Posted inରାଜ୍ୟ

ସ୍ବାସ୍ଥ୍ୟ କର୍ମୀ, ଗର୍ଭବତୀ ମହିଳା, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ମିଳିବ ଟୀକା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିକଟରେ ଟୀକାମିଳିବାର ଆଶା ଉଜ୍ୱଳ ହୋଇଛି। ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟ କର୍ମୀ ସମେତ ଗର୍ଭବତୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକ ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ ସହାୟକ ହେବ । ବିପଦସଙ୍କୁଳ ବର୍ଗ ବ୍ୟକ୍ତିମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସମ୍ପୂର୍ଣ୍ଣ ଫଳ ପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ବୁଧବାର ଗୁରୁବାର କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଫଳପ୍ରଦ ପ୍ରତିରୋଧକ। ମାସ୍କ ବ୍ୟବହାର ସହିତ ସାମାଜିକଦୂରତା ଏବଂ ହାତଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’

କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି...

ଭୋଟ୍‌ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ

ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି...

ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍‌ ଦେଖାଇଲେ ଯବାନ

ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍‌ଏଫ୍‌ ୧୪୨ ବାଟାଲିୟନ ଯବାନମାନେ...

ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ

ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା...

ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ‘ଟେଲି ମାନସ’ ସେବା, ୧୪୪୧୬ ନମ୍ବରରେ କଲ୍‌ କରି ସହାୟତା ନେଇ ପାରିବେ ପିଲା

ଭୁବନେଶ୍ୱର,୨୪ା୨(ଅସମାପିକା ସାହୁ): ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ସମୟରେ ଛାତ୍ରୀଛାତ୍ରଙ୍କୁ...

ଲିକ୍‌ ହୋଇନାହିଁ ମାଟ୍ରିକ ପ୍ରଶ୍ନପତ୍ର,ଏମିତି କହିଲେ…

ଭୁବନେଶ୍ୱର,୨୪।୨: ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସେ କହିଛନ୍ତି ‘ମାଟ୍ରିକ ପରୀକ୍ଷା...

ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ...

ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ୫ ପୌର ପରିଷଦ

ଭୁବନେଶ୍ବର,୨୪।୨: ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟବକ୍ଷେ  ୫ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri