Posted inଜାତୀୟ

କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ: ଏଲୋନ୍ ମସ୍କଙ୍କ ସହ ଆଇନଗତ ଲଢ଼େଇ ପରେ ପଦକ୍ଷେପ

ନୂଆଦିଲ୍ଲୀ,୨୩।୧୦: ସୋସିଆଲ୍ ମିଡିଆ ଗାଇଡଲାଇନ୍ସକୁ ନେଇ ଏଲୋନ୍ ମସ୍କଙ୍କ କମ୍ପାନୀ ‘ଏକ୍ସ’ ସହ ଆଇନଗତ ଲଢ଼େଇ ପରେ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (Information Technology) ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ “ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସୁରକ୍ଷା ବୃଦ୍ଧି” କରିବା ଲକ୍ଷ୍ୟରେ କରାଯାଇଛି।

ସଂଶୋଧନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, “ଅବୈଧ ସୂଚନା” (unlawful information) ହଟାଇବା ପାଇଁ ନିର୍ଦ୍ଦେଶ ଦେଇପାରୁଥିବା ଅଧିକାରୀଙ୍କ ସଂଖ୍ୟାକୁ ସୀମିତ କରିବା। ବର୍ତ୍ତମାନ, ଏପରି ନିର୍ଦ୍ଦେଶ କେବଳ ଯୁଗ୍ମ ସଚିବ (Joint Secretary) କିମ୍ବା ତଦୁର୍ଦ୍ଧ୍ୱ ପାହ୍ୟାର ବରିଷ୍ଠ ଅଧିକାରୀ କିମ୍ବା ପୋଲିସ୍ କ୍ଷେତ୍ରରେ ଉପମହାନିରୀକ୍ଷକ (DIG) ପାହ୍ୟାର ଅଧିକାରୀଙ୍କ ଦ୍ୱାରା ହିଁ ଜାରି କରାଯାଇ ପାରିବ। ପୂର୍ବରୁ ପୋଲିସ ଇନ୍ସପେକ୍ଟରମାନେ ମଧ୍ୟ ଏପରି ନିର୍ଦ୍ଦେଶ ଦେବା ପାଇଁ କ୍ଷମତାପ୍ରାପ୍ତ ଥିଲେ।

ଅନ୍ୟ ଏକ ମୁଖ୍ୟ ପରିବର୍ତ୍ତନ ହେଉଛି ଯେ ଅଧିକାରୀମାନେ ନିର୍ଦ୍ଦେଶ ଦେବା ସମୟରେ ନିଶ୍ଚିତ ଭାବରେ “ଆଇନଗତ ଆଧାର ଏବଂ ବୈଧାନିକ ବ୍ୟବସ୍ଥା” ତଥା “ଅବୈଧ କାର୍ଯ୍ୟ”କୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବେ। ସୂଚନା ହଟାଇବା ପାଇଁ ଦିଆଯାଉଥିବା ନିର୍ଦ୍ଦେଶଗୁଡ଼ିକର ମାସିକ ସମୀକ୍ଷା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ବୁଧବାର ବିଳମ୍ବିତ ରାତିରେ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତୀ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ନୈତିକତା କୋଡ୍) ନିୟମ, ୨୦୨୧ରେ ଏହି ସଂଶୋଧନକୁ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ଏହି ପରିବର୍ତ୍ତନଗୁଡ଼ିକ ନଭେମ୍ବର ୧୫ରୁ କାର୍ଯ୍ୟକାରୀ ହେବ।

ଏହା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ‘ଏକ୍ସ କର୍ପ’ର ଏକ ଆବେଦନକୁ ଖାରଜ କରିଦେଇଥିଲେ, ଯେଉଁଥିରେ ସରକାରୀ ଅଧିକାରୀମାନଙ୍କର ସୂଚନା ଅବରୋଧ ନିର୍ଦ୍ଦେଶ ଦେବାର କ୍ଷମତାକୁ ଚ୍ୟାଲେଞ୍ଜ କରାଯାଇଥିଲା। କୋର୍ଟ କହିଥିଲେ, “ସୋସିଆଲ ମିଡିଆକୁ ନିୟନ୍ତ୍ରିତ କରିବାର ଆବଶ୍ୟକତା ରହିଛି।” ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ସଂଶୋଧନ “ନାଗରିକମାନଙ୍କ ସାମ୍ବିଧାନିକ ଅଧିକାର ଏବଂ ରାଜ୍ୟର ବୈଧ ନିୟାମକ କ୍ଷମତା ମଧ୍ୟରେ ସନ୍ତୁଳନ ରକ୍ଷା କରେ”।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ

ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର…

ପାକିସ୍ତାନୀ ବୋଲରଙ୍କ ବୟସକୁ ନେଇ ବଡ଼ ପ୍ରଶ୍ନ, ବୟସ ଲୁଚାଇ ଖେଳୁଛନ୍ତି ଅଣ୍ଡର-୧୯ ଟୁର୍ନାମେଣ୍ଟ! ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୯।୧୧: ପାକିସ୍ତାନର ଯୁବ ଦ୍ରୁତ ବୋଲର ଅଲି ରଜା ଏବେ ଚର୍ଚ୍ଚାରେ ଅଛନ୍ତି। ରବିବାର ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ସେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?