ଆଧୁନିକ ପ୍ରଣାଳୀରେ କଲରା ଚାଷ: ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରଶ୍ମି

ପୁରୁଣାକଟକ,୩୧ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୁତା ଗ୍ରାମର ଯୁବ ଚାଷୀ ରଶ୍ମି ରଞ୍ଜନ ବାଘ(୩୫)। ବର୍ତ୍ତମାନ ସେ ଚାକିରି ଛାଡି ଚାଷ କାର୍ଯ୍ୟ କରି ଆର୍ଥତ୍କ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଧୁନିକ ପ୍ରଣାଳୀରେ କଲରା ଚାଷ ସାଙ୍ଗକୁ ଅନ୍ୟାନ୍ୟ ପରିବା ଚାଷ କରି ଲାଭବାନ ହୋଇ ପାରିଥିବା ରଶ୍ମି ପ୍ରକାଶ କରିଛନ୍ତି ।
ପାଠପଢା ଶେଷ ପରେ ରଶ୍ମି ବରଗଡ଼ ଜିଲାର ଏକ ବିହନ କେନ୍ଦ୍ରରେ ଆକାଉଣ୍ଟାଣ୍ଟ ଭାବେ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ କାମ କରିଥିଲେ। ସେତିକିବେଳେ ସେ ବିଭିନ୍ନ କମ୍ପାନୀର ବିହନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ଚାଷ ପ୍ରତି ତାଙ୍କର ମନ ବଳିଥିଲା। ସେ ଚାକିରି ଛାଡି ଗାଁକୁ ଆସି ଚାଷ କାର୍ଯ୍ୟ କରିଥିଲେ। କିଛି ରୋଜଗାର ଆଶା ନେଇ ଥିବା ୧ ଏକର ଜମିରେ ଉଦ୍ୟାନ ବିଭାଗ ସହଯୋଗରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆମ୍ବ ଗଛ ଲଗାଇଥିଲେ। ଏପରି କି ଅନ୍ୟ ଜମିରେ ଲଙ୍କା, କଲରା, ମାଖନ, ରସୁଣ, ଝୁଡଙ୍ଗ, କଦଳୀ ଚାଷ କରିଥିଲେ। କୋଭିଡ୍‌ ସହାୟତା ବାବଦରେ ଉଦ୍ୟାନ ବିଭାଗ ପକ୍ଷରୁ ୨୦ମିଟର ଲମ୍ବ ୨୦ ମିଟର ପ୍ରସ୍ଥ ଜାଗାରେ ଧାଡିକିଆ କଲରା ଚାଷ ପାଇଁ ୧୨ହଜାର ୫ଶହ ଟଙ୍କା ସହାୟତା ପାଇଥିଲେ। ଏହି ଅର୍ଥରେ ସେ ଆଧୁନିକ ପ୍ରଣାଳୀରେ ପଲିଥିନ୍‌ ମଲଚିଙ୍ଗ୍‌ ସହ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଛନ୍ତି। କୀଟନାଶକ ପରିବର୍ତ୍ତେ ନିମ୍ବପତ୍ର, ଗୋବର, ଗୋମୂତ୍ର, ହଳଦୀ, ଅରଖପତ୍ରରେ ଜୌବିକ ଖତ ପ୍ରସ୍ତୁତ କରି ଚାଷ କାର୍ଯ୍ୟରେ ବ୍ୟବହାର କରୁଥିବା ରଶ୍ମି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଅଳ୍ପ ଜାଗାରେ ଉନ୍ନତ ଧରଣର କଲରା ଚାଷ କରି ସପ୍ତାହକୁ ୪୫ରୁ ୫୦ କେଜି ଆଦାୟ କରୁଥିବା ସେ କହିଛନ୍ତି। ଆଗାମୀ ଦିନରେ ଆଧୁନିକ ପ୍ରଣାଳୀରେ ଅଧିକ ଜମିରେ କଲରା ଚାଷ କରିବାର ଲକ୍ଷ୍ୟ ରଖିବା ସହ ବିଭିନ୍ନ ଧରଣର ପନିପରିବା ଚାଷ କରି ଅଧିକ ରୋଜଗାର କରିବାକୁ ପୁରା ଦମ୍‌ରେ ଲାଗି ପଡିଛନ୍ତି ଯୁବଚାଷୀ ରଶ୍ମି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri