ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ):ବିଧାନସଭାର ମୌସୁମୀ ଅଧିବେଶନ ଭଳି ଆସନ୍ତା ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ। ଏହାକୁ ବାତିଲ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଗୃହ ଚାଲିବ। ଦିନକୁ ସାଢେ ୪ ଘଣ୍ଟା ପାଇଁ ବିଧାନସଭା ଚାଲିବ ବୋଲି ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ଆଲୋଚନା ହୋଇଛି। ତେବେ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ସର୍ବଦଳୀୟ ବୈଠକର ପ୍ରାରମ୍ଭରେ ବାଚସ୍ପତି ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସ୍ବାଗତ କରି ଆସନ୍ତା ୨୦ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସବୁ ଦଳର ସକ୍ରିୟ ସହଯୋଗ କାମନା କରିଥିଲେ। କରୋନାର ଭୟାବହତା ଏବଂ ଶୀତରେ ଅଧିକ ସଂକ୍ରମଣର ଆଶଙ୍କା ଥିବାରୁ ବିଧାନସଭା ଅଧିବେଶନ କାଳରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବାଚସ୍ପତି ସୂଚନା ଦେଇଛନ୍ତି। ଏହି ଅବସରରେ ବାଚସ୍ପତି କହିଛନ୍ତି, ୪୦ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ କୌଣସି ତାରକା ପ୍ରଶ୍ନ ରହିବନାହିଁ। ଅଣତାରକା ପ୍ରଶ୍ନଗୁଡ଼ିକର ଉତ୍ତର ବିଧାନସଭା ସଭ୍ୟଙ୍କୁ ଡାକରେ ଯୋଗାଇ ଦିଆଯିବ। ପ୍ରଥମ ଦିବସରେ ଅତିରିକ୍ତ ବଜେଟ ଆଗତ ହେବ। ନଭେମ୍ବର ୨୬,୨୭ ଏବଂ ୨୮ରେ ଖର୍ଚ୍ଚଦାବି ଉପରେ ଆଲୋଚନା, ୨୯ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ ହେବ। ବୟସାଧିକ କିମ୍ବା ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗରେ ପୀଡ଼ିତ ବିଧାୟକମାନେ ଯଦି ଚାହିଁବେ ବିଧାନସଭା ନ ଆସି ଓକାକ୍‌ ଭୁବନେଶ୍ବର, ଲୋକସେବା ଭବନ ସମ୍ମିଳନୀ କକ୍ଷ, ଜିଲା ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥିତ ଭିଡ଼ିଓ କନ୍‌ଫରେନ୍ସ ହଲ୍‌ରେ ରହି ଆଲୋଚନାରେ ଭାଗ ନେଇପାରିବେ। ଗତଥର ଭଳି ଚଳିତ ଅଧିବେଶନରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ବତନ୍ତ୍ର ପାସ୍‌ ଦିଆଯିବ। ବିଧାୟକଙ୍କ ଦ୍ବାରା ପ୍ରାଧିକୃତ ବିନା ଅନ୍ୟ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲବି ପାସ୍‌ ପ୍ରଦାନ କରାଯିବ ନାହିଁ। ଅଧିବେଶନ ଶେଷହେବା ପରଦିନ ସମସ୍ତ ବିଧାୟକ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।
ବାଚସ୍ପତି ଆହୁରି କହିଛନ୍ତି, ସମସ୍ତ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବିଧାନସଭା ସଚିବାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସପୋର୍ଟ ଷ୍ଟାଫଙ୍କ କରୋନା ଟେଷ୍ଟ ଚାଲିଛି। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଗୃହ ଭିତରକୁ ଆସିବାକୁ ଅନୁମତି ମିଳିବ। ୪ ଫୁଟ ବ୍ୟବଧାନରେ ଆସନ ବ୍ୟବସ୍ଥା ସହ ପ୍ରତ୍ୟେକ ସଭ୍ୟଙ୍କ ଆସନ ସମ୍ମୁଖରେ ଗ୍ଲାସ୍‌ ଲାଗିବା ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ ଦିନ ୨ଥର ବିଧାନସଭା ପ୍ରକୋଷ୍ଠକୁ ସାନିଟାଇଜ୍‌ କରାଯିବ ା ଶନିବାର ଏବଂ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ବିଧାନସଭା ଆରମ୍ଭ ଦିବସ ୧୧ଟାରୁ ଥିବାବେଳେ ଅନ୍ୟ ଦିବସଗୁଡ଼ିକରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ପ୍ରତିଦିିନ ବିଧାନସଭା ସାଢେ ୪ ଘଣ୍ଟା ଚାଲିବ, ସେଥିରେ କାହାକୁ କରୋନା ହେବନାହିଁ। ପ୍ରଶ୍ନକାଳ ଲାଗି ଆଉ ଘଣ୍ଟାଏ ବଢ଼ିଗଲେ କ’ଣ କରୋନା ସଂକ୍ରମଣ ବଢ଼ିଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଭଳି ନିଷ୍ପତ୍ତି ଅଗଣତାନ୍ତ୍ରିକ। ପ୍ରଶ୍ନ ନ ନେବା ଆଗରୁ ପ୍ରଶ୍ନକାଳ ବାତିଲ କରାଯିବା ସମ୍ବିଧାନ ବିରୋଧୀ ବେଆଇନ କାର୍ଯ୍ୟ। ଆମେ ଏହାକୁ ଦୃଢ଼ ପ୍ରତିବାଦ କରୁଛୁ। ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri