ଉଦାସୀନତା, ଅବହେଳାକୁ ନିନ୍ଦା

ଅନୁଗୋଳ ଅଫିସ, ୧୩ା୧୨: ଅନୁଗୋଳ ଜିଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୋଳ ଜିଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଜୁଳି ଯୋଗାଇଦେବା, ଜିଲାରେ ପ୍ରତିଷ୍ଠିତ ଶିଳ୍ପ ଓ ଖଣିରେ ସମସ୍ତ ବେକାର ଯୁବତୀ ଓ ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିିରେ ନିଯୁକ୍ତି ପ୍ରଦାନ କରିବା ସହ ପାସେଞ୍ଜର ଟ୍ରେନ୍‌ରେ ସ୍ପେସାଲ୍‌ ଯାତ୍ରୀଭଡା ଆଦାୟ ବନ୍ଦ କରିବା ଆଦି ଦାବିରେ ସୋମବାର ଅନୁଗୋଳ ଜିଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶିକ୍ଷାବିତ୍‌ ଅଭିମନ୍ୟୁ ସ୍ବାଇଁ, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ରମେଶ ସାହୁ, ବ୍ରଜବନ୍ଧୁ ସାହୁ, ପଠାଣି ବାରିହା, ତୀର୍ଥବାସୀ ଭୋଇ, ଦାମୋଦର ଦାସ, ମାନସ ପାଳ, ତ୍ରିଲୋଚନ ଜେନା, ନିରୋଦ ପାଳ, ନିରୁପମା ପ୍ରଧାନ, ନବକିଶୋର ପ୍ରଧାନ, ବଳରାମ ବେହେରା, ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଅନୁଗୋଳ ଜିଲାର ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଶାସନିକ ଉଦାସୀନତା ଓ ଅବହେଳାକୁ ନିନ୍ଦା କରିଥିଲେ। ସମସ୍ୟାର ସମାଧାନ ଦାବିରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆସନ୍ତା ୨୧ ତାରିଖରେ ଏକ ଜିଲାସ୍ତରୀୟ ଆଲୋଚନା ସଭା ଆୟୋଜନ ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ

ପଦ୍ମପୁର ,୧୩।୧ (ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର...

୫୫ ସନ୍ଦିିଗ୍ଧଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌

ପାରଳାଖେମୁଣ୍ଡି,୨୯ା୪(ସ୍ବ.ପ୍ର.): ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଅଞ୍ଚଳରେ ଚିହ୍ନଟ ୩ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲାର ୫୫...

ଆମ୍ବୁଲାନ୍ସରେ ପ୍ରସବ କଲେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ପ୍ରବାସୀ ମହିଳା

ବ୍ରହ୍ମପୁର ଅଫିସ,୧୪ା୫: ଗଞ୍ଜାମରେ ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର କୋଣ ଅନୁକୋଣରେ ଏବେ ପ୍ରବାସୀମାନେ ପ୍ରବଳ ସମସ୍ୟାରେ...

ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ

ଅମିତ କୁମାର ସାମଲ ଅନୁଗୋଳ ଅଫିସ୍‌, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି।...

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ ୨୬୩ ଛାତ୍ରୀଛାତ୍ର

ବଇଣ୍ଡା,୮।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୨୬ଟି...

ପାମ୍ପଡ଼ ବ୍ୟବସାୟୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୧୫।୧: ଇସ୍ପାତ ସହରରେ ଜିଏସ୍‌ଟି ଠକେଇ ଥମିବାର ନାଁ ନେଉନି। ଶୁକ୍ରବାର ପୁଣି ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି...

କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ...

କାଳବୈଶାୀରେ ଚାଷୀ କ୍ଷତିଗ୍ରସ୍ତ

ରସୁଲପୁର,୩୧ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ପଶ୍ଚିମା ଝଡ ପ୍ରଭାବରେ ୨ଦିନ ହେଲା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରାୟତଃ ୧୫୦ କି.ମି. ବେଗରେ...

Advertisement
Archives

Model This Week