ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ ହୋଇଥିବା ବେଳେ ଚଳିତବର୍ଷ ମହାମାରୀକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ସୋମବାର ଲୋକେ ଦୀପାବଳି ପାଳନ କରିବାକୁ ଯାଉଥିବାରୁ ଦୀପଠାରୁ ଆରମ୍ଭ କରି ବାଣ କିଣିବା ପାଇଁ ବଜାରରେ ଲାଗିଲାଣି ଗହଳି। ଅନୁଗୋଳ ସହରରେ ବିଳମ୍ବରେ ବାଣ ଦୋକାନ ଖୋଲିଥିଲେ ବି ଜମୁଛି ବେପାର। ଏପରି କି ରବିବାର ଗୋଟିଏ ଦିନରେ ସହରବାସୀ ୩୦ ଲକ୍ଷ ଟଙ୍କାର ବାଣ କିଣି ନେଇଥିବା ସୂଚନା ମିଳିଛି। ତେବେ ଏହି ବ୍ୟବସାୟ ପାଇଁ ଆଉ ମାତ୍ର କିଛି ଘଣ୍ଟା ହାତରେ ଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାଣ ଦୋକାନୀମାନେ। ପ୍ରଶାସନ ଠିକ୍‌ ସମୟରେ ଅନୁମତି ପ୍ରଦାନ କରିଥିଲେ ଆହୁରି ଦିନଟିଏ ବେପାର ପାଇଁ ମିଳିଥାନ୍ତା ବୋଲି କେତେଜଣ ବାଣ ବ୍ୟବସାୟୀ ପ୍ରକାଶ କରିଛନ୍ତି।
କେତେଜଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବାଣ ଦୋକାନ ଖୋଲିବା ପାଇଁ ବହୁ ପୂର୍ବରୁ ଜିଲା ପ୍ରଶାସନଠାରୁ ଅନୁମତି ଲୋଡ଼ାଯାଇଥିଲା। ହେଲେ ପ୍ରଭାବଶାଳୀ ବ୍ୟବସାୟୀଙ୍କ ପତିଆରା ଯୋଗୁ ପ୍ରଶାସନ ନିଷ୍ପତ୍ତି ନେବାରେ ବହୁ ବିଳମ୍ବ କରିଦେଲା। ଲାଇସେନ୍ସ ମିଳିବା ତ ଦୂରର କଥା କେଉଁ ସ୍ଥାନରେ ବଜାର ବସିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବାରୁ ଟେଣ୍ଟ ମଧ୍ୟ ବନ୍ଧାଯାଇପାରି ନ ଥିଲା। ତେବେ ଡେରି ହେଉ ପଛେ ପ୍ରଶାସନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ରବିବାର ସକାଳ ୮ ସୁଦ୍ଧା ବାଣ ବେପାରୀମାନଙ୍କୁ ଆଶ୍ୱସ୍ତି ମିଳିଥିଲା। ଏହାପରେ ବ୍ୟବସାୟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯାଇଥିଲା। ଅନୁଗୋଳ ଷ୍ଟାଡିୟମ ସମ୍ମୁଖ ପଡ଼ିଆରେ ୬୫ ଦୋକାନ ଖୋଲିବା ମାତ୍ରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୧୧ଟାରୁ ସହରବାସୀ ବାଣ ବଜାରକୁ ଆସି କିଣାକିଣି ଆରମ୍ଭ କରିଦେଇଥିଲେ। ଅପରାହ୍ନରୁ ରାତି ୧୦ଟା ଯାଏ ପ୍ରବଳ ଗହଳି ହୋଇଥିଲା। ଲୋକଙ୍କ ଆଗ୍ରହକୁ ନଜରରେ ରଖି ଏଥର ଭଲ କମ୍ପାନୀର ଆତସବାଜି ସାମଗ୍ରୀ ଅଣାଯାଇଛି। ୫ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ଯାଏ ବାଣ ମୂଲ୍ୟ ରହିଛି। ଲୋକେ ପିଲାଙ୍କୁ ଧରି ଆସୁଥିବାରୁ ପ୍ରଥମ ଦିନରେ ଚକ୍ରି, ଝୁରୁଝୁରି, କୁମ୍ପି, ଧପଧପି, ରଶି, ଚଡ଼ଚଡ଼ି, ଦିଆସିଲି, ସାପ ଓ ରସୁଣ ବାଣ ଆଦି ବହୁ ପରିମାଣର ବିକ୍ରି ହୋଇଛି। ସେହିପରି ଯୁବପିଢ଼ି ସ୍କାଏ ଶର୍ଟ, ଆକାଶ ଦୀପକୁ ଅଧିକ ପସନ୍ଦ କରୁଥିବାରୁ ତାହା କିଣି ନେଉଛନ୍ତି। ସୋମବାର ଲୋକେ ଦୀପାବଳି ପାଳନ କରିବାକୁ ଥିବାରୁ ସନ୍ଧ୍ୟା ଯାଏ ବିକ୍ରି ଚାଲିବ। ତେବେ ଅନ୍ୟ ସହର ପରି ଅନୁଗୋଳରେ ଆଉ ଦିନକ ଆଗରୁ ବାଣ ବ୍ୟବସାୟ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଥିଲେ ବ୍ୟବସାୟୀଙ୍କ ସହ ସହରବାସୀ ଅଧିକ ଉପକୃତ ହୋଇପାରିଥାନ୍ତେ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

ସ୍ବେଚ୍ଛାସେବୀ ସଂସ୍ଥା ଗୃହରେ ପଢ଼ାଇବାକୁ ମନା କଲେ କର୍ତ୍ତୃପକ୍ଷ

ମହାକାଳପଡ଼ା,୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କୀବେଲାରି (ଖ୍ରୀଷ୍ଟିଆନପଡ଼ା) ଗ୍ରାମ ସ୍ଥିତ ହଗପାଟଣା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଅଧାପନ୍ତରିଆ...

ସିଲପଟ୍‌କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍‌

ରୂପ୍‌ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର ଅଫିସ,୯।୮: ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେଶନରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ରେଳ ପୋଲିସ ଉପସ୍ଥିତିରେ ଯାତ୍ରୀମାନେ ଜଣେ ଲୋକଙ୍କୁ ଚୋର...

ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର...

ବିଶ୍ୱ ନାଟ୍ୟ ମେଳାରେ ଖୋର୍ଦ୍ଧା ସାଉଁଟିଲା ୯ ପୁରସ୍କାର

ଖୋର୍ଦ୍ଧା ଅଫିସ,୧୧ା୯: ବିଶ୍ୱନାଟ୍ୟ ମେଳାରେ ଖୋର୍ଦ୍ଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ନାଟକ ଅଟୋବାଲା ୯ ଟି ବିଭାଗରେ ପୁରସ୍କାର ହାତେଇଛି। ଶ୍ରେଷ୍ଠ...

ପୋଡ଼ି ହୋଇ ମହିଳା ଗୁରୁତର

ସୋର, ୧୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଡିଖୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ରବିବାର ରାତିରେ ନିଆଁରେ ପୋଡ଼ି...

୩ ବର୍ଷ ପରେ ହେବ ଜଗାର ଖପୁରି ପ୍ରତିରୋପଣ

ଫୁଲବାଣୀ ଅଫିସ, ୪ା୭: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ବୋଲି ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ...

Advertisement
Archives

Model This Week