୍‌ ଅଧିକାରୀ ପରମେଶ୍ୱର ଆୟେର ଏବେ ନୀତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଗତ ମାସରେ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ କରିଥିବା ଅମିତାଭ କାନ୍ତଙ୍କ ସ୍ଥାନର ତାଙ୍କୁ ନିଯୁକ୍ତ କରାଯାଇଛି। ଜି୨୦ ଆଲୋଚନାଗୁଡ଼ିକୁ ସଞ୍ଚାଳନ କରିବାକୁ କାନ୍ତଙ୍କୁ ଭାରତର ଜି୨୦ ଟିମ୍‌ର ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସ୍ମରଣଯୋଗ୍ୟ,ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଜଳ ଓ ପରିମଳ ଦିଗରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଆୟେରଙ୍କର ୨୫ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ଉତ୍ତରପ୍ରଦେଶ କ୍ୟାଡର୍‌ର ୧୯୮୧ ବ୍ୟାଚ ଅଧିକାରୀ ଆୟେର ପାନୀୟ ଜଳ ଓ ପରିମଳ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ରେ ଅବସର ନେବା ପରେ ବିଶ୍ୱ ବ୍ୟାଙ୍କ୍‌ ପାଇଁ ଜଳ ଓ ପରିମଳ ବିଶେଷଜ୍ଞ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ବଚ୍ଛ ଭାରତ ମିଶନର ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ । ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ନୀତି ନିର୍ଦ୍ଧାରଣରେ ଉଚ୍ଚ ଅଭିଜ୍ଞତା ଥିବା ଆୟେର ଆର୍ଥିକ ବିକାଶକୁ ଗତିଶୀଳ କରିବା ଏବଂ ଆର୍ଥିକ ନୀତି ନିର୍ଦ୍ଧାରଣ ପ୍ର୍ରକ୍ରିିୟାରେ ଦେଶର ରାଜ୍ୟ ସରକାରଗୁଡ଼ିକୁ ଜଡ଼ିତ କରି ଏକ ଭାଗୀଦାରି ସଂଘୀୟବାଦକୁ ଆଗକୁ ବଢାଇବା ଲାଗି ଆୟୋଗର ପଦକ୍ଷେପଗୁଡ଼ିକର ନେତୃତ୍ୱ ନେବେ। ତେବେ ଆୟେରଙ୍କ ଦୃଷ୍ଟିକୋଣ ତାଙ୍କ ପୂର୍ବରୁ ଜୀବନରେ ଅମଲାତନ୍ତ୍ରୀର ଭାବମୂର୍ତ୍ତି ଠାରୁ ଅଧିକ ଏକ ସଲିବ୍ରିଟି ଥିଙ୍କର ଭାବେ ନିଜକୁ ଉପସ୍ଥାପିତ କରିଥିବା ଅଧିକାରୀମାନଙ୍କଠାରୁ ପ୍ରଭାବୀ ହେବ କି ନାହିଁ ତାହା ସମୟ କହିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri