ଆଧୁନିକ ପ୍ରଣାଳୀରେ କଲରା ଚାଷ: ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରଶ୍ମି

ପୁରୁଣାକଟକ,୩୧ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୁତା ଗ୍ରାମର ଯୁବ ଚାଷୀ ରଶ୍ମି ରଞ୍ଜନ ବାଘ(୩୫)। ବର୍ତ୍ତମାନ ସେ ଚାକିରି ଛାଡି ଚାଷ କାର୍ଯ୍ୟ କରି ଆର୍ଥତ୍କ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଧୁନିକ ପ୍ରଣାଳୀରେ କଲରା ଚାଷ ସାଙ୍ଗକୁ ଅନ୍ୟାନ୍ୟ ପରିବା ଚାଷ କରି ଲାଭବାନ ହୋଇ ପାରିଥିବା ରଶ୍ମି ପ୍ରକାଶ କରିଛନ୍ତି ।
ପାଠପଢା ଶେଷ ପରେ ରଶ୍ମି ବରଗଡ଼ ଜିଲାର ଏକ ବିହନ କେନ୍ଦ୍ରରେ ଆକାଉଣ୍ଟାଣ୍ଟ ଭାବେ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ କାମ କରିଥିଲେ। ସେତିକିବେଳେ ସେ ବିଭିନ୍ନ କମ୍ପାନୀର ବିହନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ଚାଷ ପ୍ରତି ତାଙ୍କର ମନ ବଳିଥିଲା। ସେ ଚାକିରି ଛାଡି ଗାଁକୁ ଆସି ଚାଷ କାର୍ଯ୍ୟ କରିଥିଲେ। କିଛି ରୋଜଗାର ଆଶା ନେଇ ଥିବା ୧ ଏକର ଜମିରେ ଉଦ୍ୟାନ ବିଭାଗ ସହଯୋଗରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆମ୍ବ ଗଛ ଲଗାଇଥିଲେ। ଏପରି କି ଅନ୍ୟ ଜମିରେ ଲଙ୍କା, କଲରା, ମାଖନ, ରସୁଣ, ଝୁଡଙ୍ଗ, କଦଳୀ ଚାଷ କରିଥିଲେ। କୋଭିଡ୍‌ ସହାୟତା ବାବଦରେ ଉଦ୍ୟାନ ବିଭାଗ ପକ୍ଷରୁ ୨୦ମିଟର ଲମ୍ବ ୨୦ ମିଟର ପ୍ରସ୍ଥ ଜାଗାରେ ଧାଡିକିଆ କଲରା ଚାଷ ପାଇଁ ୧୨ହଜାର ୫ଶହ ଟଙ୍କା ସହାୟତା ପାଇଥିଲେ। ଏହି ଅର୍ଥରେ ସେ ଆଧୁନିକ ପ୍ରଣାଳୀରେ ପଲିଥିନ୍‌ ମଲଚିଙ୍ଗ୍‌ ସହ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଛନ୍ତି। କୀଟନାଶକ ପରିବର୍ତ୍ତେ ନିମ୍ବପତ୍ର, ଗୋବର, ଗୋମୂତ୍ର, ହଳଦୀ, ଅରଖପତ୍ରରେ ଜୌବିକ ଖତ ପ୍ରସ୍ତୁତ କରି ଚାଷ କାର୍ଯ୍ୟରେ ବ୍ୟବହାର କରୁଥିବା ରଶ୍ମି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଅଳ୍ପ ଜାଗାରେ ଉନ୍ନତ ଧରଣର କଲରା ଚାଷ କରି ସପ୍ତାହକୁ ୪୫ରୁ ୫୦ କେଜି ଆଦାୟ କରୁଥିବା ସେ କହିଛନ୍ତି। ଆଗାମୀ ଦିନରେ ଆଧୁନିକ ପ୍ରଣାଳୀରେ ଅଧିକ ଜମିରେ କଲରା ଚାଷ କରିବାର ଲକ୍ଷ୍ୟ ରଖିବା ସହ ବିଭିନ୍ନ ଧରଣର ପନିପରିବା ଚାଷ କରି ଅଧିକ ରୋଜଗାର କରିବାକୁ ପୁରା ଦମ୍‌ରେ ଲାଗି ପଡିଛନ୍ତି ଯୁବଚାଷୀ ରଶ୍ମି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri