କରୋନା ଯୋଦ୍ଧାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ୍‌-୧୯ ହସ୍ପିଟାଲରେ କରୋନା ସଂକ୍ରମିତ ଡାକ୍ତର ଓ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କ ଚିକିତ୍ସା କରାଯିବ। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡିଏମ୍‌ଇଟି ଓ ଡିଏଚ୍‌ଏସ୍‌ଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କରୋନା ଯୋଦ୍ଧାମାନେ ମଧ୍ୟ କୋଭିଡ୍‌-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ସେମାନେ କରୋନା ଲଢ଼େଇର ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। କିନ୍ତୁ କରୋନାରେ ଆକ୍ରାନ୍ତ ହେବାପରେ ସେମାନେ ଡାକ୍ତରଖାନାରେ ଠିକ୍‌ ସମୟରେ ଶଯ୍ୟା କିମ୍ବା ଚିକିତ୍ସା ପାଇପାରୁନାହାନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହେଉଛି। କରୋନା ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରିବାକୁ ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ଦାବିକରି ଆସୁଥିଲା। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ଡାକ୍ତରଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଡାକ୍ତର ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଲିଟି ଦିଏ ଗ୍ରାହକ ସନ୍ତୁଷ୍ଟି

ନିରବଚ୍ଛିନ୍ନ ୨୧ ବର୍ଷ ଧରି ସ୍ବଚ୍ଛତା, ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖିଥିବା ‘ଭାରତ ମସଲା’ ଓଡ଼ିଶାର ଅଧିକାଂଶ ରୋଷେଇ ଘରେ ଉପସ୍ଥିତି ଜାହିର କରିସାରିଛି।...

ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ ମିଳିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତାଙ୍କୁ ଏହି ଧମକ ମିଳିଥିବା ସେ...

ଝାରସୁଗୁଡ଼ାରେ ନବ ଦାସ ଆଗୁଆ

ଲଖନପୁର,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ରହିଛନ୍ତି। ନବ ୧୮୨୭୯ ଭୋଟ ପାଇଥିବାବେଳେ...

ଚିନ୍ତା ବଢ଼ାଉଛି ଔଷଧ ପାର୍ଶ୍ୱ ପ୍ରତିକ୍ରିୟା

କଟକ ଅଫିସ,୪ା୧୨:କେତେକ ଔଷଧ ଜୀବନ ନେଉଛି। ଆଉ କେତେକ ଔଷଧ ଖାଇବା ପରେ ରୋଗୀ ଗୁରୁତର ହୋଇପଡ଼ୁଛନ୍ତି। ବିଶେଷକରି କାହାର ହୃଦ୍‌ଘାତ ହେଉଛି ତ କାହାର...

ଲାଗିଲାଣି ମାଓବାଦୀ ପୋଷ୍ଟର

ମୁନିଗୁଡ଼ା/ରାୟଗଡ଼ା ଅଫିସ,୨୬।୧୦(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅଧୀନ କୁମୁଡ଼ାବାଲି ଶିବମନ୍ଦିର ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ମଙ୍ଗଳବାର ୫ଟି ମାଓବାଦୀ ପୋଷ୍ଟର ଲାଗିଛି।...

ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବ: ମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବ ହେବ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସର୍ବନିମ୍ନ ୩...

ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର,୪।୪(ବ୍ୟୁରୋ): ସମବାୟ ସମିତି ନିର୍ବାଚନ ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜୁନ୍‌...

ମିନିବସ୍‌ ଓଲଟି ଜଣେ ମୃତ, ୭ ଗୁରୁତର

କବିସୂର୍ଯ୍ୟନଗର,୧୨।୬-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବଗାଁସ୍ଥିତ ଜେମାଦେଇ ମନ୍ଦିର ନିକଟରେ ବୁଧବାର ଏକ ଯାତ୍ରୀବାହୀ ମିନବସ ଓଲଟି ପଡିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ...

Advertisement
Archives

Model This Week