ପୁରୀକୁ ଆସିବାରୁ ଲୋକେ ମୋତେ ଚିହ୍ନିଲେ: ସମ୍ବିତ୍‌

ପୁରୀ ଅଫିସ, ୧୮ା୧୧:ପୁରୀକୁ ନେଇ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ତୀବ୍ର ବିରୋଧ କରିଛନ୍ତି। ଲେଖାଶ୍ରୀଙ୍କ ମନ୍ତବ୍ୟ ଥିଲା, ଭାରତର ଅନେକ ଲୋକ ପୁରୀକୁ କଲିକତାର ବୋଲି ଆଗରୁ ଭାବୁଥିଲେ। ପୁରୀ ଲୋକ ସଭା ଆସନରୁ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ୍‌ ପାତ୍ର ପ୍ରାର୍ଥୀ ହେବା ପରେ ଦେଶବାସୀ ପୁରୀ ଓଡ଼ିଶାର ବୋଲି ଜାଣିପାରିଲେ। ତେବେ ଏହାକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବା ପରେ ବୁଧବାର ସମ୍ବିତ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୁରୀ ହେଉଛି ସମଗ୍ର ବିଶ୍ୱର କେନ୍ଦ୍ର। ସ୍ବୟଂ ନାରାୟଣ ପୁରୀରେ ନିବାସ କରିଆସୁଛନ୍ତି। ତାଙ୍କ ଆଶୀର୍ବାଦ ମାଧ୍ୟମରେ ଆମ ସମସ୍ତଙ୍କୁ ଆଚ୍ଛାଦିତ କରୁଛନ୍ତି। ବିଶ୍ୱବାସୀ ମୁଖ୍ୟତଃ ପୁରୀ ଧାମ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓଡ଼ିଶାକୁ ଜାଣୁଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ୨୦୧୯ ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହେବା ମୋ ପାଇଁ ବଡ଼ ଉପଲବ୍ଧି। ମୁଁ ଜଣେ ସାଧାରଣ ଘରର ପିଲା, ମୋତେ କେହି ଚିହ୍ନି ନ ଥିଲେ। କିନ୍ତୁ ପୁରୀ ଭଳି ମହାଧାମକୁ ଆସିବାରୁ ଲୋକେ ମୋତେ ଚିହ୍ନିଲେ ବୋଲି ସମ୍ବିତ୍‌ ପ୍ରକାଶ କରିଛନ୍ତି।
ସେହିପରି ସମ୍ବିତ କହିଛନ୍ତି, ଶ୍ରୀମନ୍ଦିର ଖୋଲାଯାଉ। କେବଳ ସେ ନୁହନ୍ତି, ସେବାୟତ, ଭକ୍ତ, ଜନସାଧାରଣ ସମସ୍ତେ ଏହା ଚାହୁଁଛନ୍ତି। ଭକ୍ତ-ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ନ ରହୁ। କରୋନା ମହାମାରୀ ସଂକ୍ରାନ୍ତ ଏସ୍‌ଓପି ପାଳନ କରି ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସମ୍ବିତ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

କନ୍ଧମାଳରେ ପୁଣି ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଫୁଲବାଣୀ ଅଫିସ, ୮ା୭-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଲାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ଗୁଳିରେ ୪...

‘ଆନ୍ତର୍ଜାତିକ ବିମାନ ବନ୍ଦର ହେବ ଝାରସୁଗୁଡ଼ା’

ଲଖନପୁର,୨୩ା୧: ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ଅବସରରେ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦର ପରିସରରେ ଏମ୍‌ସିଏଲ୍‌...

ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ: ତାରାପ୍ରସାଦ ବାହିନୀପତି

ଗୁଣପୁର, ୩୦।୧୨(ଡି.ଏନ.ଏ)- ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିଲା l ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ସୋମବାର ଆୟୋଜିତ ଖବରଦାତା...

ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।...

ବ୍ରହ୍ମପୁର ଆଇଟିଆଇକୁ ସ୍ବର୍ଣ୍ଣ

ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା...

ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି...

ଓଡ଼ିଶାରୁ ବିଳମ୍ବରେ ବିଦାୟନେଲା ମୌସୁମୀ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ସାରା ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ବିଦାୟ ନେଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

Advertisement
Archives

Model This Week