ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ):ବିଧାନସଭାର ମୌସୁମୀ ଅଧିବେଶନ ଭଳି ଆସନ୍ତା ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ। ଏହାକୁ ବାତିଲ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଗୃହ ଚାଲିବ। ଦିନକୁ ସାଢେ ୪ ଘଣ୍ଟା ପାଇଁ ବିଧାନସଭା ଚାଲିବ ବୋଲି ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ଆଲୋଚନା ହୋଇଛି। ତେବେ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ସର୍ବଦଳୀୟ ବୈଠକର ପ୍ରାରମ୍ଭରେ ବାଚସ୍ପତି ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସ୍ବାଗତ କରି ଆସନ୍ତା ୨୦ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସବୁ ଦଳର ସକ୍ରିୟ ସହଯୋଗ କାମନା କରିଥିଲେ। କରୋନାର ଭୟାବହତା ଏବଂ ଶୀତରେ ଅଧିକ ସଂକ୍ରମଣର ଆଶଙ୍କା ଥିବାରୁ ବିଧାନସଭା ଅଧିବେଶନ କାଳରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବାଚସ୍ପତି ସୂଚନା ଦେଇଛନ୍ତି। ଏହି ଅବସରରେ ବାଚସ୍ପତି କହିଛନ୍ତି, ୪୦ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ କୌଣସି ତାରକା ପ୍ରଶ୍ନ ରହିବନାହିଁ। ଅଣତାରକା ପ୍ରଶ୍ନଗୁଡ଼ିକର ଉତ୍ତର ବିଧାନସଭା ସଭ୍ୟଙ୍କୁ ଡାକରେ ଯୋଗାଇ ଦିଆଯିବ। ପ୍ରଥମ ଦିବସରେ ଅତିରିକ୍ତ ବଜେଟ ଆଗତ ହେବ। ନଭେମ୍ବର ୨୬,୨୭ ଏବଂ ୨୮ରେ ଖର୍ଚ୍ଚଦାବି ଉପରେ ଆଲୋଚନା, ୨୯ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ ହେବ। ବୟସାଧିକ କିମ୍ବା ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗରେ ପୀଡ଼ିତ ବିଧାୟକମାନେ ଯଦି ଚାହିଁବେ ବିଧାନସଭା ନ ଆସି ଓକାକ୍‌ ଭୁବନେଶ୍ବର, ଲୋକସେବା ଭବନ ସମ୍ମିଳନୀ କକ୍ଷ, ଜିଲା ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥିତ ଭିଡ଼ିଓ କନ୍‌ଫରେନ୍ସ ହଲ୍‌ରେ ରହି ଆଲୋଚନାରେ ଭାଗ ନେଇପାରିବେ। ଗତଥର ଭଳି ଚଳିତ ଅଧିବେଶନରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ବତନ୍ତ୍ର ପାସ୍‌ ଦିଆଯିବ। ବିଧାୟକଙ୍କ ଦ୍ବାରା ପ୍ରାଧିକୃତ ବିନା ଅନ୍ୟ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲବି ପାସ୍‌ ପ୍ରଦାନ କରାଯିବ ନାହିଁ। ଅଧିବେଶନ ଶେଷହେବା ପରଦିନ ସମସ୍ତ ବିଧାୟକ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।
ବାଚସ୍ପତି ଆହୁରି କହିଛନ୍ତି, ସମସ୍ତ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବିଧାନସଭା ସଚିବାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସପୋର୍ଟ ଷ୍ଟାଫଙ୍କ କରୋନା ଟେଷ୍ଟ ଚାଲିଛି। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଗୃହ ଭିତରକୁ ଆସିବାକୁ ଅନୁମତି ମିଳିବ। ୪ ଫୁଟ ବ୍ୟବଧାନରେ ଆସନ ବ୍ୟବସ୍ଥା ସହ ପ୍ରତ୍ୟେକ ସଭ୍ୟଙ୍କ ଆସନ ସମ୍ମୁଖରେ ଗ୍ଲାସ୍‌ ଲାଗିବା ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ ଦିନ ୨ଥର ବିଧାନସଭା ପ୍ରକୋଷ୍ଠକୁ ସାନିଟାଇଜ୍‌ କରାଯିବ ା ଶନିବାର ଏବଂ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ବିଧାନସଭା ଆରମ୍ଭ ଦିବସ ୧୧ଟାରୁ ଥିବାବେଳେ ଅନ୍ୟ ଦିବସଗୁଡ଼ିକରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ପ୍ରତିଦିିନ ବିଧାନସଭା ସାଢେ ୪ ଘଣ୍ଟା ଚାଲିବ, ସେଥିରେ କାହାକୁ କରୋନା ହେବନାହିଁ। ପ୍ରଶ୍ନକାଳ ଲାଗି ଆଉ ଘଣ୍ଟାଏ ବଢ଼ିଗଲେ କ’ଣ କରୋନା ସଂକ୍ରମଣ ବଢ଼ିଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଭଳି ନିଷ୍ପତ୍ତି ଅଗଣତାନ୍ତ୍ରିକ। ପ୍ରଶ୍ନ ନ ନେବା ଆଗରୁ ପ୍ରଶ୍ନକାଳ ବାତିଲ କରାଯିବା ସମ୍ବିଧାନ ବିରୋଧୀ ବେଆଇନ କାର୍ଯ୍ୟ। ଆମେ ଏହାକୁ ଦୃଢ଼ ପ୍ରତିବାଦ କରୁଛୁ। ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri